ଗାଈ ଘିଅର ଏହି ସବୁ ଉପକାରିତା ବିଷୟରେ ଜାଣନ୍ତି କି

ଆଜିକାଲି ଏକାଧିକ କାରଣରୁ ଗାଈ ଘିଅର ବ୍ୟବହାର କମୁଛି। ପ୍ରଥମତଃ, ଏହାର ଦର ଅଧିକ। ଦ୍ୱିତୀୟତଃ, ଖାଣ୍ଟି ଦେଶୀ ଘିଅର ଅଭାବ। ତୃତୀୟତଃ, ଏହା ମଣିଷକୁ ମୋଟା କରାଉଥିବାର ଲୋକମାନଙ୍କ ମନରେ ଭ୍ରମାତ୍ମକ ଧାରଣା ରହିଛି। ଏହି କାରଣରୁ ଲୋକମାନେ ଗାଈ ଘିଅର ବ୍ୟବହାର କମ୍‌ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଗାଈ ଘିଅର ଉପକାରିତା ସମ୍ପର୍କରେ…

ପ୍ରକୃତରେ ଶୁଦ୍ଧ ଗାଈ ଘିଅ ବେଶ୍‌ ନିରାପଦ। ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼େ। ତ୍ୱଚା ଓ କେଶର ସ୍ୱାସ୍ଥ୍ୟ ପାଇଁ ଏହା ଉପକାରୀ। ସ୍ନାନର ଅଧ ଘଣ୍ଟା ପୂର୍ବରୁ ଗାଈ ଘିଅକୁ ମୁହଁରେ ମାଲିସ କରନ୍ତୁ। ଦେଖିବେ ତ୍ୱଚାର ଔଜ୍ଜ୍ୱଲ୍ୟ ବୃଦ୍ଧି ପାଇବା। ବୟସଠାରୁ କମ୍‌ ଦିଶିବେ। ସପ୍ତାହରେ ଥରେ ଏହାକୁ କେଶରେ ଲଗାନ୍ତୁ। ପ୍ରତି ଦିନ ରାତିରେ ଶୋଇବା ପୂର୍ବରୁ ଓଠରେ ବୋଳନ୍ତୁ। କେବଳ ଏତିକି ନୁହେଁ ଆଖି ତଳର କଳା ଦାଗ ଦୂର କରିବା ପାଇଁ ପ୍ରତି ଦିନ ପାଞ୍ଚ ମିନିଟ୍‌ ଧୀରେଧୀରେ ଗାଈ ଘିଅକୁ ମାଲିସ କରନ୍ତୁ। କିଛିଦିନ ଏପରି କରିବା ଦ୍ୱାରା ଆଖି ତଳୁ କଳା ଦାଗ ଦୂର ହୋଇଥାଏ। ପାପୁଲି ଓଦା କରି, ତରଳ ଦେଶୀ ଘିଅ ନେଇ, ସାରା ଶରୀରରେ ମାଲିସ କରନ୍ତୁ। ଅଧ ଘଣ୍ଟା ପରେ ଥଣ୍ଡା ପାଣିରେ ଗାଧାନ୍ତୁ। ଚର୍ମ ଚିକ୍କଣ ରହିବ। ସେହିପରି ନାଭିରେ ପ୍ରତିଦିନ ଗାଈ ଘିଅ ଲଗାନ୍ତୁ ତ୍ୱଚା କୋମଳ ରହିବ।

ସମ୍ବନ୍ଧିତ ଖବର