ଏପରି ପାଳନ୍ତୁ ସୁରକ୍ଷିତ ଓ ପରିବେଶକୁ କୌଣସି କ୍ଷତି ନପହଞ୍ଚାଇଲା ଭଳି ଇକୋ-ଫ୍ରେଣ୍ଡଲି ଦୀପାବଳି

ଦୀପାବଳୀ ହେଉଛି ଏକ ଖୁସି ଏବଂ ଉଲ୍ଲାସର ପର୍ବ । ତେବେ ଏହି ଦୀପାବଳିରେ ବ୍ୟବହୃତ ହେଉଥିବା ସାଜସଜ୍ଜା ସାମଗ୍ରୀ ଠାରୁ ଆରମ୍ଭ କରି ଦୀପାବଳୀର ବାଣ ପର୍ଯ୍ୟନ୍ତ ସବୁ ପରିବେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ବୋଲି ଆମେ ଭୁଲି ଯାଇଥାଉ। ତେବେ ଆସନ୍ତୁ ପରିବେଶକୁ କୌଣସି କ୍ଷତି ନ ପହଞ୍ଚାଇ ପାଳିବା କିପରି ପାଳିବା ଇକୋ-ଫ୍ରେଣ୍ଡଲି ଦୀପାବଳୀ ।

ପୂର୍ବରୁ ଘର ସଜାଇବା ପାଇଁ ଆପଣ ରଙ୍ଗିନ୍‌ କାଗଜ ଏବଂ ରଙ୍ଗୋଲିର ବ୍ୟବହାର କରୁଥିଲେ କିନ୍ତୁ କିଛି ବର୍ଷ ହେଲା ଘର ସଜାଇବା ପାଇଁ ପ୍ଲାଷ୍ଟିକର ବ୍ୟବହାର କରାଯାଉଛି । ଏହା ଦୀପାବଳୀ ସକାଶେ ତ ଲାଗିଥାଏ କିନ୍ତୁ ଏହାର କିଛି ଦିନ ପରେ ଏହି ପ୍ଲାଷ୍ଟିକ ସଡକରେ ତଥା ଗଳିରେ ଦେଖିବାକୁ ମିଳିଥାଏ । ଏହା ପରିବେଶ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏଭଳି ସାମଗ୍ରୀ ବ୍ୟବହାରରୁ ନିଜକୁ ଦୂରେଇ ରଖନ୍ତୁ।

ବାଣ ପରିବେଶ ପାଇଁ ଆଦୌ ଠିକ୍‌ ହୋଇ ନଥାଏ। ଏହାକୁ ଏକ ଅଭିଯାନ ଭାବି ପ୍ରଥମେ ନିଜେ ଏହାପରେ ବନ୍ଧୁବାନ୍ଧବ ଏବଂ ଘରଲୋକଙ୍କ ବାଣ ନ ଫୁଟାଇବା ପାଇଁ କୁହନ୍ତୁ । ସେହିପରି ଯଦି ବାଣ ଫୁଟାଇବାକୁ ଆପଣ ଅଧିକ ଭଲ ପାଉଛନ୍ତି ତେବେ ଇକୋ-ଫ୍ରେଣ୍ଡଲି ବାଣ ଫୁଟାନ୍ତୁ । ଏବେ ବଜାରରେ ଇକୋ-ଫ୍ରେଣ୍ଡଲି ବାଣ ମଧ୍ୟ ଉପଲବ୍ଧ ହେଲାଣି। ଏଥିରେ ଧୂଆଁ ଏବଂ ଶବ୍ଦ କମ୍‌ ଶୁଭାଯାଏ । ଲାଇଟ୍‌ ବଦଳରେ ମାଟି ଦୀପର ବ୍ୟବହାର କରି ଦୀପାବଳୀ ପାଳନ କରନ୍ତୁ।

ସମ୍ବନ୍ଧିତ ଖବର