ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ଏବଂ କାମର ଚାପ ପାଇଁ ଅନେକଙ୍କ ପାଖରେ କେଶ ଝଡ଼ିବା ଭଳି ସମସ୍ୟା ଦେଖା ଯାଉଛି । ଏହା ଅତି ସାଧାରଣ ହୋଇ ଯାଇଥିବା ବେଳେ ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଆପଣାଉଛନ୍ତି । କିନ୍ତୁ ସେମାନଙ୍କୁ ଫାଇଦା ମିଳିବା ପରିବର୍ତ୍ତେ ବ୍ୟବହାର କରୁଥିବା ପ୍ରଡକ୍ଟରେ ଥିବା ରସାୟନ ତାଙ୍କ କେଶକୁ ଆହୁରି ଖରାପ କରି ଦେଉଛି । ଆଜି ଆମେ ଆପଣଙ୍କୁ ଆଲୋଭେରା ମାସ୍କ ବିଷୟରେ ଜଣାଇବୁ । ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ କେଶ ଝଡ଼ିବା ସମସ୍ୟାକୁ ଅଟକାଇ ପାରିବେ ।
/sambad/media/post_attachments/wp-content/uploads/2019/06/11_20_140605552dandruff-300x225.jpg)
ଏକ ପାତ୍ରରେ କିଛି ଆଲୋଭେରା ଜେଲ ନେଇ ସେଥିରେ ୩ଚାମଚ ନଡ଼ିଆ ତେଲ ପକାନ୍ତୁ । ପରେ ସେଥିରେ ମହୁ ପକାଇ ଭଲ ଭାବରେ ମିଶାଇବା ସହ ଦାନ୍ତଘଷା ବ୍ରଶ ସାହାଯ୍ୟରେ କେଶରେ ମାଲିସ କରନ୍ତୁ । ଘଣ୍ଟାଏ ପର୍ଯ୍ୟନ୍ତ ରଖିବା ପରେ ଭଲ ଭାବରେ କେଶ ସଫା କରି ନିଅନ୍ତୁ । ମାସକୁ ଦୁଇ ଥର ଏପରି କରିବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା ଅନେକାଂଶରେ କମ ହୋଇଯିବ । ଏହା ସହ ରୁପି ସମସ୍ୟା ମଧ୍ୟ ଶେଷ ହୋଇଯିବ ।