ବଜାରରେ ବିଭିନ୍ନ ରଙ୍ଗର ଲାଲ, ହଳଦିଆ ଓ ସବୁଜ ରଙ୍ଗର କ୍ୟାପସିକମ୍ ମିଳିଥାଏ। ତେବେ କ୍ୟା‌ପସିକମରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି, ବିଟା-କେରୋଟିନ୍ ଭରି ରହିଥାଏ। ଆସନ୍ତୁ ଜାଣିବା କ୍ୟାପସିକମ୍ ଖାଇଲେ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

Advertisment

୧. ଅନେକ ଲୋକ ବ୍ୟଞ୍ଜନ ପ୍ରସ୍ତୁତ କରିଲା ବେଳେ କ୍ୟାପସିକମର ବ୍ୟବହାର କରି ଥାଆନ୍ତି। କିନ୍ତୁ ଏହି କ୍ୟାପସିକମ୍ ଦ୍ବାରା ଓଜନ ହ୍ରାସ ହୋଇଥାଏ ବୋଲି ବହୁତ କମ୍ ଲୋକ ଜାଣିଛନ୍ତି। ଏଥିରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ। ଏହା ଶରୀରରେ ମେଟାବୋଲିଜିମକୁ ମଜବୁତ କରି ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ।

୨. କ୍ୟାପସିକମ୍ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିଥାଏ। ଏଥିରେ ଥିବା ଭିଟାମିନ୍ ସି ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।

Capsicum: Benefits, Nutritional Facts, and Healthy Recipes: HealthifyMe Healthifyme

୩. କ୍ୟାପସିକମରେ ପ୍ରଚୁର ପରିମାଣର ଆଇରନ୍ ଥିବାରୁ ଶରୀରର ଆଇନରନ୍ ଆବଶ୍ୟକତା ମଧ୍ୟ ପୂରଣ କରିଥାଏ। ଏଥିସହିତ ମସ୍ତିଷ୍କ ପାଇଁ ମଧ୍ୟ ଏହା ବହୁତ ଉପକାରୀ ହୋଇଥାଏ। କ୍ୟାପସିକମ୍ ଷ୍ଟ୍ରେସକୁ କମ୍ କରିବା ସହ ଶ୍ବାସ ଓ କ୍ୟାନସର୍ ପରି ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

୪.

Which is better for you: green or red capsicum? - 9Coach 9Coach - Nine

କ୍ୟାପସିକମରେ ଭିଟାମିନ୍ ଏ, ସି, ଫ୍ଳାଭୋନୋଏଡସ, ଆଲକାଲୋଏଡସ ଓ ଟାନିସ ପରି ତତ୍ତ୍ବ ରହିଛି। ଏହିସବୁ ତତ୍ତ୍ବ ଆଣ୍ଟି-ଇନଫ୍ଲାମେଣ୍ଟାରୀ ଭାବରେ ଶରୀରରେ କାର୍ଯ୍ୟ କରିଥାଏ।