ଚାଣକ୍ୟଙ୍କ ଅନୁସାରେ ଏହି ଚାରି ଧରଣର ପୁରୁଷ ପ୍ରେମରେ ସଫଳ

ଆଜିକାଲି ବ୍ରେକ୍‌-ଅପ ସାଧାରଣ କଥା ହୋଇଗଲାଣି । ଏବେ ଖାଲି ବୟଫ୍ରେଣ୍ଡ୍‌-ଗର୍ଲଫ୍ରେଣ୍ଡଙ୍କ ଭିତରେ ବ୍ରେକ୍‌ଅପ୍‌ ହେଉନି । ବିବାହ ଭଳି ସଂପର୍କରେ ମଧ୍ୟ ଏମିତି ହେଲାଣି । କଥାରେ ଅଛି, ପ୍ରେମରେ ପଡ଼ିଲେ ଲୋକ ଠିକ୍‌ ଭୁଲ୍‌-ଠିକର ବିଚାର କରେ ନାହିଁ । ଆଚାର୍ଯ୍ୟ ଚାଣକ୍ୟ ଏମିତି କିଛି କଥା କହିଛନ୍ତି ଯାହା ସଂପର୍କ ଭାଙ୍ଗିବାକୁ ଦେବନାହିଁ । ଚାଣକ୍ୟ ଏମିତି ଚାରିପ୍ରକାରର ପୁରୁଷଙ୍କ ବିଷୟରେ କହିଛନ୍ତି, ଯେଉଁମାନେ କେବେହେଲେ ପ୍ରେମରେ ଅସଫଳ ହୁଅନ୍ତି ନାହିଁ।

ଯେଉଁ ପୁରୁଷ ସ୍ତ୍ରୀଙ୍କୁ ସବୁବେଳେ ସମ୍ମାନ ଦେଇଥାଆନ୍ତି, ସେମାନଙ୍କ ସଂପର୍କ କେବେ ହେଲେ ଅସଫଳ ହୁଏ ନାହିଁ । ଯେଉଁ ପୁରୁଷ ନିଜର ପ୍ରେମିକା ବା ପତ୍ନୀଙ୍କ ବ୍ୟତୀତ ଅନ୍ୟ ସ୍ତ୍ରୀ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ ଏବଂ ତାଙ୍କ ସହିତ ସଂପର୍କ ରଖିବାକୁ ଭାବନ୍ତି ନାହିଁ, ସେମାନେ ପ୍ରେମରେ ସଫଳ ହୁଅନ୍ତି । ଯେଉଁ ପୁରୁଷ ନିଜର ଜୀବନସାଥୀକୁ ସୁରକ୍ଷା ଦେଇଥାନ୍ତି, ସେହିଭଳି ପରିବେଶ ମଧ୍ୟ ସୃଷ୍ଟି କରିଥାଆନ୍ତି, ସେମାନେ ସଫଳ ହୁଅନ୍ତି । କୁହାଯାଏ କି ପତ୍ନୀ ନିଜର ପତିଙ୍କ ଭିତରେ ପିତାଙ୍କୁ ଦେଖିଥାଏ । ଚାଣକ୍ୟଙ୍କ ଅନୁସାରେ ଯେଉଁ ପୁରୁଷ ସବୁବେଳେ ନିଜର ସ୍ତ୍ରୀ ପ୍ରତି ଆସକ୍ତି ରଖିଥାଆନ୍ତି, ସେମାନଙ୍କୁ ମୋକ୍ଷ ବା ମାନସିକ ଶାନ୍ତି ମିଳି ନ ଥାଏ । ଚାଣକ୍ୟଙ୍କ ଅନୁସାରେ ପୁରୁଷ ନିଜର ଦୁର୍ବଳତା ବିଷୟରେ କାହା ଆଗରେ ପ୍ରକାଶ କରିବା ଉଚିତ୍‌ ନୁହେଁ । ସେ ଭଲ ବନ୍ଧୁ ହେଉ କି ପତ୍ନୀ ହେଉଥାଉ ।

ସମ୍ବନ୍ଧିତ ଖବର