ବ୍ରେନ୍‌ଷ୍ଟ୍ରୋକ୍ ଭାରତରେ ମୃତ୍ୟୁ ଓ ଅକ୍ଷମତାର ଏକ ପ୍ରମୁଖ କାରଣ

ଏହି ମାରାତ୍ମକ ସ୍ନାୟୁଜନିତ ରୋଗ ବିଷୟରେ ଆପଣମାନେ ଅବଗତ କି?

ପ୍ରଶ୍ନ: ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍ କ’ଣ ଏବଂ ଏହା କେତେ ପରିମାଣରେ ଦେଖାଯାଏ?
ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍ ଏକ ମାରାତ୍ମକ ସ୍ନାୟୁଜନିତ ଜରୁରୀ ପରିସ୍ଥିତି, ଯାହା ମସ୍ତିଷ୍କକୁ ହଠାତ୍ ରକ୍ତ ପ୍ରବାହଜନିତ ବ୍ୟାଘାତ ଯୋଗୁଁ ଦେଖାଯାଇଥାଏ। ବଞ୍ଚିବା ପାଇଁ ମସ୍ତିଷ୍କ କୋଷ ଦ୍ୱାରା ରକ୍ତ ସର୍ବଦା ଅାବଶ୍ୟକ ହୋଇଥାଏ। ଯଦି ରକ୍ତ ପ୍ରବାହ ବାଧାପ୍ରାପ୍ତ ହୁଏ, କଛି ମିନିଟ୍ ମଧ୍ୟରେ ମସ୍ତିଷ୍କ କୋଷ ନଷ୍ଟ ହୋଇଯାଏ ଏବଂ ରୋଗୀ ମାରାତ୍ମକ ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍‌ରେ ପୀଡ଼ିତ ହୁଏ। ଏହା ଏକ ଅତି ସାଧାରଣ ସ୍ନାୟବିକ ଜରୁରିକାଳୀନ ପରିସ୍ଥିତି ଏବଂ ଭାରତରେ ମୃତ୍ୟୁ ଓ ଅକ୍ଷମତାର ଏକ ପ୍ରମୁଖ କାରଣ। ଗ୍ରାମାଞ୍ଚଳରେ ଏହି ସ୍ଥିରୀକୃତ ନିୟନ୍ତ୍ରିତ ବ୍ୟାପକ ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍ ପରିସୀମାର ହାର ୮୪୨୬୨/୧୦୦୦୦୦ ଥିବାବେଳେ ସହରାଞ୍ଚଳରେ ଏହି ହାର ୩୩୪-୪୨୪ / ୧,୦୦୦,୦୦ ରହିଛି।

ପ୍ରଶ୍ନ : ବିଭିନ୍ନ ପ୍ରକାରର ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍ ଏବଂ ଏହାର ସାଧାରଣ କାରଣଗୁଡ଼ିକ କଣ?
ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍ ସାଧାରଣତଃ ଦୁଇ ପ୍ରକାର। ଗୋଟିଏ ହେଉଛି ଇସ୍‌କେମିକ୍ ଷ୍ଟ୍ରୋକ୍‌ (୮୫ ପ୍ରତିଶତ), ଯାହା ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ରକ୍ତବାହିନୀଗୁଡ଼ିକର ଅବରୋଧ ଯୋଗୁଁ ଘଟିଥାଏ। ଅନ୍ୟଟି ହେଉଛି ହେମୋରାଜିକ୍ ଷ୍ଟ୍ରୋକ୍‌ ବା ମସ୍ତିଷ୍କ ଭିତରେ ରକ୍ତସ୍ରାବ ଯୋଗୁ ଘଟିଥାଏ (୧୫ ପ୍ରତିଶତ)। ମସ୍ତିଷ୍କରେ ରକ୍ତଥଳୀ ହଠାତ୍ ଫାଟିଯିବା ହେତୁ ଏହା ଦେଖାଦେଇଥାଏ। ମଧୁମେହ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ହୃଦ୍‌ରୋଗ ଏବଂ ଧୂମପାନ ହେଉଛି ରକ୍ତବାହିନୀ ଅବରୋଧର ପ୍ରମୁଖ କାରଣ।

