ଦୁଗ୍ଧ ପ୍ରସ୍ତୁତ ସାମଗ୍ରୀ କିଣିବା ପୂର୍ବରୁ ଏସବୁ ତନଖି କରନ୍ତୁ

ଦୁଗ୍ଧରୁ ପ୍ରସ୍ତୁତ ସାମଗ୍ରୀରେ ପ୍ରୋଟିନ୍‌, କାଲସିଅମ୍‌, ଫସଫରସ, ଭିଟାମିନ୍‌ ବି ଟୁ ଓ ଭିଟାମିନ୍‌ ବି ୧୨ ଖୁବ୍‌ ଭଲ ମାତ୍ରାରେ ରହିଥାଏ । ତେବେ ଏହି ସାମଗ୍ରୀ କିଣିବା ସମୟରେ ନିମ୍ନୋକ୍ତ କଥା ପ୍ରତି ଧ୍ୟାନ ଦିଅନ୍ତୁ ।
– ପାଶ୍ଚାଇଜଡ ମିଲ୍ଲକ ଓ ମିଲକ୍‌ ପ୍ରଡକ୍ଟ କିଣିବା ଭଲ ।
-ପ୍ୟାକ୍‌ ହୋଇଥିବା ପନିର କିଣିବା ଭଲ, ଯଦି ପ୍ୟାକେଟ୍‌ ଖୋଲା ଥିବ, ତେବେ ନିଅନ୍ତୁ ନାହିଁ ।
– ଘରେ ଦହି ବସାଇବା ଭଲ । ଯଦି ବାହାରୁ କିଣୁଛନ୍ତି ଯେ ଏକ୍ସପାରି ଡେଟ୍‌ ଦେଖି କିଣନ୍ତୁ ।
-ବଟର୍‌, କ୍ରିମ୍‌ ଓ ଚିଜ୍‌ ଆଦି କିଣିବା ବେଳେ ଏକ୍ସପାରି ଡେଟ୍‌ ତନଖି ନିଅନ୍ତୁ । ଏହାକୁ ଫ୍ରିଜ୍‌ରେ ସବୁବେଳେ ରଖନ୍ତୁ ।


-ରସଗୋଲା, ଛେନାପୋଡ ବା ଗୁଲାବଜାମୁନ ଭଳି ମିଠା କିଣିବା ବେଳେ କେବଳ ବ୍ରାଣ୍ଡେଡ୍‌ ଦୋକାନ ବା ନାମୀ ଦୋକାନରୁ କିଣନ୍ତୁ ।
-ଆବଶ୍ୟକସ୍ଥଳେ ଗୋଟିଏ ମିଠା ଚାଖିବା ପରେ ଯଦି ଉପଯୁକ୍ତ ମନେ ହୁଏ, ତେବେ କିଣନ୍ତୁ ।

ସମ୍ବନ୍ଧିତ ଖବର