ଆଜିକାଲି ପ୍ରାୟ ସମସ୍ତ ଯୁବକ ନିଜ ନିଜର ମସଲ୍ସ ବନାଇବା ପାଇଁ ଚାହୁଁଥିଲେ ମଧ୍ୟ ସମସ୍ତେ ଜିମ୍ ଯିବାକୁ ନାରାଜ୍। ଜିମ୍ ନ ଯାଇ ମଧ୍ୟ, କେଉଁ ସବୁ ଜିନିଷ ମସଲ୍ସ ବନାଇବାରେ ସହାଯ୍ୟ କରିବ, ତାହା ବତାଉଛନ୍ତି ଫିଟ୍ନେସ୍ ଏକ୍ସ୍ପର୍ଟ୍। ଫିଟ୍ନେସ୍ ଏକ୍ସ୍ପର୍ଟ୍ ବତାଉଛନ୍ତି କିଛି ସାଧାରଣ ଟିପ୍ସ୍, ଯାହା ମସଲ୍ସ ବନାଇବାରେ କରିବ ସାହାଯ୍ୟ।
/sambad/media/post_attachments/wp-content/uploads/2018/01/Build-Muscles-without-going-to-Gym_Slide_2.jpg)
ଚାଲିବା ଓ ଦୌଡ଼ିବା: ପ୍ରତିଦିନ ୩୦ ମିନିଟ୍ ଚାଲନ୍ତୁ ବା ଦୌଡ଼ନ୍ତୁ, ଏହାଦ୍ୱାରା ସମ୍ପୂର୍ଣ୍ଣ ଶରୀରର ମାଂସପେଶୀ ଷ୍ଟ୍ରଙ୍ଗ୍ ବା ଶକ୍ତ ହେବ।
/sambad/media/post_attachments/wp-content/uploads/2018/01/Build-Muscles-without-going-to-Gym_Slide_3.jpg)
ସ୍କୁଆର୍ଟ୍ସ: ସିଧା ଛିଡ଼ା ହୁଅନ୍ତୁ। ଏବେ ଉଭୟ ହାତ ସାମନା ପଟକୁ ସିଧା ରଖନ୍ତୁ ଓ ଆଣ୍ଠୁକୁ ମୋଡ଼ି ଚୌକିରେ ବସିଲା ଭଳି ବସନ୍ତୁ। ଏବେ ଧୀରେ ନିଶ୍ୱାସ ଛାଡ଼ି ଛାଡ଼ି ପୁଣି ଉଠି ପଡ଼ନ୍ତୁ। ଏମିତି ୧୦-୧୫ ଥର କରନ୍ତୁ।
/sambad/media/post_attachments/wp-content/uploads/2018/01/Build-Muscles-without-going-to-Gym_Slide_4.jpg)
ପୁସ୍-ଅପ୍ସ: ପ୍ରଥମେ ଟିକିଏ ଓ୍ଵାର୍ମ୍-ଅପ୍ କରନ୍ତୁ। ପେଟେଇ ପଡ଼ି ପୂରା ସିଧା ଶୋଇ ଯାଆନ୍ତୁ। ଏଥର ଦୁଇ ହାତରେ ଭରା ଦେଇ ଉପରକୁ ଉଠନ୍ତୁ ଓ ପୁଣି ତଳକୁ ଯାଆନ୍ତୁ। ଏମିତି ଥରକେ ୧୦ ଥର ଲେଖାଏଁ ୩ ଥର କରନ୍ତୁ।
/sambad/media/post_attachments/wp-content/uploads/2018/01/Build-Muscles-without-going-to-Gym_Slide_5.jpg)
କ୍ରନ୍ଚେସ୍: ଚିତ୍ ହୋଇ ସିଧା ଶୋଇ ପଡ଼ନ୍ତୁ। ଏବେ ଉଭୟ ହାତକୁ କାନ ପଛପଟେ ରଖନ୍ତୁ। ଗୋଡ଼କୁ ଆଣ୍ଠୁ ପାଖରୁ ମୋଡ଼ି ମୁଣ୍ଡ ଓ ପିଠିକୁ ଉପର ପଟେ ଉଠାନ୍ତୁ ଓ ପୁଣି ସେହି ପୋଜିସନ୍କୁ ନେଇ ଯାଆନ୍ତୁ। ଏମିତି ୧୦ଥର ଲେଖାଏଁ ୩ ଥର କରନ୍ତୁ।
/sambad/media/post_attachments/wp-content/uploads/2018/01/Build-Muscles-without-going-to-Gym_Slide_6.jpg)
କଇଁଚି: ଚିତ୍ ହୋଇ ଶୁଅନ୍ତୁ ଓ ଦୁଇ ଗୋଡ଼ ଉପରକୁ ଉଠାନ୍ତୁ। ଧୀରେ ଧୀରେ ଡାହାଣ ଗୋଡ଼କୁ ତଳକୁ ଆଣନ୍ତୁ ଓ ସିଧା କରନ୍ତୁ। ପୁଣି ବାମ ଗୋଡ଼କୁ ତଳକୁ ଆଣିବା ସହ ଡାହାଣ ଗୋଡ଼କୁ ଉପରକୁ ଉଠାନ୍ତୁ। ଏମିତି ୮-୧୦ ଥର କରନ୍ତୁ।
/sambad/media/post_attachments/wp-content/uploads/2018/01/Build-Muscles-without-going-to-Gym_Slide_7.jpg)
ଲେଗ୍ ଡ୍ରପ୍: ପିଠିରେ ଭରା ଦେଇ ଶୋଇ ଗୋଡ଼କୁ ଧୀରେ ଧୀରେ ଉପରକୁ ଉଠାଇ ସିଧା କରନ୍ତୁ। କିଛି ସମୟ ରୁହନ୍ତୁ, ପୁଣି ଗୋଡ଼କୁ ୪୫ଂ(ଡିଗ୍ରି) କୋଣରେ ରଖନ୍ତୁ। ଏମିତି ୮-୧୦ ଥର କରନ୍ତୁ।
/sambad/media/post_attachments/wp-content/uploads/2018/01/Build-Muscles-without-going-to-Gym_Slide_8.jpg)
ସାଇଡ୍ ପ୍ଲାଙ୍କ୍: କଡ଼େଇ ହୋଇ ଶୋଇ ଯାଆନ୍ତୁ। ଗୋଟିଏ ହାତ ଓ ଦୁଇ ଗୋଡ଼ରେ ଭରା ଦେଇ ଶରୀରକୁ ଉଠାନ୍ତୁ ଓ ୩୦ ସେକେଣ୍ଡ୍ ପର୍ଯ୍ୟନ୍ତ ଉପରେ ରଖନ୍ତୁ। ପେଟ ଓ ଜଙ୍ଘକୁ ଉପରକୁ ଟାଣି ରଖନ୍ତୁ। ଏମିତି ୮-୧୦ ଥର କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Build-Muscles-without-going-to-Gym_Slide_1.jpg)