ଆପଣ କ’ଣ ପ୍ରଚୁର ପରିମାଣରେ ପାଣି ପିଉଛନ୍ତି କି? ମସ୍ତିଷ୍କ ଫୁଲିଯାଇପାରେ

ଯଦି ଏମିତି କରୁଥାନ୍ତି ତେବେ ଗବେଷକମାନଙ୍କର ମତ ହେଲା ଯେ ଏଥିପାଇଁ ସତର୍କ ରହନ୍ତୁ । କାରଣ ଏହା ଅତି ସମ୍ବେଦନଶୀଳତା, ଅତିରିକ୍ତ ଦ୍ରବ୍ୟ ସଞ୍ଚୟ ଭୟଙ୍କର ରୂପ ନେଇ ପାରେ। ଖାଲି ସେତିକି ନୁହେଁ ଏହା ଦ୍ୱାରା ରକ୍ତରେ ସୋଡିଅମ୍‌ର ସ୍ତର କମ୍‌ ହୋଇ ଯାଇଥାଏ ଏବଂ ମସ୍ତିଷ୍କର କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ମସ୍ତିଷ୍କଫୁଲି ଯାଇପାରେ । ମସ୍ତିଷ୍କ ଫୁଲା ସାଧାରଣତଃ ବୟସ୍କ ଲୋକଙ୍କଠାରେ ଅଧିକ ମାତ୍ରାରେ ଦେଖା ଦେଇଥାଏ। କାନାଡାର ମେକଭିଲ ବିଶ୍ୱବିଦ୍ୟାଳୟର ଚାଲର୍ସ ବୋର୍କ କହିଛନ୍ତି ଯେ ମସ୍ତିଷ୍କର ଆଘାତ(ହାଇପୋକୋଟ୍ରେମିୟା), ହୃଦଜନିତ ବିଫଳତା ଓ ଔଷଧର ଉପଯୋଗରେ ଅସୁବିଧା ଭଳି ସମସ୍ୟା ଦେଖା ଦେଇଥାଏ।

ଅଧିମକ ମାତ୍ରାରେ ପାଣି ପିଇଲେ ମସ୍ତିଷ୍କରେ ହାଇଡ୍ରେସନ୍‌ ସେନସିଂ ତନ୍ତ୍ରରେ ଏକ ତ୍ରୁଟି ଦେଖିବାକୁ ମିଳେ। ଆହୁରି ମଧ୍ୟ ଗବେଷଣାରୁ ଜଣାଯାଇଛି ଯେ ବାସ୍ତବରେ ଗ୍ଲିୟଲ୍‌ କୋଷଗୁଡିକ ରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୁଏ, ଯାହା ଫଳରେ ରୋଗୀର ଉପଯୁକ୍ତ ଚିକିତ୍ସା କରାଯିବା ମଧ୍ୟ ସମ୍ଭବ ହୋଇ ନଥାଏ।
ଜର୍ଣ୍ଣାଲ୍‌ ସେଲ୍‌ ଦ୍ୱାରା ରିପୋର୍ଟ ଅନୁଯାୟୀ ଅଧିକ ମାତ୍ରାରେ ପାଣି ପିଇଲେ ଯେଉଁ ଓଭର ହାଇଡ୍ରେସନ୍‌ ପରିଲକ୍ଷିତ ହୁଏ, ତାହା ପ୍ରଥମେ ଟ୍ରିପ୍‌-୪-ଚାନେଲ୍‌ ଦ୍ୱାରା ପରିଚିତ ହୋଇଥାଏ। ଏହା ଏକ ପ୍ରକାରର ଆମିନୋ ଏସିଡ୍‌କୁ ଚିହ୍ନାଇଥାଏ। ଏହା ହେଲା ଟୋରିନ୍‌।

photo-hindustan times

ଏଣୁ କମ୍‌ ଓ କେବଳ ଆବଶ୍ୟକ ପରିମାଣରେ ଜଳ ପିଇବାକୁ ଏହି ଗବେଷଣାରେ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର