ବ୍ରେନ୍‌ ଷ୍ଟ୍ରୋକ୍‌ କ’ଣ ଏଥିପାଇଁ କିପରି ସତର୍କତା ଅବଲମ୍ବନ କରିବେ ଜାଣନ୍ତୁ

ବ୍ରେନ୍‌ ମବ୍ରେନ୍‌ ଷ୍ଟ୍ରୋକ୍‌ ବା ମସ୍ତିଷ୍କ ଆଘାତ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା। ଏହା ଦ୍ୱାରା ମସ୍ତିଷ୍କର କିଛି ଅଂଶରେ ରକ୍ତପ୍ରବାହ ବ୍ୟାହତ ହୁଏ। ମସ୍ତିଷ୍କର ସ୍ନାୟୁ ନିଷ୍କ୍ରିୟ ହୋଇଯାଏ। ଥରେ ଷ୍ଟ୍ରୋକ୍‌ ଆରମ୍ଭ ହେଲେ ପ୍ରତି ସେକେଣ୍ଡ୍‌ରେ ୩୨,୦୦୦କୋଷ ମରିଯାଆନ୍ତି। ଏହା ଦ୍ୱାରା ଅକାଳ ମୃତ୍ୟୁ ଘଟେ କିଂବା କେତେକ ଅଙ୍ଗ ଅଚଳ ହୋଇପଡ଼େ। ଷ୍ଟ୍ରୋକ୍‌ର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଚାଳିଶ ପ୍ରତିଶତ ମଧ୍ୟମ ଧରଣର କାର୍ଯ୍ୟ କରିବାର ଶକ୍ତି ହରାଇଥା’ନ୍ତି। ପନ୍ଦରରୁ ତିରିଶ ପ୍ରତିଶତ ବ୍ୟକ୍ତିଙ୍କର ଅଧିକାଂଶ ଅଙ୍ଗ ଅଚଳ ହୋଇପଡ଼େ। ଉଚ୍ଚ ରକ୍ତଚାପ, ମଧୁମେହ, ଧୂମପାନ, ମଦ୍ୟପାନ, ପୃଥୁଳତା ଏବଂ ଶାରୀରିକ ନିଷ୍କ୍ରିୟତା ଷ୍ଟ୍ରୋକ୍‌ର ମୁଖ୍ୟ କାରଣ।

ଏଥି ପାଇଁ ସତର୍କ ରହିବା ଜରୁରୀ। ପ୍ରତି ଦିନ ତିରିଶ ମିନିଟ୍‌ ବ୍ୟାୟାମ କରନ୍ତୁ। ଫଳ, ପନିପରିବା, ଗୋଟା ଶସ୍ୟ, ତନ୍ତୁଜାତୀୟ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। କୋଲେଷ୍ଟ୍ରଲ୍‌ ବଢ଼ାଉଥିବା ଖାଦ୍ୟ, ଲୁଣ ଆଦି କମାଇବା ଉଚିତ। ମଧୁମେହ ରୋଗୀ ଡାକ୍ତରଙ୍କ ପରାମର୍ଶରେ ନିୟମିତ ଔଷଧ ସେବନ କରନ୍ତୁ। ମାତ୍ରାଧିକ ନିଶାଦ୍ରବ୍ୟ ସେବନରୁ ଦୂରେଇ ରହନ୍ତୁ। ଏହା ଦ୍ୱାରା ଷ୍ଟ୍ରୋକ୍‌ ଆଶଙ୍କା କମିଯାଏ।

-ଡା. ଶୁଭ୍ରାଂଶୁ ଶେଖର ଜେନା,
ସ୍ନାୟୁରୋଗ ବିଶେଷଜ୍ଞ, ଭୁବନେଶ୍ୱର

ସମ୍ବନ୍ଧିତ ଖବର