ବଡ଼ ପରିବାର, ନିରୋଗୀ ପରିବାର! ଗବେଷଣାରୁ ଜଣାପଡ଼ିଲା ବଡ଼ ପରିବାରରେ ରହୁଥିବା ଲୋକଙ୍କ କ୍ଷେତ୍ରରେ କର୍କଟ ସମ୍ଭାବନା କମ୍‌

ନିକଟରେ ହୋଇଥିବା ଏକ ନୂଆ ଗବେଷଣାରୁ ମିଳିଥିବା ତଥ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପକାଇବ ନିଶ୍ଚୟ। ସମସ୍ତେ ଜାଣନ୍ତି ‘ଛୋଟ ପରିବାର, ସୁଖୀ ପରିବାର’। ମାତ୍ର ନିକଟରେ ହୋଇଥିବା ଗବେଷଣା କହୁଛି ବଡ଼ ପରିବାରରେ ବଢ଼ିଥିବା ସଦସ୍ୟଙ୍କ କ୍ଷେତ୍ରରେ କର୍କଟ ହେବାର ସମ୍ଭାବନା କମ୍‌। ଗବେଷଣାରୁ ଜାଣିବାକୁ ମିଳିଛି ଯେ ଅଧିକ ମଣିଷଙ୍କ ସହ ବସବାସ କଲେ ବିଭିନ୍ନ ଧରଣର ରୋଗ କମ୍‌ ହେବାର ଆଶା ରହିଛି। ଯେଉଁମାନଙ୍କ ଘରେ ଅଧିକ ଭାଇଭଉଣୀ, କକା, ଖୁଡ଼ି ଆଦିରେ ଘର ପୂରି ଉଠୁଥିବ ସେହି ପରିବାରରେ କର୍କଟ ରୋଗର ସମ୍ଭାବନା କମ୍‌ ରହିଛି।

ସୁଇଜର୍‌ଲାଣ୍ଡ୍‌ ଓ ଅଷ୍ଟ୍ରେଲିଆର ଗବେଷକମାନେ କରିଥିବା ଗବେଷଣା ଅନୁଯାୟୀ, ପରିବାରର ଆକୃତି ମଧ୍ୟ ରୋଗ କରାଇବା ନକରାଇବା ଉପରେ ନିର୍ଭର କରେ। ପରିବାର ମଧ୍ୟରେ ଥିବା ଭାବପ୍ରବଣତା କାରଣ ରୋଗ ସଷ୍ଟିକାରୀ ବି ବିନାଶକାରୀ ବି ହୋଇଥାଏ।

କର୍କର ରୋଗ ଉପରେ ଗବେଷଣା କରୁଥିବା ଜଣେ ଗବେଷକ ଏକ ସାକ୍ଷାତ୍‌କାରରେ କହିଛନ୍ତି କି ‘କର୍କଟ ଏକ ରୋଚକ ବେମାରୀ, ଯାହା ଘଟଣା ହିସାବରେ ବଢ଼େ।’

ସେହିପରି ଜାଣିବାକୁ ମିଳିଛି ଯେ ଯେଉଁ ମହିଳାଙ୍କର ଅଧିକ ସନ୍ତାନ ରହିଛନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ କର୍କଟ ରୋଗର ସମ୍ଭାବନା କମ୍‌ ରହିଛି।

ବଡ଼ ପରିବାର ହୋଇଥିଲେ ମୁଖ୍ୟତଃ ମସ୍ତିଷ୍କ, ମୁତ୍ରାଶୟ, ସ୍ତନ, ଅଣ୍ଡାଶୟ, ଗର୍ଭାଶୟ ଓ ମେଲେନୋମା ଆଦି କର୍କଟ ହେବାର ସମ୍ଭାବନା କମ୍‌ ରହିଛି।

ସମ୍ବନ୍ଧିତ ଖବର