ଚାଣ୍ୟକ ନୀତି ଅନୁସାରେ ଏହି ତିନି ପରିସ୍ଥିତିରେ ଦୁର୍ଭାଗ୍ୟ ଆସେ

ଅଧିକାଂଶ ଲୋକଙ୍କ ମନରେ ଏହି ପ୍ରଶ୍ନ ? କିଭଳି ଜିଇଁଲେ ଜୀବନକୁ ସଫଳ କରିହେବ? କ’ଣ କଲେ ଜୀବନ ଗାଡ଼ି ଠିକ୍‌ ଚାଲିବ । କ’ଣ କଲେ ଆମେ କ୍ଷତିରୁ ବଞ୍ଚିପାରିବା । ତେବେ ଆସନ୍ତୁ ଜାଣିବା କେଉଁ ପରିସ୍ଥିତିର ଶିକାର ହେଲେ ମଣିଷ ଦୁର୍ଭାଗ୍ୟର ଶିକାର ହୁଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ରଚିତ ମହାନ ଗ୍ରନ୍ଥ ନୀତିଶାସ୍ତ୍ରରେ ମନୁଷ୍ୟର ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି । ଆଚାର୍ଯ୍ୟ ଚାଣକ୍ୟ ଏମିତି ତିନି ପରିସ୍ଥିତି ବିଷୟରେ ବର୍ଣ୍ଣନା କରିଛନ୍ତି ଯାହା ଦ୍ୱାରା ଜଣେ ଦୁର୍ଭାଗ୍ୟଗ୍ରସ୍ତ ବୋଲି କହିହେବ ।

ସାଧାରଣ ଭାବେ, ଜଣେ ମହିଳା ପତିଙ୍କ ପୂର୍ବରୁ ମୃତ୍ୟୁବରଣ କଲେ ଆମ ସମାଜରେ ଶୁଭ ମନାଯାଏ । ସେ ସଧବାରେ ଗଲେ ବୋଲି କୁହାଯାଏ। କିନ୍ତୁ ଆଚାଯ୍ୟର୍ ଚାଣକ୍ୟଙ୍କ ଅନୁସାରେ ପତ୍ନି ପତି ପୂର୍ବରୁ ମୃତ୍ୟୁବରଣ କରିବା ପତି ପାଇଁ ଦୁର୍ଭାଗ୍ୟ ସାବ୍ୟସ୍ତ ହୋଇଥାଏ । ଚାଣ୍ୟକଙ୍କ ଅନୁସାରେ, ପରିଣତ ବୟସରେ ହିଁ ଜୀବନସାଥୀର ଆବଶ୍ୟକ ହୋଇଥାଏ । ଜଣେ ବୟସ୍କ ପତି ନିଜ ସୁଖ-ସୁବିଧା ପାଇଁ ପତ୍ନୀ ଉପରେ ନିର୍ଭର କରିଥାଏ । ଯେତେବେଳେ ପତ୍ନୀ ଚାଲିଯାଏ, ପତି ନିଜକୁ ଅସହାୟ ମନେକରେ ।

ଶତ୍ରୁଠାରୁ ବଡ ସଙ୍କଟ ଦୁନିଆରେ ନାହିଁ । ଚାଣ୍ୟକଙ୍କ ଅନୁସାରେ ଆପଣ ଅର୍ଜନ କରିଥିବା ଧନ ଓ ମାନ-ସମ୍ମାନ ଯଦି କୌଣସି ଶତ୍ରୁ ହାତରେ ଲାଗିଯିବ, ତା’ହେଲେ ସେ ତାହାର ଦୂରୁପଯୋଗ କରେ । ଏହି ପରିସ୍ଥିତି ବ୍ୟକ୍ତି ଲାଗି ଦୁର୍ଭାଗ୍ୟ ନେଇଆସେ ।

ଯେତେବେଳେ ବ୍ୟକ୍ତିର ସ୍ୱତନ୍ତ୍ରତାକୁ ଛଡାଇନିଆଯାଏ, ସେହି ସମୟ ଠାରୁ ବ୍ୟକ୍ତିର ଦୁର୍ଭାଗ୍ୟ ଆରମ୍ଭ ହୋଇଥାଏ । ଚାଣ୍ୟକଙ୍କ ନୀତି ଅନୁସାରେ କାହାର ଗୋଲାମୀ କରୁଥିବା ଜୀବନରେ ଲୋକ ପୂର୍ଣ୍ଣ ରୂପରେ ସଫଳତା ପାଇ ନ ଥାଏ ।

ସମ୍ବନ୍ଧିତ ଖବର