ଦୁଃସାଧ୍ୟ କର୍କଟ ରୋଗରୁ ଉପଶମ ପାଇବା ପାଇଁ ରେଡିଓଥେରାପି ଓ କେମୋଥେରାପି ସମେତ ଗାମା-ନାଇଫ୍ ଅସ୍ତ୍ରୋପଚାର ପରି ଅତ୍ୟାଧୁନିକ ଚିକିତ୍ସା ମାନ ରହିଛି। ତେବେ କୌଣସି ବି ଚିକିତ୍ସା ପଦ୍ଧତିରେ ଆକ୍ରାନ୍ତ ଶରୀରରୁ କର୍କଟ କୋଷ ବା ଟ୍ୟୁମର ସଂପୂର୍ଣ୍ଣ ଦୂରୀଭୂତ ହୋଇନଥାଏ। ତେଣୁ କିଛି ଦିନ ସୁସ୍ଥ ରହିଲା ପରେ ପୁଣି କର୍କଟ ଦେଖାଦେଇଥାଏ। ମାତ୍ର ଭେଷଜ ଇତିହାସରେ ପ୍ରଥମ ଥର ପାଇଁ ମଳଦ୍ବାର କର୍କଟ ରୋଗୀଙ୍କ ଠାରେ ଔଷଧ ପ୍ରୟୋଗ ହିଁ ସେମାନଙ୍କ ଶରୀରରୁ କର୍କଟ କୋଷଗୁଡ଼ିକୁ ସମୂଳ ଅନ୍ତର୍ଦ୍ଧାନ କରିଦେଇଥିବା ଜଣାଯାଇଛି। ସୂଚନାନୁଯାୟୀ, ନ୍ୟୁୟର୍କ ସହରର ମାନହଟନ୍ ସ୍ଥିତ ମେମୋରିଆଲ୍ ସ୍ଳୋନ କେଟ୍ଟରିଂ କର୍କଟ କେନ୍ଦ୍ରରେ ୧୮ ଜଣ ରୋଗୀଙ୍କ ଠାରେ ଦୀର୍ଘ ଛଅ ମାସ ଧରି ‘ଡୋଷ୍ଟାର୍ଲିମାବ୍’ ନାମକ ଏକପ୍ରକାର ଔଷଧ ପ୍ରୟୋଗ କରାଯାଇଥିଲା। ପରେ କୌଣସି ବି ରୋଗୀଙ୍କ ଠାରେ ଟ୍ୟୁମରର ଚିହ୍ନବର୍ଣ୍ଣ ନଥିବା ଜଣାପଡ଼ିଥିଲା। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି କର୍କଟ ପୀଡ଼ିତମାନେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ କର୍କଟ ଦୂରୀକରଣ ଚିକିତ୍ସା ପାଇଥିଲେ। ତାହା ଦ୍ବାରା ସେମାନଙ୍କ ଠାରେ ଦେଖାଦେଇଥିବା ଟ୍ୟୁମର ତ ଦୂର ହୋଇନଥିଲା, ବରଂ ଚିକିତ୍ସା ପରେ ସେମାନଙ୍କର ବିଭିନ୍ନ ପ୍ରତ୍ୟଙ୍ଗରେ ନାନା ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥିଲା। ତେଣୁ ପରୀକ୍ଷାମୂଳକ ଭାବେ ସେମାନଙ୍କୁ ‘ଡୋଷ୍ଟାର୍ଲିମାବ୍’ ଦିଆଯାଇଥିଲା। ପ୍ରଥମେ ପ୍ରଥମେ ଟ୍ୟୁମରର ଅଳ୍ପ ବୃଦ୍ଧି ଜଣାପଡ଼ିଥିବା ବେଳେ ପରେ ତାହା ଉଭେଇ ଯାଇଥିଲା। ପରେ ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କର ଆଉ କୌଣସି ଚିକିତ୍ସା ଦରକାର ପଡ଼ିନଥିଲା। ଏ ପ୍ରକାର ଫଳାଫଳ କର୍କଟ ବିଶେଷଜ୍ଞ ତଥା ଭେଷଜ ଗବେଷକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟାନ୍ବିତ କରିଛି।
ଔଷଧରେ ସଂପୂର୍ଣ୍ଣ ଦୂର ହେବ କର୍କଟ
/sambad/media/post_attachments/wp-content/uploads/2019/07/2019_7image_11_14_184982788cancer-ll.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)