ଘରେ ଏହି ସବୁ ଭଙ୍ଗା / ଅଚଳ ଜିନିଷ ରଖିବା ଠିକ୍‌ ନୁହେଁ , ଜାଣନ୍ତୁ କାରଣ

ଅନେକ ସମୟରେ ଆମେ ଘରେ ଭଙ୍ଗା ଜିନିଷକୁ ବାହାରେ ନ ଫିଙ୍ଗି ଘରର ଏକ କୋଣରେ ରଖିଥାଉ । ଠିକ୍‌ ସେହିପରି ଅଚଳ ଯନ୍ତ୍ରକୁ ବି ସେଭଳି ରଖିଥାଉ । ଏହାଦ୍ୱାରା ଯେ ଆମର କ୍ଷତି ହୋଇଥାଏ ,ତାହା ଜାଣି ନଥାଉ। ଏବେ ଆସନ୍ତୁ ଜାଣିବା ଘରେ କେଉଁ ସବୁ ଭଙ୍ଗା ସାମଗ୍ରୀ ରଖିବା ଠିକ୍‌ ନୁହେଁ ।

ଭଙ୍ଗା ପାତ୍ର: ଯଦି ଘରେ ଭଙ୍ଗା ବାସନ ବା ପାତ୍ର ଥାଏ, ଘରେ ଦାରିଦ୍ର୍ୟ ପ୍ରବେଶ କରେ । ଏଣୁ ଏହାକୁ ତୁରନ୍ତ ବାହାରେ ଫିଙ୍ଗି ଦେବା ଭଲ ।
ଭଙ୍ଗା କାଚ: ଘରେ ଯଦି ଭଙ୍ଗା ଆଇନା ବା କାଚ ଅଛି ତେବେ ତାହା ଘରେ ନକାରତ୍ମକ ଶକ୍ତିକୁ ଡାକି ଆଣେ । ଏହା ଫଳରେ ପରିବାରରେ ମାନସିକ ଅଶାନ୍ତି ଦେଖା ଦେଇଥାଏ ।
ଭଙ୍ଗା ପଲଙ୍କ: ବୈବାହିକ ଜୀବନରେ ସୁଖ ଶାନ୍ତି ପାଇଁ ପଲଙ୍କ ଏକଦମ୍‌ ଠିକ୍‌ ହେବା ଦରକାର । ଯଦି ପଲଙ୍କ ଭାଙ୍ଗି ଯାଇଛି, ତେବେ ଦାଂପତ୍ୟ ଜୀବନରେ ଅଶାନ୍ତି ଦେଖା ଦେବ ।
ବନ୍ଦ ଘଣ୍ଟା: ଘରେ ବନ୍ଦ ଘଣ୍ଟା ଥିଲେ, ପରିବାରର ସଦସ୍ୟଙ୍କ ଉନ୍ନତି ବାଧାପ୍ରାପ୍ତ ହେବ । ହେବା କାମ ସମୟରେ ସଂପୂର୍ଣ୍ଣ ହୋଇନଥାଏ ।
ଭଙ୍ଗା କବାଟ: ଘରେ ଭଙ୍ଗା କବାଟ ଥିଲେ ଲକ୍ଷ୍ମୀ ଘର ଭିତରକୁ ପ୍ରବେଶ କରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି ।
ଭଙ୍ଗା ପେନ୍‌: ଘରେ ବା ଅଫିସରେ ଭଙ୍ଗା ପେନ୍‌ ବା ବନ୍ଦ ପଡ଼ିଥିବା କଲମ ରଖନ୍ତୁ ନାହିଁ । ଏହା କ୍ୟାରିଅର ଉପରେ ପ୍ରଭାବ ପକାଇଥାଏ ।
ଭଙ୍ଗା ମୂର୍ତ୍ତି: ଘରେ ଯଦି ଭଗବାନଙ୍କର କୌଣସି ମୂର୍ତ୍ତି ଭଙ୍ଗା ରହିଛି, ତେବେ ତା’କୁ ତୁରନ୍ତ ଜଳରେ ବିସର୍ଜନ କରନ୍ତୁ । କାରଣ ଏହା କଷ୍ଟ ଦେଇପାରେ ।


ଫର୍ଣ୍ଣିଚର: ଘରର ପ୍ରତିଟି ଫର୍ଣ୍ଣିଚର ଏକଦମ୍‌ ଠିକ୍‌ ରହିବା ଦରକାର । ଘରେ ଭଙ୍ଗା ଫର୍ଣ୍ଣିଚର ଥିଲେ ତାହା ସମସ୍ୟା ସୃଷ୍ଟି କରିଥାଏ ।
ଅଚଳ ଇଲେକ୍ଟ୍ରାନିକ୍‌ ସାମଗ୍ରୀ: ଯଦି ଘରେ କୌଣସି ଅଚଳ ଇଲେକ୍ଟ୍ରାନିକ୍‌ ସାମଗ୍ରୀ ଅଛି ବା ଭାଙ୍ଗି ଯାଇଛି, ତେବେ ତା’କୁ ଘରୁ ତୁରନ୍ତ ବାହାର କରି ଦେବା ଉଚିତ୍‌ ।

ସମ୍ବନ୍ଧିତ ଖବର