ଚାଣକ୍ୟ ନୀତି : ଏହି ସ୍ୱଭାବର ପୁରୁଷଙ୍କୁ ମିଳେ ପ୍ରେମରେ ସଫଳତା

ଦୁନିଆରେ କିଛି ବ୍ୟକ୍ତିଙ୍କ ପାଇଁ ପ୍ରେମ ଭାଗ୍ୟଶାଳୀ ହୋଇଥିବା ବେଳେ କିଛିଙ୍କ ପାଇଁ ର୍ଦୁଭାଗ୍ୟର ବିଷୟ ପାଲଟିଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କର ଏଭଳି କିଛି ବାକ୍ୟ ରହିଛି ଯାହା ଉପରେ ଧ୍ୟାନ ଦେବା ସହ ଆମେ ଜୀବନକୁ ପ୍ରେମମୟ କରିପାରିବା । ଚାଣକ୍ୟଙ୍କ ଏହି ବାକ୍ୟ ଦ୍ୱାରା ପ୍ରେମ ସମ୍ବନ୍ଧୀୟ ଅନେକ ଅସୁବିଧାର ସମାଧାନ ମିଳିପାରିବ । ଖାସକରି ପୁରୁଷମାନଙ୍କ ସ୍ୱଭାବରେ ଏପରି କିଛି ଦେଖିବାକୁ ମିଳିଥାଏ ଯାହା ଦ୍ୱାରା ସେମାନେ କେବେ ପ୍ରେମରେ ଅସଫଳ ହେବେ ନାହିଁ ବୋଲି ପ୍ରମାଣିତ ହୋଇଥାଏ । ଆସନ୍ତୁ ଜାଣିବା ଚାଣକ୍ୟଙ୍କର ସେହି ନୀତି ବିଷୟରେ …

୧-ନିଜର ପ୍ରେମିକା କିମ୍ବା ସ୍ତ୍ରୀକୁ ହିଁ ଭଲ ପାଇବା ସଫଳ ପ୍ରେମର ମୂଳ ମନ୍ତ୍ର । ଅର୍ଥାତ କିଛି ପୁରୁଷ ଅଛନ୍ତି ନିଜର ପ୍ରେମିକା କିମ୍ବା ସ୍ତ୍ରୀ ଥିଲା ପରେ ମଧ୍ୟ ଆଖପାଖରେ ଥିବା ଅନ୍ୟ ମହିଳାଙ୍କୁ ବାସନାର ନଜରରେ ଦେଖିଥାନ୍ତି । ନିଜର ପ୍ରେମିକାଙ୍କ ପ୍ରତି ବିଶ୍ୱାସ ରଖିବା ସହ କେବଳ ତାଙ୍କର ହୋଇ ରହିଥିବା ପୁରୁଷ ପ୍ରେମରେ କେବେ ମଧ୍ୟ ଅସଫଳ ହୁଅନ୍ତି ନାହିଁ ।

Times of India

୨-ମହିଳାମାନେ ସେହି ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଯେଉଁମାନେ ତାଙ୍କୁ ସମ୍ମାନ ପ୍ରଦାନ କରିଥାନ୍ତି। ପୁରୁଷମାନେ ସର୍ବଦା ମହିଳାଙ୍କୁ ସମ୍ମାନର ଦୃଷ୍ଟିରେ ଦେଖିବା ସହ ଜୀବନରେ ତାଙ୍କର ମହତ୍ୱକୁ ବୁଝିବା ଦରକାର । ଏହି ବର୍ଗର ପୁରୁଷ ମହିଳାଙ୍କ ମହତ୍ୱ ବିଷୟରେ ଜାଣିବା ସହ ପ୍ରେମରେ ମଧ୍ୟ ସଫଳ ହୋଇଥାନ୍ତି ।

mawdoo3.com

୩-ମହିଳାମାନେ ଯେତେ ଆଧୁନିକ ହେଲେ ମଧ୍ୟ ସର୍ବଦା ଏପରି ଏକ ସ୍ଥାନ ଖୋଜିଥାନ୍ତି ଯେଉଁଠାରେ ସେ ନିଜକୁ ସୁରକ୍ଷିତ ଅନୁଭବ କରିବେ । ଏଣୁ ପୁରୁଷମାନଙ୍କୁ ସବୁବେଳେ ଏପରି ହେବା ଉଚିତ ଯେପରି ସେ ତାଙ୍କ ସାଥୀଙ୍କୁ ସୁରକ୍ଷା ଦେବା ସହ ତାଙ୍କର ସମସ୍ତ ଆବଶ୍ୟକତା ପୂରା କରିପାରୁଥିବେ । ୪-ପ୍ରେମ ସଂପର୍କ ଶାରୀରିକ ସଂପର୍କ ଦ୍ୱାରା ଅଧିକ ମଧୁର ହୋଇଥାଏ । ମହିଳାଙ୍କୁ ସବୁବେଳେ ସେହି ପୁରୁଷ ପସନ୍ଦ ଆସନ୍ତି ଯିଏ ତାଙ୍କର ଭାବନାକୁ ବୁଝିବା ସହ ତାଙ୍କୁ ମାନସିକ ଏବଂ ଶାରୀରିକ ସୁଖ ପ୍ରଦାନ କରିଥାଏ । ଏହି ସ୍ୱଭାବ ରଖିଥିବା ବ୍ୟକ୍ତି କେବେ ମଧ୍ୟ ପ୍ରେମରେ ବିଫଳ ହୁଅନ୍ତି ନାହିଁ ।

ସମ୍ବନ୍ଧିତ ଖବର