ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟ ଦେଇ ଯାଇଥିବା ହିତ ଉପଦେଶ କେତେ ଜରୁରୀ ତାହା ତ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ଥୟ। ତେବେ, ଆସନ୍ତୁ ଜାଣିବା ଚାଣକ୍ୟଙ୍କ କହିବା ଅନୁଯାୟୀ କେଉଁ ସବୁ ଗୁଣ ଥିଲେ ଜଣେ ବ୍ୟକ୍ତି ତୁରନ୍ତ ସଫଳତା ପାଇଥାନ୍ତି।
ଚାଣକ୍ୟ ରାଜନୀତିକୁ ଖୁବ୍ ସମର୍ଥନ କରନ୍ତି। ରାଜନୀତିରେ ପ୍ରବେଶ କଲେ ଜଣେ ବ୍ୟକ୍ତି ବ୍ୟକ୍ତିଗତ ସ୍ଥରରେ ସଫଳ ହେବା ସହ ସାମୂହିକ ମଙ୍ଗଳ ବି କରିପାରନ୍ତି। ତେବେ ସଫଳ ହେବା ପାଇ ରାଜନୀତି ଏକ ଭଲ ମାଧ୍ୟମ
/sambad/media/post_attachments/wp-content/uploads/2018/01/chanakya_vishnu_gupt670_1-300x234.jpg)
ବ୍ୟକ୍ତି ନିଜର ସାମର୍ଥ୍ୟ ହିସାବରେ କାର୍ଯ୍ୟ କରିବା ପାଇଁ ମନ ବଳାଇବା ଉଚିତ। ସବୁ କାମ ସମସ୍ତଙ୍କ ଦ୍ୱାରା ହୋଇପାରେନା। ତେଣୁ ନିଜର ଆଗ୍ରହ ଏବଂ ସାମର୍ଥ୍ୟ ମୁତାବକ କାର୍ଯ୍ୟ କଲେ ସଫଳତା ମିଳିବା ସହଜ ହୋଇଥାଏ।
ପ୍ରତିଦ୍ୱନ୍ଦ୍ୱିଙ୍କ ନିକଟରେ ନିଜକୁ ସହଜ ସରଳ ବୋଲି ପ୍ରମାଣିତ କରନ୍ତୁ ନାହିଁ। ଆପଣ ଯେତେ ବି ସରଳ ମଣିଷ ହୁଅନ୍ତୁ ପଛେ ପ୍ରତିଦ୍ୱନ୍ଦ୍ୱିଙ୍କ ନିକଟରେ ଜଟିଳ ଭାବମୂର୍ତ୍ତି ପ୍ରକାଶ କରନ୍ତୁ।
ଚାଣକ୍ୟ ଆହୁରି ବି କହିଛନ୍ତି ଯେ ନିଜର ଲକ୍ଷ୍ୟ ପଥରୁ ସନ୍ତୁଳନ ରକ୍ଷା କରି ଦ୍ୱରତ୍ୱ ରଖନ୍ତୁ। ଲକ୍ଷ୍ୟପଥର ଖୁବ୍ ନିକଟତର ହୁଅନ୍ତୁ ନାହିଁ କି ଖୁବ୍ ଦୂରରେ ରହନ୍ତୁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Chanakya-1-2.jpg)