ଓ୍ଵାଶିଂଟନ: ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍କଟ ଧୀରେ ଧୀରେ ବୃଦ୍ଧି ପାଇ ଦ୍ୱିତୀୟ ମହାମାରୀ ରୋଗ ପାଲଟିଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି। ତେବେ ଆପଣ ଭାବୁଥିବେ ପ୍ରଥମ କିଏ? ଜାଣିରଖନ୍ତୁ ଯେ ସାରା ବିଶ୍ୱରରେ ହୃଦ୍ଘାତ ହେତୁ ସର୍ବାଧିକ ସଂଖ୍ୟକ ମୃତ୍ୟୁ ଘଟୁଛି। ତା’ପରେ ଦ୍ୱିତୀୟ ସ୍ଥାନରେ ରହିଛି କର୍କଟ।
ମଧ୍ୟମ ବୟସ୍କ ଲୋକଙ୍କ କ୍ଷେତ୍ରରେ ଅଧିକ ହୃଦ୍ ରୋଗ ଦେଖିବାକୁ ମିଳୁଛି। ତଥ୍ୟରୁ ଜାଣିବାକୁ ମିଳିଛି ଯେ ୪୦ ପ୍ରତିଶତରୁ ଅଧିକ ମୃତ୍ୟୁ ହୃଦ୍ଘାତ ହେତୁ ହେଉଛି। ୨୦୧୭ ମସିହାରେ ସମଗ୍ର ବିଶ୍ୱରେ ହୃଦ୍ଘାତ ହେତୁ ୧୭.୭ ମିଲିୟନ୍ ମୃତ୍ୟୁ ହୋଇଥିଲା।
ନିକଟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି ଯେ ଧନୀ ଦେଶଗୁଡ଼ିକରେ ହୃଦ୍ଘାତ ଅପେକ୍ଷା କର୍କଟ ବେଶୀ ଜୀବନ ନେଉଛି। ‘ଦ ଲାନସେଣ୍ଟ୍ ମେଡିକାଲ୍ ଜର୍ଣ୍ଣାଲ୍’ରେ ପ୍ରକାଶ ପାଇଥିବା ଗବେଷଣାତ୍ମକ ତଥ୍ୟ ମୁତାବକ, ଧନୀ ଦେଶମାନଙ୍କରେ ହୃଦ୍ରୋଗ ଆଉ ପ୍ରଥମ ସ୍ଥାନରେ ନାହିଁ, ସେହି ସ୍ଥାନ ଏବେ କର୍କଟ ଅକ୍ତିୟାର କରିସାରିଛି।
/sambad/media/post_attachments/wp-content/uploads/2019/09/download-10.jpg)
ଗବେଷଣାରୁ ଆହୁରି ବି ଜାଣିବାକୁ ମିଳିଛି ଯେ ଭବିଷ୍ୟତରେ ହୃଦ୍ରୋଗ ଆଉ ପ୍ରଥମ ମହାମାରୀ ରୋଗ ହୋଇ ରହିପାରିବ ନାହିଁ। ଆଗାମୀ କିଛି ବର୍ଷ ମଧ୍ୟରେ ପୂରା ବିଶ୍ୱରେ କର୍କଟ ହେତୁ ହିଁ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିବ।
ଏହି ଗବେଷଣାରେ ୧୬୦,୦୦୦ ଜଣଙ୍କୁ ସାମିଲ୍ କରାଯାଇଥିଲା। ଏହି ଗବେଷଣାରେ ଧନୀ, ଗରିବ ଓ ମଧ୍ୟମ ରୋଜଗାର କରୁଥିବା ଦେଶଗୁଡ଼ିକ ସାମିଲ୍ ହୋଇଥିଲେ। ଗରିବ ଦେଶମାନଙ୍କରେ ହୃଦ୍ଘାତ ହେତୁ ବେଶି ମୃତ୍ୟୁ ହେଉଛି ଜାଣିବାକୁ ମିଳିଛି।