ଆପଣଙ୍କ ଲାଜ ଯୋଗୁଁ ବଢ଼ିଯାଇପାରେ ଏହି କ୍ୟାନ୍ସର, ଦେଖନ୍ତୁ ଭିଡିଓ

ସ୍ତନ କର୍କଟ ସଚେତନତା ମାସ ଭାବରେ ଅକ୍ଟୋବର ମାସକୁ ପାଳନ କରାଯାଏ । ତେବେ ସ୍ତନ କର୍କଟ ନିରୂପଣ କରିବା ପାଇଁ ମହିଳାମାନେ ସେତେଟା ଆଗ୍ରହ ଦେଖାଇନଥାନ୍ତି । ବଡ଼ କଥା ଯେ ଅଧିକାଂଶ ମହିଳା କାଳେ କେହି କିଛି ଭାବିବ ଭାବି ଡାକ୍ତରଙ୍କ ପାଖକୁ ଯିବାକୁ କୁଣ୍ଠାବୋଧ କରନ୍ତି, ଯାହାଫଳରେ ପ୍ରାଥମିକ ଅବସ୍ଥାରେ ଥିବା କ୍ୟାନ୍ସର ଧୀରେ ଧୀରେ ସାରା ଶରୀରକୁ ବ୍ୟାପିଯାଇଥାଏ | ତେବେ ଏନେଇ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ଵିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀ | ଡାକ୍ତରଙ୍କ ସୂଚନା ମୁତାବକ ଆଜିକାଲି ମହିଳାଙ୍କ ମଧ୍ୟରେ ଦେଖାଯାଉଥିବା କ୍ୟାନ୍ସର ମଧ୍ୟରେ ସ୍ତନ କର୍କଟ ଏକ ସାଧାରଣ ସମସ୍ୟା ପାଲଟିଗଲାଣି | ଆଶ୍ଚର୍ଯ୍ୟର କଥା ଯେ ସହରାଞ୍ଚଳରେ ରହୁଥିବା ଅଧିକାଂଶ ମହିଳାଙ୍କ ପାଖରେ ଏବେ ସ୍ତନ କର୍କଟର ଲକ୍ଷଣ ଦେଖିବାକୁ ମିଳୁଛି | ସହରାଞ୍ଚଳରେ ପ୍ରାୟ ୩୦ ପ୍ରତିଶତ ମହିଳା ଏବେ ଏହି ରୋଗରେ ପୀଡିତ ହେଉଛନ୍ତି | ଅଧିକାଂଶ ମହିଳା ଷ୍ଟେଜ-୩ ଓ ଷ୍ଟେଜ-୪ ସମୟରେ ଡାକ୍ତରଙ୍କ ପାଖକୁ ଆସିଥାନ୍ତି |


ଯାହାଦ୍ୱାରା କ୍ୟାନ୍ସର କେବଳ ସ୍ତନରେ ନଥାଇ ସାରା ଶରୀରକୁ ବ୍ୟାପିଯାଇଥାଏ | ସେଥିପାଇଁ କିଭଳି ସ୍ତନ କର୍କଟ ବାବଦରେ ଶୀଘ୍ର ଜାଣିପାରିବେ, ତାହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି | ଅକ୍ଟୋବର ମାସକୁ ସେଥିପାଇଁ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଛି | ଏହା ପଛରେ କେବଳ ଗୋଟିଏ ହିଁ ଉଦ୍ଦେଶ୍ୟ ରହିଛି ଯେ କିଭଳି ମହିଳାମାନେ ଜାଣିପାରିବେ, କିଭଳି ସେମାନେ ଲାଜ ଛାଡି ଚିକିତ୍ସା ପାଇଁ ଆସିପାରିବେ ସେ ନେଇ ଗୁରୁତ୍ୱ ଦିଆଯାଉଛି | ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀଙ୍କ କହିବା ଅନୁଯାୟୀ ଅଧିକାଂଶ ମହିଳା ଲଜ୍ଜ୍ୟା ଅନୁଭବ କରି ଡାକ୍ତରଙ୍କ ପାଖକୁ ଆସନ୍ତି ନାହିଁ |

ଅଧିକାଂଶ ମହିଳା ଭାବନ୍ତି ଯେ ସେମାନେ ଏବାବଦରେ କେଉଁ ଡାକ୍ତରଙ୍କ ପରାମର୍ଶ ନେବେ ? ପୂର୍ବରୁ ଏକ ଧାରଣା ଥିଲା ଯେ ସ୍ତନ କର୍କଟ କେବଳ ୫୦ ବର୍ଷରୁ ଅଧିକ ମହିଳାଙ୍କୁ ହୁଏ | କିନ୍ତୁ ଆଜିକାଲି ଦେଖାଯାଉଛି ଯେ ୩୦ରୁ ୩୫ ବର୍ଷର ମହିଳାଙ୍କର ମଧ୍ୟ ଏହି କର୍କଟ ସମସ୍ୟା ରହୁଛି |

ସମ୍ବନ୍ଧିତ ଖବର