ଘରୁ ନକାରାତ୍ମକ ଶକ୍ତିକୁ ଦୂରେଇବା ଲାଗି କରିପାରନ୍ତି ଏହି ଉପାୟ

ଆପଣଙ୍କ ଘରେ ଲୁଣ ତ ନିଶ୍ଚୟ ଥିବ। ଠିକ୍‌ ସେହିପରି ବେଳେବେଳେ ଆପଣ ନିଜ ଘରେ ଥିବା ନକାରାତ୍ମକ ଶକ୍ତିକୁ ନେଇ ମଧ୍ୟ ଚିନ୍ତିତ ଥାଇ ପାରନ୍ତି। ଘରେ ନକାରାତ୍ମକ ଶକ୍ତି ଥିଲେ କୌଣସି କାମ ସୁରୁଖୁରୁରେ ସଂପନ୍ନ ହୋଇ ନ ଥାଏ। ଏପରିକି ଆପଣ ନିଜକୁ ଅଭାଗା ବୋଲି ମନେ କରିଥାନ୍ତି।
ଯଦି ଆପଣ ଅନୁଭବ କରୁଛନ୍ତି ଯେ ଘରେ ନକାରାତ୍ମକ ଶକ୍ତି ଅଛି, ତେବେ ତାକୁ ଘରୁ ଦୂର କରିବାର ସୁନିଶ୍ଚିତ ଉପାୟ କରନ୍ତୁ। ଏଥିପାଇଁ ସବୁଠାରୁ ସହଜ ଓ ସରଳ ଉପାୟ ହେଲା ଲୁଣକୁ ନିଆଁରେ ଜଳାଇବା।
ଲୁଣ ଜଳାଇବା ଏକ ଶକ୍ତିଶାଳୀ ଉପାୟ ଅଟେ। କିନ୍ତୁ ଏହି ଅଗ୍ନି ସହିତ କାମ କରିବା ପାଇଁ ଟିକେ ସତର୍କ ରହିବା ଆବଶ୍ୟକ। ଏକ ପାତ୍ରରେ ନିଆଁ ଲଗାଇ ସେଥିରେ ଅଳ୍ପ ଅଳ୍ପ କରି ଲୁଣ ପକାନ୍ତୁ। ସେହି ପାତ୍ରରେ ଥିବା ଅଗ୍ନି ଓ ଧୂଆଁକୁ ଘରେ ବା ଅଫିସରେଥିବା ପ୍ରତିଟି ରୁମ୍‌ରେ ନେଇ କି ରଖନ୍ତୁ। ସେହି ଅଗ୍ନି ଶାନ୍ତ ହେବାପରେ ତାକୁ ଶୌଚାଳୟରେ ପକାଇ ଦିଅନ୍ତୁ। ଏପରି କରିଲେ ଘରୁ ତୁରନ୍ତ ନକାରାତ୍ମକ ଶକ୍ତି ଦୂରେଇ ଯିବେ ଓ ତା’ସ୍ଥାନରେ ସକାରାତ୍ମକ ଶକ୍ତି ପ୍ରବେଶ କରିବେ।
ନିଆଁରେ ଲୁଣ ପକାଇ ଜଳାଇବା ପରେ ଆପଣ ନିଜର ପ୍ରିୟ ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରନ୍ତୁ ଓ ଅବଶେଷ କୃତଜ୍ଞତା ଜଣାଇବାକୁ ଭୁଲନ୍ତୁ ନାହିଁ। ନିଆଁର ଧାସ କ୍ଷିପ୍ର ହେଲେ ତାହା ଅଧିକ ଶକ୍ତିଶାଳୀ ମନେହୁଏ।


ଯଦି ଆପଣ ନୂଆ ଘରେ ଗୃହ ପ୍ରବେଶ କରୁଛନ୍ତି ବା ନୂଆ ଅଫିସରେ କାର୍ଯ୍ୟ ଆରମ୍ଭ କରୁଛନ୍ତି , ତେବେ ଏହି ପଦ୍ଧତିକୁ ଆପଣାଇଲେ, ନକାରାତ୍ମକ ଶକ୍ତି ନଷ୍ଟ ହୋଇ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ସମ୍ବନ୍ଧିତ ଖବର