ନୂଆଦିଲ୍ଲୀ: ଚଳିତବର୍ଷ ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଏହାର ନାମ ‘ସୁପର ବ୍ଲଡ୍‌ ଓ୍ଵଲଫ୍‌ ମୁନ୍‌’ ରଖାଯାଇଛି। ଭାରତୀୟ ସମୟ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ଜାନୁଆରି ୨୦ ସକାଳ ୧୦ଟାରେ ଆରମ୍ଭ ହୋଇ ଜାନୁଆରି ୨୧ ଅପରାହ୍ନ ୩ଟା ୩୩ ମିନିଟ୍‌ରେ ଶେଷ ହେବ।

Advertisment

publive-image

ସାଧାରଣତଃ କୁହାଯାଏ, ସୂର୍ଯ୍ୟପରାଗର ପ୍ରଭାବ ୧୨ଘଣ୍ଟା ଓ ଚନ୍ଦ୍ରଗ୍ରହଣ ପ୍ରଭାବ ୯ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଇଥାଏ। କଥାରେ ଅଛି କି, ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ ନକରାତ୍ମକ ଶକ୍ତି ବାହାରିଥାଏ। ଏଥିପାଇଁ ଏହି ସମୟରେ ଶାସ୍ତ୍ରାନୁସାରେ ଶୁଭ କାର୍ଯ୍ୟକୁ ବାରଣ କରାଯାଇଥାଏ। ଏହି ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ। ତଥାପି ଏହି ସମୟରେ ଏପରି କିଛି କାମ ରହିଛି ଯାହାକୁ ବାରଣ କରାଯାଇଥାଏ।

ତେବେ ଆସନ୍ତୁ ଜାଣିବା ଚନ୍ଦ୍ର ଗ୍ରହଣ ସମୟରେ କେଉଁ ସବୁ କାମ କରିବା କଥା ଓ କେଉଁଟା ନୁହେଁ..

publive-image

୧. ଚନ୍ଦ୍ର ଗ୍ରହଣ ସମୟରେ ଠାକୁର ପୂଜା କିମ୍ବା ଠାକୁର ମୂର୍ତ୍ତିକୁ ଛୁଇଁବାକୁ ମନା କରାଯାଇଥାଏ।
୨. ଏହି ସମୟରେ କୌଣସି ନୂଆ କାର୍ଯ୍ୟକୁ ଆରମ୍ଭ କରାଯାଇ ନ ଥାଏ।
୩. ଗ୍ରହଣ ସମୟରେ ଭୋଜନ ପ୍ରସ୍ତୁତ କରିବା କିମ୍ବା ଖାଇବାକୁ ବାରଣ କରାଯାଇଥାଏ।
୪. ଏହି ସମୟରେ ଆବଶ୍ୟକ ନ ପଡ଼ିଲେ ମଳମୂତ୍ର ତ୍ୟାଗ କରିବା ଓ ସ୍ନାନ କରିବାରୁ ନିଜକୁ ନିବୃତ୍ତ ରଖନ୍ତୁ।
୫. ଏହି ସମୟରେ ତୁଳସୀ ଗଛକୁ ଛୁଇଁବା ମନା ହୋଇଥାଏ।
୬. ଅନ୍ତସତ୍ତ୍ୱା ମହିଳାଙ୍କୁ ସିଲେଇ କରିବା, ମାଟି ଖୋଳିବା, କୌଣସି ସାମଗ୍ରୀ କାଟିବା ବା ପରିବା ଆଦି ଛିଲିବା ମନା ଥାଏ।
୭. ଗ୍ରହଣ ଲାଗିଥିବା ସମୟରେ ଶାରୀରିକ ସମ୍ପର୍କ ରଖିବା ଆଦି ବାରଣ ରହିଥାଏ।

publive-image

ଚନ୍ଦ୍ର ଗ୍ରହଣ ସମୟରେ ଏହି ସବୁ କାମ କରିବା ଉଚିତ

୧. ଗ୍ରହଣ ସମୟରେ ଚନ୍ଦ୍ର ଦେବଙ୍କ ପୂଜା ଓ ଆରଧନା କରିବା ଉଚିତ।
୨. ଗ୍ରହଣ ଶେଷ ହେବା ପରେ ଗଙ୍ଗା ଜଳରେ ଘର ଦ୍ୱାର ପରିସ୍କାର କରିବା ଉଚିତ।
୩. ନିଜେ ସ୍ନାନ କରିବା ପରେ ଭଗବାନଙ୍କ ମୂର୍ତ୍ତିକୁ ସ୍ନାନ କରି ପୂଜା କରନ୍ତୁ।
୪. ଗ୍ରହଣ ଶେଷ ହେବା ପରେ ତାଜା ଖାଦ୍ୟ ବନାନ୍ତୁ ଓ ଖାଆନ୍ତୁ।
୫. ପୂର୍ବରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଖାଇବା ପୂର୍ବରୁ ଏଥିରେ ତୁଳସୀ ପତ୍ର ପକାଇ ଖାଆନ୍ତୁ।