ଭାରତୀୟ ଲୋକଶିକ୍ଷକ, ଦାର୍ଶନିକ ତଥା ଅର୍ଥବିତ୍ ଚାଣକ୍ୟଙ୍କ ଜ୍ଞାନର କଥା ସାରା ବିଶ୍ୱ ଜାଣେ। ସେ ବୌଦ୍ଧିକ ସ୍ତରରେ ଅମାପ ଜ୍ଞାନୀ ହୋଇଥିବାରୁ ତାଙ୍କ ମୃତ୍ୟୁର ଅନେକ ବର୍ଷ ପରେ ଲୋକେ ଶୃଙ୍ଖଳିତ ଜୀବନ ବିତାଇବା ପାଇଁ ତାଙ୍କରି ପରାମର୍ଶ ମାନିଥାନ୍ତି। ସେ ଦେଇ ଯାଇଥିବା ଉପଦେଶ ସବୁ ଅକ୍ଷରେ ଅକ୍ଷରେ ସତ। ତେବେ କେବଳ ମଣିଷର କର୍ମ ନୁହେଁ, ବରଂ ମଣିଷର ବାକ୍ୟ, ବ୍ୟବହାର, ଆଚରଣ କିପରି ନଜ ଉପରେ, ଅନ୍ୟ ଉପରେ ଏବଂ ସମାଜ ଉପରେ ପ୍ରଭାବ ପକାଇଥାଏ। ସେ ସଂପର୍କରେ ଗୁଡ଼ାଏ ନୀତି ଶିକ୍ଷା ଦେଇ ଯାଇଛନ୍ତି ଚାଣକ୍ୟ। ସଫଳତା ସମସ୍ତଙ୍କର କାମ୍ୟ। ପୃଥିବୀ ପୃଷ୍ଟରେ ଜନ୍ମିଥିବା ସମସ୍ତେ ନିଜ ହିସାବରେ ସଫଳ ହେବାର ଇଚ୍ଛା ନେଇ ଜନ୍ମ ହୋଇଥାନ୍ତି। ସଫଳତା ମଣିଷର ମୌଳିକ ଇଚ୍ଛା। ସଫଳ ହେବାକୁ କିଏ ବା ନ ଚାହେଁ? ଜ୍ଞାତରେ ହେଉ ବା ଅଜ୍ଞାତରେ ସଫଳତା ପାଇବା ପ୍ରତ୍ୟେକ ମଣିଷର ଶେଷ ଲକ୍ଷ ହୋଇଥାଏ। ତେବେ, ଆପଣ ଜାଣିବାକୁ ନିଶ୍ଚୟ ଚାହିଁବେ ଯେ ଏହି ସଫଳତା ସଂପର୍କରେ ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟ କ’ଣ କହିଯାଇଛନ୍ତି।
/sambad/media/post_attachments/wp-content/uploads/2018/01/1-26-300x169.jpg)
ଚାଣକ୍ୟ କହିଛନ୍ତି ଯେ ଜଣେ ଲୋକ ଏକାନ୍ତରେ ସଫଳ ହୋଇପାରେନା। ସଫଳ ହେବା ପାଇଁ ପାର୍ଶ୍ୱ ପରିସ୍ଥିତି ବି ଜରୁରୀ ହୋଇଥାଏ। ତା’ର ଅର୍ଥ ଏହା ନୁହେଁ ଯେ ଗୋଟିଏ ପ୍ରେତ୍ସାହନା ମିଳୁଥିବା ପରିବେଶ ହିଁ ସଫଳ ବ୍ୟକ୍ତିଟିଏ ଗଢ଼ିପାରେ। ମାତ୍ର ସଫଳ ହେବା ପାଇଁ ସେହି ଲୋକ ବ୍ୟତୀତ ତା’ ପଛରେ ଆଉ ଜଣେ ନିହାତି ଦରକାର। ଆପଣମାନେ ଏକଥା ନିଶ୍ଚୟ ବୁଝିଥିବେ ଯେ ଜଣେ ଭଲ ବନ୍ଧୁ ସଫଳତାର କାରଣ ହୋଇଥାନ୍ତି। ତାଙ୍କର ପ୍ରୋତ୍ସାହନା, ସ୍ନେହ ଓ ଭଲପାଇବା ଆମକୁ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ। ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବନ୍ଧୁ ଯଦି ସଫଳତାର କାରଣ ହୁଅନ୍ତି ତେବେ ସଫଳତାର ଶୀର୍ଷକୁ ଯିବା ପାଇଁ ଜଣେ ଶତ୍ରୁଙ୍କ ଆବଶ୍ୟକତା ରହିଛି। ଶତ୍ରୁଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା ହିଁ କର୍ମ କରିବାକୁ ସାହସ ଦିଏ। ଶତ୍ରୁଙ୍କ ପ୍ରତି ଥିବା ଈର୍ଷା ଭାବ ହିଁ କାର୍ଯ୍ୟରେ ମାର୍ଜିତ ଆଣେ। ସତ୍ରୁଙ୍କ ପ୍ରତି ଥିବା ପ୍ରତଶୋଧ ପରାୟଣ ଭାବ ହିଁ ବ୍ୟକ୍ତିକୁ ସଫଳ କରାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Presentation1-2.jpg)