ଶରୀରରେ କେବଳ ହାଡ଼କୁ ଶକ୍ତ କରିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଛି ବୋଲି ଲୋକେ ଭାବିଥାନ୍ତି । ଏହା ସତ କି, ଶରୀରରେ ୯୦ପ୍ରତିଶତ କ୍ୟାଲସିୟମ ହାଡ଼ ଏବଂ ଦାନ୍ତରେ ଦେଖା ଯାଇଥାଏ । କିନ୍ତୁ କ୍ୟାଲସିୟମ ଶରୀରର ପ୍ରତି କୋଷିକା ପାଇଁ ଆବଶ୍ୟକ । ଖାସ୍ କରି ସୁସ୍ଥ ହୃଦୟ, ରକ୍ତ, ମାଂସପେଶୀ ଇତ୍ୟାଦିକୁ ସୁସ୍ଥ ରଖିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଥାଏ । ଆଜି ଆମେ ଆପଣଙ୍କୁ କ୍ୟାଲସିୟମ ଅଭାବର ଲକ୍ଷଣ ବିଷୟରେ ଜଣାଇବାକୁ ଯାଉଛୁ ।
୧. ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, କ୍ୟାଲସିୟମ ଅଭାବର ପ୍ରାଥମିକ ସଙ୍କେତ ହୋଇଥାଏ । କ୍ୟାଲସିୟମ ଅଭାବ ହେଲେ ଚାଲିବା ସମୟରେ ବା ହାତ ଗୋଡ଼ ମୋଡ଼ିବା ସମୟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
fithindi.thequint.com୨. କ୍ୟାଲସିୟମ ଅଭାବ ହେଲେ, ଲୋକେ ଅଳସୁଆ ହୋଇଯିବା ସହ କମ କାମ କରି ଥକି ଯାଇଥାନ୍ତି । ନିଦ ନ ଆସିବା ମଧ୍ୟ କ୍ୟାଲସିୟମ ଅଭାବର ଏକ ଲକ୍ଷଣ ।
fithindi.thequint.com୩. କ୍ୟାଲସିୟମ ଅଭାବ ହେଲେ ମୁଣ୍ଡ ବୁଲାଇବା, କୌଣସି ଜିନିଷ ସହଜରେ ଭୁଲିଯିବା ବା କୌଣସି ଜିନିଷକୁ ନେଇ ଦ୍ୱନ୍ଦ ହେବା ଭଳି ସମସ୍ୟା ଦେଖା ଯାଇଥାଏ ।
୪. କ୍ୟାଲସିୟମର ଅଭାବ ହେଲେ ଦାନ୍ତରୁ ରକ୍ତ ବାହାରିବା ବା ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖା ଯାଇଥାଏ । ଛୋଟ ପିଲାମାନଙ୍କର ଦାନ୍ତ ବିଳମ୍ବରେ ଉଠୁଥିଲେ, କ୍ୟାଲସିୟମର ସମସ୍ୟା ଅଛି ବୋଲି ଜାଣି ନିଅନ୍ତୁ ।
fithindi.thequint.com/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Calcium-Deficiency-Teeth-Signs-and-Symptoms-Savina-Dental-Clinics-Malta-and-Gozo-640x427.jpg)