ବିଟ୍‌, ଗାଜର ଓ ସେଓରେ ରହିଛି ଅନେକ ଉପକାରୀ ଗୁଣ; ଦୈନିକ ଖାଆନ୍ତୁ ଓ ଏହି ସାଂଘାତିକ ରୋଗକୁ ଦୂରେଇ ଦିଅନ୍ତୁ

ଥାଇରଏଡ୍‌ ଆଜିକାଲି ସମୟ ପାଇଁ ଏକ ସାଧାରଣ ‌ରୋଗ। ଏହି ସମସ୍ୟା ଥିଲେ ଧୀରେ ଧୀରେ ଅନ୍ୟ ସମସ୍ୟା ସବୁ ମଧ୍ୟ ଉପୁଜିପାରେ। ଯଦି ଆପଣଙ୍କୁ ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୁର୍ବଳ ଲାଗିବା ଭଳି ସମସ୍ୟା ଅନୁଭବ ହେଉଛି ତେବେ ଆପଣଙ୍କର ଥାଇରଏଡ୍‌ ଥାଇପାରେ ବୋଲି ଧରିନିଅନ୍ତୁ। ଏଭଳି ସମୟରେ ଫାଇବର୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ।

ଥାଇରଏଡ୍‌ ଭଳି ସମସ୍ୟାକୁ ନିଜଠାରୁ ଦୂରେଇବା ପାଇଁ ନିୟମିତ ଗାଜର ଖାଆନ୍ତୁ। ଏଥିରେ ଆଣ୍ଟିଅକ୍ସିଡେଣ୍ଟସ୍‌ ଏବଂ ବିଟରେ କେରୋଟିନ୍‌ ତତ୍ତ୍ୱ ଥାଏ, ଯାହା ଥାଇରଏଡ୍‌କୁ ନିୟନ୍ତ୍ରିତ କରିଥାଏ। ତେଣୁ ପ୍ରତିଦିନ ଗୋଟିଏ ଲେଖାଏ ଗାଜର ଖାଇଲେ ଥାଇରଏଡ୍‌ରୁ ମୁକ୍ତି ମିଳିବ। ଏଥିରେ ଆଇରନ୍‌ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ୍‌ ପାଇଁ ବହୁତ ଭଲ ହୋଇଥାଏ। ଯଦି ଆପଣ ୨୦ ଦିନ ଲଗାତାର ଗାଜର ଖାଇବେ ତେବେ ଆପଣଙ୍କ ଥାଇରଏଡ୍‌ ସମସ୍ୟା କମିଯିବ।

ସେଓରେ ପେକ୍ଟିନ୍‌ ଏବଂ ଫାଇବର୍‌ ଥାଏ, ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସଫଳ ହୋଇଥାଏ। ଦିନରେ ଗୋଟିଏ ବିଟ୍‌ ମଧ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଏଥିରେ ଥାଇରଏଡ୍‌ କମ୍‌ କରିବାର ତତ୍ତ୍ୱ ଥାଏ। ଏହାକୁ ଖାଇଲେ ଇମ୍ୟୁନ୍‌ ସିଷ୍ଟମ୍‌ ଶକ୍ତିଶାଳୀ ଏବଂ ଥାଇରଏଡ୍‌ ହରମୋନ୍‌ ନିୟନ୍ତ୍ରିତ ହୋଇଥାଏ।

ସମ୍ବନ୍ଧିତ ଖବର