ଏକା ସାଙ୍ଗେ କାଲସିଅମ୍ ଓ ଭିଟାମିନ୍ ଡି ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ!
କାଲସିଅମ୍ ଓ ଭିଟାମିନ୍ ଡି ଉଭୟେ ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ହାଡ଼କୁ ସୁସ୍ଥ ଓ ଶକ୍ତ ରଖିଥାଏ। କିନ୍ତୁ ଯଦି ଉଭୟ ମଧ୍ୟରୁ କୌଣସି ଗୋଟିକର ଅଭାବତା ଘଟେ,ତେବେ ହାଡ଼ ଦୁର୍ବଳ ହୋଇଯାଏ ଏବଂ ହାଡ଼ ଭାଙ୍ଗିବାର ଆଶଙ୍କା ବି ଥାଏ। କାଲସିୟମ୍ ହେଉଛି ହାଡ଼ର ମୁଖ୍ୟ ଉପାଦାନ। ସୁସ୍ଥ ଶରୀରରେ ଏହାର ମାତ୍ରା ୩୦ ରୁ ୩୫ ପ୍ରତିଶତ, ଯାହା ହାଡ଼କୁ ଶକ୍ତ କରିଥାଏ। କମ୍ ମାତ୍ରାରେ କାଲସିୟମ୍ ଖାଇଲେ ଅଷ୍ଟୟୋପୋରୋସିସ୍ ରୋଗ ହେବାର ଆଶଙ୍କା ଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଏକା ସାଙ୍ଗେ କାଲସିଅମ୍ ଓ ଭିଟାମିନ୍ ଡି ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଜଣାଯାଇଛି। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ଯଦି କାଲସିଅମ୍ ଓ ଭିଟାମିନ୍ ଡି ଏକା ସାଙ୍ଗେ ସେବନ କରାଯାଏ, ତେବେ ହୃଦ୍ଘାତର ଆଶଙ୍କା ବହୁଗୁଣିତ ହୋଇଥାଏ। ଦ ଏନେଲ୍ସ ଅଫ୍ ଇଣ୍ଟରନ୍ସ ମେଡିସିନ୍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଅରୋରା ସ୍କେଲେରୋସିସ୍ ରୋଗ ହେବାର ଆଶଙ୍କା ମଧ୍ୟ ରହିଛି। ଏଥିରେ ୧୬ ପ୍ରକାରର ଭିନ୍ନ ଭିନ୍ନ ନ୍ୟୁଟ୍ରିସନାଲ୍ ସପ୍ଲିମେଣ୍ଟସ ଓ ୮ ଡାଏଟ୍ରି ଇଣ୍ଟରଭେସନ୍ ଉପରେ ଗବେଷଣା କରାଯାଇଥିଲା। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏକା ସାଙ୍ଗେ କାଲସିଅମ୍ ଓ ଭିଟାମିନ୍ ଡି ସେବନ କରିଲେ ହୃଦଘାତର ଆଶଙ୍କା ୧୭ ପ୍ରତିଶ୍ରତ ବୃଦ୍ଧି ପାଇଥାଏ।
ତେବେ ଏକଥାକୁ ସତ ବୋଲି ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଦିଲ୍ଲୀର ମାକ୍ସ ହସ୍ପିଟାଲର ଇଣ୍ଟରନେସନାଲ ମେଡିସିନ ବିଭାଗର ସହଯୋଗୀ ନିର୍ଦ୍ଦେଶକ ଡାକ୍ତର ରାମିଲ ଟିକ୍କୁ। ସେ କହିଛନ୍ତି ଯେ ଏକ ସଙ୍ଗେ କାଲସିଅମ୍ ଓ ଭିଟାମିନ୍ ଡି ସେବନ କରୁଥିବା ଲେକେ ହୃଦଘାତର ଶିକାର ହେବା ଘଟଣା ଆଦୌ ଦେଖି ନାହାନ୍ତି।