ପ୍ରଶ୍ନ: ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍‌ର ଲକ୍ଷଣଗୁଡ଼ିକ କ’ଣ ଏବଂ ଏହାକୁ କିପରି ଶୀଘ୍ର ଚିହ୍ନଟ କରାଯାଏ?
ସାଧାରଣତଃ ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍ ଯୋଗୁଁ ଶରୀରର ଗୋଟିଏ ପାର୍ଶ୍ୱରେ କିଛି ସେକେଣ୍ଡରୁ କିଛି ମିନିଟ୍ ମଧ୍ୟରେ ପକ୍ଷାଘାତ (ପାରାଲିସିସ୍) ହୋଇଯାଇଥାଏ। ଏହି ପର୍ଯ୍ୟାୟରେ ଜଣେ ବ୍ୟକ୍ତି ହାତ ଉଠାଇବାରେ ଅକ୍ଷମ ହେବା ସହିତ ଚାଲିବା ସମୟରେ ବେଳେ ବେଳେ ଅସନ୍ତୁଳନ ଅନୁଭବ କରି ଚାଲିପାରନ୍ତି ନାହିଁ। ହଠାତ୍ ମୁହଁ ଗୋଟିଏ ଅାଡ଼କୁ ବଙ୍କା ହୋଇଯିବା ସହିତ କଥା ହେବାରେ ଅସୁବିଧା ହୁଏ। ଅାଖିର ଦୃଷ୍ଟିଶକ୍ତି ନଷ୍ଟ ହୋଇପାରେ। ଯଦି ରକ୍ତସ୍ରାବ ହୁଏ ତେବେ ବାନ୍ତି ସହିତ ହଠାତ୍ ପ୍ରବଳ ମୁଣ୍ଡବିନ୍ଧା ହୋଇପାରେ ଏବଂ ତୁରନ୍ତ େଚତାଶୂନ୍ୟ ହୋଇଯାଏ। ଏହି ବିପଦର ସଂକେତଗୁଡ଼ିକୁ ମନେ ରଖିବାର ଉପାୟ ହେଉଛି FAST (Face, Arm, Speech ଏବଂ Time)।

ପ୍ରଶ୍ନ: ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍ ପାଇଁ ରହିଥିବା ଅନୁସନ୍ଧାନଗୁଡ଼ିକ କଣ?
ଯେହେତୁ ଏହା ଜରୁରିକାଳୀନ, ପ୍ରତ୍ୟେକ ରୋଗୀକୁ ମସ୍ତିଷ୍କର ସିଟି ସ୍କାନ୍ କରାଇବାର ତୁରନ୍ତ ଅାବଶ୍ୟକତା ରହିଛି। ଯଦି ସମ୍ଭବ ହୁଏ ମସ୍ତିଷ୍କର ଏମ୍ଅାର୍‌ଅାଇ କରାଇନେବା ଦରକାର ଯାହାକି ରୋଗକୁ ଅତି ଶୀଘ୍ର ଚିହ୍ନଟ କରିବା ସହିତ ରୋଗୀଙ୍କର ଚିକିତ୍ସା ମଧ୍ୟ ଶୀଘ୍ର ଅାରମ୍ଭ କରିବାରେ ସହାୟକ ହୋଇଥାଏ ।

ପ୍ରଶ୍ନ: ଉପଲବ୍ଧ ସାମ୍ପ୍ରତିକ ଚିକିତ୍ସା ପଦ୍ଧତିଗୁଡ଼ିକ କ’ଣ?
ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍ ଏକ ଜରୁରିକାଳୀନ ପରିସ୍ଥିତି ଏବଂ ସମୟ ହେଉଛି ଗୁରୁତ୍ବପୂର୍ଣ୍ଣ। ଅାମର ପ୍ରତ୍ୟେକ ସେକେଣ୍ଡର ବିଳମ୍ବରେ ମସ୍ତିଷ୍କରେ ଅଧିକ କ୍ଷତି ଘଟି ଚାଲିଥାଏ। ତେଣୁ ମସ୍ତିଷ୍କକୁ ବଞ୍ଚାଇ ରଖିବା ପାଇଁ ଯେତେ ଶୀଘ୍ର ତତ୍‌ସଂପୃକ୍ତ କାର୍ଯ୍ୟ କରିବା ସହିତ ମସ୍ତିଷ୍କକୁ ଉଜ୍ଜୀବିତ କରି ରଖିବା ଆମର ଲକ୍ଷ୍ୟ ହେବା ଉଚିତ। ଚିକିତ୍ସାରେ ଅଧିକ ବିଳମ୍ବ ରୋଗୀକୁ ମୃତ୍ୟୁ ଆଡ଼କୁ ଟାଣିନେବା ସହିତ ଜୀବନ ସାରା ଅକ୍ଷମତାକୁ ପ୍ରମାଣ କରିଥାଏ। ସାଂପ୍ରତିକ ଗାଇଡ୍‌ଲାଇନ୍‌ ଦ୍ବାରା ସମସ୍ତ ପାରାଲିସିସ୍‌ ବା ବ୍ରେନ୍‌ଷ୍ଟ୍ରୋକ୍ ରୋଗୀ ୪ରୁ ୫ ଘଣ୍ଟା ମଧ୍ୟରେ ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍‌ର ସମସ୍ତ ସୁବିଧା ସୁଯୋଗ ଥିବା ଡାକ୍ତରଖାନାରେ ପହଞ୍ଚିବା ଉଚିତ ଯାହାଦ୍ବାରା ମସ୍ତିଷ୍କର ଅପୂରଣୀୟ କ୍ଷତିରୁ ସର୍ବାଧିକ ରକ୍ଷା ମିଳିପାରିବ।

