ଏହି ଅନୁଭବ ହେଲେ ଜାଣନ୍ତୁ ବ୍ରେନ ଟ୍ୟୁମରର ଆପଣ ଶିକାର ହେଉଛନ୍ତି

ଭୁବନେଶ୍ୱର: ମସ୍ତିଷ୍କ ଆମ ଶରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ମସ୍ତିଷ୍କକୁ ଟିକେ ବି ଅଣଦେଖା କରିବା ପ୍ରାଣଘାତକ ହୋଇପାରେ। ବେଳେବେଳେ ଅଚାନକ ଆମ ମସ୍ତିଷ୍କରେ କିଛି ସମସ୍ୟା ହୋଇଥାଏ, ଯାହାକୁ ଆମେ ସାଧାରଣ ସମସ୍ୟା ଭାବି ଅଣଦେଖା କରିଦେଉ | ଯଦି ଆପଣ ବି ଏଭଳି କରୁଛନ୍ତି ତେବେ ଆପଣଙ୍କ ଜୀବନ ମଧ୍ୟ ଚାଲିଯାଇପାରେ |

କାରଣ ଏହି ଛୋଟ ସମସ୍ୟା ହିଁ ବ୍ରେନ ଟ୍ୟୁମର ବୋଲି ପରେ ଜଣାପଡ଼ିଥାଏ | ଆଜି ଆମେ ଆପଣଙ୍କୁ ବ୍ରେନ ଟ୍ୟୁମର ହେବାର କିଛି ଲକ୍ଷଣ ବାବଦରେ କହିବୁ | ବ୍ରେନ ଟ୍ୟୁମରର ଆରମ୍ଭବେଳେ ମୁଣ୍ଡ ପ୍ରବଳ ଜୋର୍‌ରେ ବିନ୍ଧିଥାଏ।

ଏହା ପରେ ଏହି ଯନ୍ତ୍ରଣା ଧିରେ ଧିରେ ବଢ଼ିଯାଏ। ଏପରି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେହିପରି ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ସହିତ ବାନ୍ତି ଲାଗିବା ମଧ୍ୟ ବ୍ରେନ୍‌ ଟ୍ୟୁମରର ଲକ୍ଷଣ ହୋଇପାରେ | ବ୍ରେନ୍‌ ଟ୍ୟୁମର ହେବା ଫଳରେ ବେଳେ ବେଳେ ଅଚେତ ମଧ୍ୟ ହୋଇପାରନ୍ତି । ଯଦି ଆପଣ ଏପରି ଅନୁଭବ କରୁଛନ୍ତି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |

ସମ୍ବନ୍ଧିତ ଖବର