ଶରୀରରୁ କ୍ୟାଲୋରି କମ କରିବା ପାଇଁ ପ୍ରତିଦିନର ଖାଦ୍ୟରେ ସାମିଲ କରନ୍ତୁ ଏ ସବୁ ଜିନିଷ

ଓଜନ ବଢ଼ିଯିବା ପରେ ତାକୁ କମ କରିବା କଷ୍ଟକର ହୋଇ ପଡ଼େ । ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସହଜରେ ଓଜନ କମି ନ ଥାଏ । ଓଜନ ବଢ଼ିବା ସହ ଶରୀରରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଯେମିତି କି, ମଧୁମେହ, ହୃଦ୍‌ଜନିତ ସମସ୍ୟା, ରକ୍ତଚାପ ଭଳି ସମସ୍ୟା ଦେଖା ଯାଇଥାଏ । ଏ ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକେ ବ୍ୟାୟାମ, ଯୋଗ ଏବଂ ଡାଏଟିଂ କରିଥାନ୍ତି । କିନ୍ତୁ ବେଳେ ବେଳେ ଏତେ ସବୁ କରି ମଧ୍ୟ କୌଣସି ଫାଇଦା ମିଳି ନ ଥାଏ । ଏଭଳି ସ୍ଥିତିରେ ଲୋକମାନଙ୍କୁ ନିଜ ଡାଏଟରେ ଏ ସବୁ ଜିନିଷକୁ ସାମିଲ କରିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ସେ ବିଷୟରେ..

୧. କଫିରେ ଥିବା କେଫିନ୍‌ ଶରୀରରେ ଥିବା କ୍ୟାଲୋରି ସ୍ତରକୁ କମ କରିଥାଏ, ଯାହାଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ । ଖୁବ୍‌ ଶୀଘ୍ର ଫଳାଫଳ ପାଇବା ପାଇଁ ବିନା ଚିନିରେ କଫି ପିଇବା ଆରମ୍ଭ କରନ୍ତୁ ।

୨. ନଡ଼ିଆ ତେଲରେ ହେଲ୍‌ଦି ଫ୍ୟାଟ୍‌ ରହିଥାଏ । ଯାହା ଶରୀରର ଏକାଧିକ ଫ୍ୟାଟ୍‌କୁ ଏକତ୍ରିତ ହେବାରୁ ରୋକିଥାଏ । ନଡ଼ିଆ ତେଲ ଖୁବ୍‌ ସହଜରେ ହଜମ ହୋଇ ଯାଉଥିବାରୁ ଫ୍ୟାଟ୍‌ ଜମା ହୋଇ ନଥାଏ । ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି, ତେବେ ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ ।

Image result for coconut oil
Healthline

୩. ଲଙ୍କା କେବଳ ଖାଇବାରେ ସ୍ୱାଦ ଆଣି ନଥାଏ । ଏହା ଶରୀରରୁ କ୍ୟାଲୋରି କମ କରିବା ସହ ଫ୍ୟାଟ୍‌ କମ କରିବାରେ ସାହାଯ୍ୟ କରିଥାଏ । ଲଙ୍କାରେ କ୍ୟାପ୍‌ସକିନ୍‌ ନାମକ ତତ୍ତ୍ୱ ରହିଥାଏ । ଯାହା ଶରୀରର ଫ୍ୟାଟ୍‌କୁ ଶକ୍ତିରେ ପରିବର୍ତ୍ତନ କରିଥାଏ ।

ସମ୍ବନ୍ଧିତ ଖବର