ଶରୀରରେ କେବଳ ହାଡ଼କୁ ଶକ୍ତ କରିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଛି ବୋଲି ଲୋକେ ଭାବିଥାନ୍ତି । ଏହା ସତ କି, ଶରୀରରେ ୯୦ପ୍ରତିଶତ କ୍ୟାଲସିୟମ ହାଡ଼ ଏବଂ ଦାନ୍ତରେ ଦେଖା ଯାଇଥାଏ । କିନ୍ତୁ କ୍ୟାଲସିୟମ ଶରୀରର ପ୍ରତି କୋଷିକା ପାଇଁ ଆବଶ୍ୟକ । ଖାସ୍ କରି ସୁସ୍ଥ ହୃଦୟ, ରକ୍ତ, ମାଂସପେଶୀ ଇତ୍ୟାଦିକୁ ସୁସ୍ଥ ରଖିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଥାଏ । ଆଜି ଆମେ ଆପଣଙ୍କୁ କ୍ୟାଲସିୟମ ଅଭାବର ଲକ୍ଷଣ ବିଷୟରେ ଜଣାଇବାକୁ ଯାଉଛୁ ।
୧. ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, କ୍ୟାଲସିୟମ ଅଭାବର ପ୍ରାଥମିକ ସଙ୍କେତ ହୋଇଥାଏ । କ୍ୟାଲସିୟମ ଅଭାବ ହେଲେ ଚାଲିବା ସମୟରେ ବା ହାତ ଗୋଡ଼ ମୋଡ଼ିବା ସମୟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
/sambad/media/post_attachments/wp-content/uploads/2019/06/thequint-fit-hindi_2018-10_89618e47-f6e8-4b1d-8ff6-836373e9007d_pain_1-300x300.jpg)
୨. କ୍ୟାଲସିୟମ ଅଭାବ ହେଲେ, ଲୋକେ ଅଳସୁଆ ହୋଇଯିବା ସହ କମ କାମ କରି ଥକି ଯାଇଥାନ୍ତି । ନିଦ ନ ଆସିବା ମଧ୍ୟ କ୍ୟାଲସିୟମ ଅଭାବର ଏକ ଲକ୍ଷଣ ।
/sambad/media/post_attachments/wp-content/uploads/2019/06/thequint-fit-hindi_2018-10_43a6b28d-0983-4cc7-8c10-9bcdd3a9ddf2_fatigue-300x200.jpg)
୩. କ୍ୟାଲସିୟମ ଅଭାବ ହେଲେ ମୁଣ୍ଡ ବୁଲାଇବା, କୌଣସି ଜିନିଷ ସହଜରେ ଭୁଲିଯିବା ବା କୌଣସି ଜିନିଷକୁ ନେଇ ଦ୍ୱନ୍ଦ ହେବା ଭଳି ସମସ୍ୟା ଦେଖା ଯାଇଥାଏ ।
୪. କ୍ୟାଲସିୟମର ଅଭାବ ହେଲେ ଦାନ୍ତରୁ ରକ୍ତ ବାହାରିବା ବା ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖା ଯାଇଥାଏ । ଛୋଟ ପିଲାମାନଙ୍କର ଦାନ୍ତ ବିଳମ୍ବରେ ଉଠୁଥିଲେ, କ୍ୟାଲସିୟମର ସମସ୍ୟା ଅଛି ବୋଲି ଜାଣି ନିଅନ୍ତୁ ।
/sambad/media/post_attachments/wp-content/uploads/2019/06/thequint-fit-hindi_2018-10_dde7c966-5627-44f8-92de-5ad1c40029f4_tooth_sensitivity-300x169.jpg)