ମୁମ୍ବାଇ: ଆଉ ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱରେ ପୃଥୁଳ ପିଲାଙ୍କ ସଂଖ୍ୟା କୁପୋଷଣରେ ଶିକାର ହୋଇଥିବା ପିଲାଙ୍କ ସଂଖ୍ୟାକୁ ବଳି ଯିବ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ଇମ୍ପେରିୟାଲ୍ କଲେଜ୍ ଅଫ୍ ଲଣ୍ଡନ୍ ଦ୍ୱାରା ଲିଖିତ ଏବଂ ବୁଧବାର ଦିନ ‘ଦି ଲାନ୍ସେଟ୍’ ନାମକ ମେଡିକାଲ୍ ଜର୍ଣ୍ଣାଲ୍ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ଶିଶୁ ଏବଂ କିଶୋରଙ୍କ ମଧ୍ୟରେ ପୃଥୁଳତା ହାର ୧୯୭୫ ମସିହା ଠାରୁ ଶତକଡ଼ା ୧ ଭାଗରୁ କମ୍ ବୃଦ୍ଧି ପାଇଛି। ୨୦୧୬ରେ ବାଳିକାମାନଙ୍କ ମଧ୍ୟରେ ପୃଥୁଳତା ହାର ଶତକଡ଼ା ୬ ଭାଗ ଥିବାବେଳେ ବାଳକଙ୍କ ମଧ୍ୟରେ ଅଛି ଶତକଡ଼ା ୮ ଭାଗ।
ସେ ଯାହାହେଉ, ବିଶ୍ୱ ବାଲ୍ୟ ପୃଥୁଳ ମାନଚିତ୍ରରେ ଭାରତ କୁପୋଷଣ ଜୋନ୍ ଭାବେ ପ୍ରଦର୍ଶୀତ ହୋଇଥାଏ। ୨୦୧୬ରେ ମଧ୍ୟ ଭାରତ ବିଶ୍ୱର ସାମାନ୍ୟ ଅଥବା ଅତି ସ୍ୱଳ୍ପ ଓଜନର ୯୭ ନିୟୁତ ଶିଶୁ ଏବଂ କିଶୋର ଘର ହୋଇ ରହିଛି।
ଊନବିଂଶ ଶତାବ୍ଦୀର ୪ ଦଶନ୍ଧିରେ ଭାରତରେ ଥିଲେ ସାମନ୍ୟରୁ ଅତି ମାତ୍ରାରେ ସାଧାରଣ ଓଜନଠାରୁ କମ୍ ଓଜନର ଶିଶୁ। ୧୯୭୫ ମସିହାରେ ସେମାନଙ୍କ ମଧ୍ୟରୁ ୨୪. ୪% ବାଳିକା ଏବଂ ୩୯. ୩% ବାଳକ ଥିଲେ ସାମାନ୍ୟରୁ ମାତ୍ରାଧିକ କମ୍ ଓଜନବିଶିଷ୍ଟ ଶିଶୁ। ୨୦୧୬ରେ ଏହି ହାର ଥିଲା ୨୨. ୭% ଏବଂ ୩୦. ୭%।
କିନ୍ତୁ, ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ, ଭାରତର କେତେକ ମେଟ୍ରୋ ଏବଂ ସହରଗୁଡ଼ିକରେ ପୃଥୁଳତା ସଂଖ୍ୟା ଏଡ଼େ ଦ୍ରୁତ ଗତିରେ ବଢ଼ି ଚାଲିଛି ଯେ ତାହା କୁପୋଷଣ ଆକ୍ରାନ୍ତ ପିଲାଙ୍କ ସଂଖ୍ୟାକୁ ଟପିଯିବ। ଲାନ୍ସେଟ୍ ଷ୍ଟଡିର ଅନ୍ୟତମ ଲେଖକ ଡାକ୍ତର ଭି ମୋହନ କହନ୍ତି: ୧୯୭୫ ବର୍ଷକୁ ତୁଳନା କଲେ, ବିଶ୍ୱରେ ଯେ ପୃଥୁଳକାୟ ପିଲାଙ୍କ ସଂଖ୍ୟ ନ ବଢ଼ିଛି, ତାହାକୁ ଅସ୍ୱୀକାର କରିହେବ ନାହିଁ। ଭାରତରେ ମଧ୍ୟ ପିଲାମାନଙ୍କର ବଡି ମାସ୍ ଇଣ୍ଡେକ୍ସ୍ ବୃଦ୍ଧି ପାଇଛି। କିନ୍ତୁ, ସେ ସଂଖ୍ୟା ଅନ୍ୟ ଦେଶମାନଙ୍କର, ଆମେରିକା କୁହ କି, ପୂର୍ବ ଏସିଆ କୁହ, ପୃଥୁଳ ପିଲାମାନଙ୍କ ସଂଖ୍ୟା ସମକକ୍ଷ ନୁହେଁ।
ସେ ଅଧ୍ୟୟନରେ ପ୍ରକାଶ ପାଇଛି ଯେ, ୨୦୧୬ ବର୍ଷରେ ଭାରତରେ ବିଏମ୍ଆଇ ହାର ୧୫. ୦୩ରୁ ୧୬. ୯୭ ଯାଏଁ ବୃଦ୍ଧି ପାଇ ଥିଲା। ସେଥିରୁ ବାଳିକାମାନଙ୍କ ପୃଥୁଳତା ହାର ୧୫. ୭୪ରୁ ୧୬. ୯୪କୁ ବୃଦ୍ଧି ପାଇଥିଲା। ଜଣେ ବରିଷ୍ଠ ଡାକ୍ତର କହନ୍ତି ଯେ ଏଭଳି ପୃଥୁଳତା ହାର କେତେକ ପାଶ୍ଚାତ୍ୟ ଦେଶରେ ଚିନ୍ତାଜନକ ନୁହେଁ। କିନ୍ତୁ, ଦିଲ୍ଲୀର ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ଅନୁପ ମିଶ୍ର କହନ୍ତି ଯେ ଭାରତର ସାମଗ୍ରିକ ବିଏମ୍ଆଇ ହାର ପୂର୍ଣ୍ଣ ଚିତ୍ର ଉପସ୍ଥାପନ କରୁନାହିଁ। ଝାଡ଼ଖଣ୍ଡ, ବିହାର ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟରେ କୁପୋଷଣ ଏକ ଉତ୍କଟ ସମସ୍ୟା ଭାବେ ଉଭା ହୋଇଛି। ଡାକ୍ତର ମିଶ୍ରଙ୍କର ପୂର୍ବ ଅଧ୍ୟୟନରୁ ଜଣାପଡ଼େ ଯେ ଭାରତୀୟ ସହରାଞ୍ଚଳର ୩୦% ପିଲା ଅଧିକ ଓଜନ କିଂବା ପୃଥୁଳ। ଗ୍ରାମୀଣ ଭାରତରେ ପୃଥୁଳତା ସଂଖ୍ୟା ସ୍ୱଳ୍ପ। କିନ୍ତୁ, ସେମାନେ ସହରାଞ୍ଚଳକୁ ଚାଲି ଆସିଲେ ସେମାନେ ଅନ୍ୟମାନଙ୍କଠାରୁ ମଧ୍ୟ ଖୁବ୍ ଶୀଘ୍ର ପୃଥୁଳ ହୋଇ ଯାଆନ୍ତି।