ଶୀତ ଦିନେ ଗାଧୋଇବା ବେଳେ କରନ୍ତୁ ନାହିଁ ଏଭଳି ଭୁଲ, ହୋଇପାରେ ବ୍ରେନ ଷ୍ଟ୍ରୋକ

ନୂଆଦିଲ୍ଲୀ: ଗତ ଏକ ମାସ ଧରି ଦେଶରେ ପ୍ରବଳ ଶୀତ ହେଉଛି | ଅନେକ ରାଜ୍ୟରେ ତାପମାତ୍ରା ୧ ତଳକୁ ଖସିଥିବା ବେଳେ ପ୍ରବଳ ଥଣ୍ଡା ହେତୁ ବ୍ରେନ ଷ୍ଟ୍ରୋକ୍ ମାମଲା ମଧ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି, ଯାହା ପାଇଁ ଅନେକ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ଡାକ୍ତରଙ୍କ ଅନୁଯାୟୀ, ବ୍ରେନ ଷ୍ଟ୍ରୋକ ହେବାର ଏକ ପ୍ରମୁଖ କାରଣ ହେଉଛି ଗାଧୋଇବାର ଭୁଲ ଉପାୟ।

ଡାକ୍ତରଙ୍କ ଅନୁଯାୟୀ, ଆଜିକାଲି ବଢୁଥିବା ଶୀତ ସିଧାସଳଖ ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି। ଅନେକ ଲୋକ ଶୀତଦିନେ ମଧ୍ୟ ଥଣ୍ଡା ପାଣିରେ ଗାଧୋଇବାକୁ ପସନ୍ଦ କରୁଛନ୍ତି | ସେମାନଙ୍କ ମଧ୍ୟରୁ ଅନେକ ଲୋକ ଗାଧୋଇବା ଆରମ୍ଭ କରିବା ମାତ୍ରେ ସିଧାସଳଖ ମୁଣ୍ଡରେ ଥଣ୍ଡା ପାଣି ଢାଳିଦିଅନ୍ତି | ହେଲେ ଏଭଳି ଶୀତ ସମୟରେ ଥଣ୍ଡା ଥଣ୍ଡା ପାଣିକୁ ମସ୍ତିସ୍କ ସବୁବେଳେ ସହ୍ୟ କରିପାରେ ନାହିଁ |ଏପରି ପରିସ୍ଥିତିରେ ଯେତେବେଳେ ହଠାତ୍ ଥଣ୍ଡା ପାଣି ମୁଣ୍ଡ ଉପରେ ପଡେ, ସେତେବେଳେ ବ୍ରେନ ଷ୍ଟ୍ରୋକ କିମ୍ବା ମୁଣ୍ଡର ଶିରା ଫାଟିଯିବାର ଆଶଙ୍କା ବଢ଼ିଯାଇଥାଏ |

ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦ୍ ରୋଗରେ ପୀଡିତ ଲୋକମାନଙ୍କ ପାଖରେ ବ୍ରେନ ଷ୍ଟ୍ରୋକ ହେବାର ଆଶଙ୍କା ଅଧିକ ରହିଥାଏ | ଏପରି ପରିସ୍ଥିତିରେ, ଏହି ଲୋକମାନେ ଶୀତଦିନେ ଅଧିକ ସତର୍କ ହେବା ଆବଶ୍ୟକ | ଭୁଲରେ ମଧ୍ୟ ଅଧିକ ଥଣ୍ଡା ପାଣିରେ ଗାଧୋଇବାରୁ ନିବୃତ ରହିବ ଜରୁରୀ |

ସମ୍ବନ୍ଧିତ ଖବର