କୌଣସି ଜିନିଷର ବାସ୍ନା ଠିକ ଭାବେ ଜାଣିପାରୁ ନାହାନ୍ତି ? ହୋଇଥାଇ ପାରନ୍ତି ଗମ୍ଭୀର ଶାରୀରିକ ସମସ୍ୟାର ଶିକାର

ଶରୀରରେ ଦେଖା ଯାଉଥିବା ବିଭିନ୍ନ ଲକ୍ଷଣରୁ ଆମେ ନିଜର ସୁସ୍ଥତା ଓ ଅସୁସ୍ଥତା ବିଷୟରେ ଜାଣିପାରୁ। ଆଘ୍ରାଣ ଶକ୍ତିର ହ୍ରାସ ଅସୁସ୍ଥତା ବିଷୟରେ ସୂଚନା ଦେଇଥାଏ । ନାକର ବାସ୍ନାରୁ ଆମେ ରୋଗ ବିଷୟରେ ଜାଣିପାରିବା।

ଯଦି ଥଣ୍ଡା ହୋଇଥାଏ, ତା’ହେଲେ କୌଣସି ଜିନିଷର ବାସ୍ନା ଆମେ ଠିକ ଭାବେ ଜାଣିପାରି ନ ଥାଉ । କିନ୍ତୁ ସବୁ ଠିକଠାକ୍‌ ଥାଇ ଯଦି ଆପଣ କୌଣସି ଜିନିଷର ବାସ୍ନା ଜାଣିପାରୁନାହାନ୍ତି, ତା’ହେଲେ ଆପଣ କୌଣସି ବଡ଼ ରୋଗର ଶିକାର ହେଉଛନ୍ତି । ଚିକାଗୋ ମେଡିକାଲ ସେଣ୍ଟରରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ କୌଣସି ଏକ ନିର୍ଦ୍ଦିଷ୍ଟ ବାସ୍ନାକୁ ଜାଣିପାରୁ ନ ଥାନ୍ତି, ସେମାନଙ୍କର ଆଗାମୀ ୫ ବର୍ଷ ଭିତରେ ମୃତ୍ୟୁ ହୋଇପାରେ। ପରୀକ୍ଷାରୁ ଜଣାପଡ଼ିଛି ଯେ ୩୯ ପ୍ରତିଶତ ଲୋକ ଗୋଲାପ ଫୁଲର ବାସ୍ନା, ଗୋଲମରିଚ ଆଦିର ବାସ୍ନାକୁ ଜାଣିପାରୁ ନ ଥିଲେ। ୧୯ ପ୍ରତିଶତ ଲୋକ ସବୁ ବାସ୍ନାକୁ ଜାଣିପାରୁଥିଲେ। ଜାଣିପାରୁ ନ ଥିବା ଲୋକଙ୍କର ମୃତ୍ୟୁ ଜାଣିପାରୁଥିବା ଲୋକଙ୍କ ଠାରୁ ବହୁତ ଜଲ୍‌ଦି ହୋଇଥିଲା।

The Oz Blog – Dr. Oz

ଆପଣଙ୍କ ଚାରିପାଖରେ ନଥିବା ବାସ୍ନାକୁ ଯଦି ଆପଣ କଳ୍ପନାରେ ଜାଣିପାରୁଛନ୍ତି, ତା’ହେଲେ ଏହା ଭଲ ନୁହେଁ। ହାଭାର୍ଡ ମେଡିକାଲ ସ୍କୁଲରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଭଲ ଭାବରେ ବାସ୍ନା ଜାଣିପାରୁନଥିବା ଲୋକଙ୍କୁ ଆଲଜ୍‌ାଇମର ରୋଗ ହୋଇଥାଏ। ଏହି ରୋଗ ହେଲେ ଏମିଲଁଏଡ୍‌ ପ୍ଲେକ୍‌ ନାମକ ପ୍ରୋଟିନ୍‌ ରୋଗୀମାନଙ୍କ ପାଖରେ ଦେଖାଯାଏ। ଏହି ରୋଗ ହେଲେ ମସ୍ତିଷ୍କର କୋଷଗୁଡ଼ିକ ଆକ୍ରାନ୍ତ ହୋଇଥାଏ ଏବଂ ଏହା ବାସ୍ନା ଜାଣିବାରେ ସାହାଯ୍ୟ କରୁଥିବା କୋଷକୁ ମଧ୍ୟ ଆକ୍ରାନ୍ତ କରିଥାଏ।

ସମ୍ବନ୍ଧିତ ଖବର