ବାଇଗଣ ଖାଇବା ଦ୍ବାରା ମିଳିଥାଏ ଏହି ସବୁ ସୁବିଧା

ବାଇଗଣ ଏକ ଏପରି ପରିବା ଯାହା ପ୍ରାୟ ଅଧିକାଂଶ ତରକାରୀରେ ଆବଶ୍ୟକ ପଡ଼େ। ତରକାରୀରେ ବାଇଗଣ ପଡ଼ିଲେ ତାହାର ସ୍ବାଦ ଦ୍ବିଗୁଣ ହୋଇଯାଏ। ବାଇଗଣରେ ଏପରି ଅନେକ ସୁଗୁଣ ରହିଛି ଯାହାକି ବିଭିନ୍ନ ପ୍ରକାରର ‌ରୋଗ ସହ ଲଢ଼ିବାର ସାମର୍ଥ୍ୟ ରଖେ। ବାଇଗଣକୁ ଆପଣ ତରକାରୀ ବ୍ୟତୀତ ଡାଲମା, ଭଜା, ଭର୍ତ୍ତା, ଦହି ବାଇଗଣ ଆଦି ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟରେ ବ୍ୟବହାର କରିପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ପରିବା ଖାଇବା ଦ୍ବାରା କ’ଣ ସବୁ ସୁଫଳ ମିଳିଥାଏ।

ମଧୁମେହ ରୋଗୀଙ୍କ ପାଇଁ ବଇଗଣ ଖାଇବା ଖୁବ୍‌ ଭଲ। ଏହାକୁ ଏକ ଆଣ୍ଟି-ଡାଇବେଟିକ୍‌ ପରିବା ବୋଲି କୁହାଯାଏ। ଯେଉଁ ପରିବାରେ ଗ୍ଲୁକୋଜ୍‌ ପରିମାଣ ଅଧିକ ଥାଏ ତାହା ମଧୁମେହ ରୋଗୀଙ୍କ ପାଇଁ ବାରଣ। ମାତ୍ର ବାଇଗଣରେ ଗ୍ଲୁକୋଜ ସ୍ତର ନିୟନ୍ତ୍ରଣରେ ଥିବା ହେତୁ ଏହାକୁ ମଧୁମେହ ରୋଗୀମାନେ ଖାଇବା ଭଲ।

ଏଥିରେ ଖୁବ୍ କମ୍‌ ପରିମାଣର କ୍ୟାଲୋରି ଥାଏ। ଫଳରେ ଏହାକୁ ଖାଇଲେ ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

ବାଇଗଣରେ ରହିଛି ଫାଇବର୍‌। ଯାହାକି କୋ‌ଷ୍ଠୋକାଠିନ୍ୟ ଅସୁବିଧାକୁ ଦୂରେଇ ଦେଇଥାଏ। ଫାଇବର ମଧ୍ୟ ଓଜନ ହାସ୍‌ କରିଥାଏ।

ବାଇଗଣରେ ଥିବା ଫୋଲେଟ୍‌ ରେଡ୍‌ ବ୍ଲଡ୍‌ ସେଲ୍‌(ଆର୍‌ବିସି) ତିଆରି କରିବାରେ ସାହାଯ୍ୟ କରେ। ଏହା ନିଦ୍ରାହୀନତା ପରି ସମସ୍ୟାକୁ ଦୂରେଇ ଦେଇଥାଏ।

ବାଇଗଣ ଖାଇବା ଦ୍ବାରା ଚର୍ମ କର୍ମଟ ହେବାର ସମ୍ଭାବନା କମ୍‌ ରହିଛି ବୋଲି ଗବେଷକମାନେ କହିଛନ୍ତି।

ହୃଦ୍‌ରୋଗୀମାନେ ବି ବାଇଗଣ ଖାଇବା ଉଚିତ। ଏହି ପରିବାର ହୃଦ୍‌ପିଣ୍ଡ ପାଇଁ ବି ଖୁବ୍‌ ଭଲ।

ସମ୍ବନ୍ଧିତ ଖବର