ଯଦି ଆପଣ ସର୍ବଦା ଯୁବା ଦିଶିବାକୁ ଚାହାଁନ୍ତି ଓ ବୟସର ଛାପ ଆପଣଙ୍କ ଉପରେ ନ ପଡୁ,ତେବେ ଏଥିପାଇଁ ସବୁଠାରୁ ସରଳ ଓ ସହଜ ଉପାୟ ହେଉଛି ଏକ ଆସନ। ଏହି ଆସନଟି ହେଲା ଚକ୍ରାସନ। ପ୍ରତିଦିନ ଚକ୍ରାସନର ଅଭ୍ୟାସ କରିଲେ କେବଳ ଯେ ଆପଣ ଯୁବା ଦିଶିବେ,ତା ନୁହେଁ,ବରଂ ଆପଣଙ୍କର କ୍ରୋଧ ନିୟନ୍ତ୍ରଣରେ ରହିବ। ନିଜ ଭିତରେ ଥିବା ଚିଡିଚିଡାପଣ ଓ ମାନସିକ ଅଶାନ୍ତି ମଧ୍ୟ ଦୂର ହୋଇଥାଏ। ଚକ୍ରାସନ କରିଲେ ରକ୍ତପ୍ରବାହ ମଧ୍ୟ କ୍ଷିପ୍ର ହୋଇଥାଏ ଏବଂ ନ୍ୟୁରୋପ୍ଲିଆକୁ ହ୍ରାସ କରିଥାଏ। ଏହାଦ୍ୱାରା ଶରୀରର ନାଡ଼ି ଶୁଦ୍ଧ ହୋଇଥାଏ ଓ ଭିତର ଅଙ୍ଗଗୁଡିକର ଯନ୍ତ୍ରଣା ବି ହ୍ରାସ ହୋଇଥାଏ।
ଏବେ ଆସନ୍ତୁ ଜାଣିବା ‘ଚକ୍ରାସନ’କିପରି କରିବାକୁ ପଡ଼େ। ପ୍ରଥମେ ପିଠିର ବଳରେ ଓଲଟି ଯାଆନ୍ତୁ,ଯେମିତିକି ଆପଣଙ୍କର ଦୁଇ ହାତ ଓ ଦୁଇ ପାଦ ଭୂମିରେ ଲାଗି ରହିବ। ଏହି କ୍ରିୟା ଧିରେ ଧିରେ କରିବା ଠିକ୍। ଏଭଳି କରିଲେ ଶରୀର ଚକ୍ରାକାର ହୋଇଥାଏ। ଏହି ଭଳି ଭାବେ ଏକ ମିନିଟ୍ ରହିବା ପରେ ନିଃଶ୍ୱାସ ଛାଡି ଶବାସନ କରନ୍ତୁ। ମନେରଖନ୍ତୁ ହୃଦ୍ରୋଗୀ ଓ ଉଚ୍ଚ ରକ୍ତଚାପ ଥିବା ଲୋକ ଚକ୍ରାସନର ଅଭ୍ୟାସ କରିବା ଅନୁଚିତ।