ପ୍ରଶ୍ନ: ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍‌କୁ କିପରି ରୋକାଯାଇପାରିବ?
ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍‌କୁ ଦୁଇ ପ୍ରକାର ଉପାୟରେ ରୋକାଯାଇପାରିବ:- ପ୍ରଥମ ଷ୍ଟ୍ରୋକ୍‌ ଘଟିବା ପୂର୍ବରୁ ବ୍ୟକ୍ତି ନିଶ୍ଚିତ ଭାବରେ ବିପଦର ସମ୍ଭାବ୍ୟ କାରଣଗୁଡ଼ିକୁ, ଯଦି କିଛି ଥାଏ, ନିୟନ୍ତ୍ରଣ କରିବା ଉଚିତ। ଯଥା- ଉଚ୍ଚ ମଧୁମେହ, ରକ୍ତ କୋଲେଷ୍ଟ୍ରଲ ତଥା ଉଚ୍ଚ ରକ୍ତଚାପ ଏବଂ ଏଥିସହିତ ଧୂମପାନ ଏବଂ ମଦ୍ୟପାନ ଅଭ୍ୟାସରୁ ସମ୍ପୂର୍ଣ୍ଣ ବିରତ ରହିବା ସଙ୍ଗେ ସଙ୍ଗେ ନିୟମିତ ଶାରୀରିକ ବ୍ୟାୟାମର ବହୁ ଅାବଶ୍ୟକତା ରହିଛି। ଅନ୍ୟାନ୍ୟ ପ୍ରତିରୋଧକ ପଦ୍ଧତି ମଧ୍ୟରେ ରହିଛି ମସ୍ତିଷ୍କ ଭିତରେ ରକ୍ତ ଜମାଟ ନ ବାନ୍ଧିବା ପାଇଁ ନିୟମିତ ଔଷଧ ସେବନ କରି ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍‌ର ପୁନରାବୃତ୍ତିକୁ ରୋକିବା। ଏଗୁଡ଼ିକ ହେଉଛି ରକ୍ତର ପତଳା ହେବା ଯାହା ଇସ୍‌କେମିକ୍‌ ଷ୍ଟ୍ରୋକ୍ ପରେ ଜୀବନ ସାରା ନିଶ୍ଚିତ ଭାବରେ ଜାରି ରହିଥାଏ।

ମନେ ରଖନ୍ତୁ : ଆରୋଗ୍ୟ ଅପେକ୍ଷା ପ୍ରତିରୋଧ ସବୁଠାରୁ ଉତ୍ତମ।

ପ୍ରଶ୍ନ: ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ କିମ୍‌ସ ଡାକ୍ତରଖାନାରେ କି କି ସୁବିଧା ଉପଲବ୍ଧ ରହିଛି?
କିମ୍‌ସ ଡାକ୍ତରଖାନାରେ ଏକ ୨୪x୭ ଜରୁରିକାଳୀନ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି ଯାହା ଘଣ୍ଟାଘଣ୍ଟା ଧରି ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍‌ର ସେବା ଯୋଗାଇଥାଏ। କିମ୍‌ସରେ ଏକ ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍ ସମ୍ବନ୍ଧିତ ଅାଇସିୟୁ ଅଛି, ଯାହା ଅାମର ସମସ୍ତ ଷ୍ଟ୍ରୋକ୍‌ ରୋଗୀଙ୍କୁ ସବୁ ପ୍ରକାର ଅତ୍ୟାଧୁନିକ ତଥା ଉନ୍ନତ ମାନର ଚିକିତ୍ସା ଯୋଗାଇବା ପାଇଁ ସମର୍ପିତ। ମାରାତ୍ମକ ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍ ଥ୍ରୋମ୍ବାଲାଇସିସ୍ ସହିତ ଘଣ୍ଟାଘଣ୍ଟା ସ୍କାନିଂ ଭଳି ସୁବିଧା ଏଠାରେ ଉପଲବ୍ଧ। ତେଣୁ ପାରାଲିସିସ୍ ବା ବ୍ରେନ୍‌ଷ୍ଟ୍ରୋକ୍ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ। ସେମାନଙ୍କୁ ଶୀଘ୍ର ଚିହ୍ନଟ କରନ୍ତୁ ଏବଂ ମନେରଖନ୍ତୁ ସମୟ ହେଉଛି ଗୁରୁତ୍ବପୂର୍ଣ୍ଣ। ତେଣୁ ରୋଗୀଙ୍କୁ ଷ୍ଟ୍ରୋକ୍ ହେବାର ୪ରୁ ୫ଘଣ୍ଟା ମଧ୍ୟରେ ଡାକ୍ତରଖାନାର ଜରୁରିକାଳୀନ ସେବାରେ ପହଞ୍ଚାଇବାର ନିହାତି ଜରୁରୀ ଅାବଶ୍ୟକତା ରହିଛି। ଫଳରେ ଏକ ମୂଲ୍ୟବାନ୍‌ ଜୀବନ ରକ୍ଷା ହେବା ସହିତ ଅକ୍ଷମତାକୁ ରୋକାଯାଇ ପାରିବ।

ସମ୍ବନ୍ଧିତ ଖବର