ନୂଆଦିଲ୍ଲୀ: ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକମାନେ ସର୍ବଦା ସେମାନଙ୍କର ଖାଦ୍ୟକୁ ନେଇ ଚିନ୍ତିତ ଥାଆନ୍ତି। କ’ଣ ଖାଇବେ କ’ଣ ନଖାଇବେ ତାହାକୁ ସ୍ଥିର କରି ପାରି ନଥାଆନ୍ତି। ଦେଖିବାକୁ ଗଲେ ଶରୀରରେ ଥିବା ଅତ୍ୟଧିକ ଚର୍ବି କମାଇବା ପାଇଁ ସାଧାରଣତଃ କାର୍ବୋହାଇଡ୍ରେଟକୁ ହ୍ରାସ କରିବାକୁ ପଡ଼ିଥାଏ ବୋଲି କୁହାଯାଏ | କାର୍ବୋହାଇଡ୍ରେଟ୍ କାରଣରୁ ଓଜନ ଶୀଘ୍ର ବୃଦ୍ଧି ପାଇଥାଏ । କିନ୍ତୁ ମନେ ରଖିବାକୁ ପଡ଼ିବ କାର୍ବୋହାଇଡ୍ରେଟ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ ଅଟେ। ଯାହାକୁ ଖାଦ୍ୟରୁ ସଂପୂର୍ଣ୍ଣ ଭାବେ ବାଦ ଦିଆଯାଇ ପାରିବ ନାହିଁ।

Advertisment

Is eating chapati daily good for health?

ଯଦି ଆମେ ଭାରତୀୟ ଖାଦ୍ୟ ବିଷୟରେ କହିବା ତେବେ ରୁଟି ଏବଂ ଭାତ କାର୍ବୋହାଇଡ୍ରେଟର ସବୁଠାରୁ ବଡ ଉତ୍ସ | ପ୍ରାୟ ପ୍ରତ୍ୟେକ ଘରେ ନିୟମିତ ଲୋକମାନେ ରୁଟି ଏବଂ ଭାତ ଖାଇଥାଆନ୍ତି। କିନ୍ତୁ ଯେତେବେଳେ ଓଜନ ହ୍ରାସ କଥା ଆସେ, ଲୋକମାନେ ପ୍ରାୟତଃ ଜାଣିବାକୁ ଚାହିଁ ଥାଆନ୍ତି କି ଗୋଟିଏ ଦିନ ଭିତରେ କେତୋଟି ରୁଟି ଖାଇବା ଉଚିତ୍? ତେବେ ଆସନ୍ତୁ ଏ ସମ୍ପର୍କରେ ଜାଣିବା ….

ରୁଟିରେ କେବଳ କାର୍ବୋହାଇଡ୍ରେଟ୍ ନୁହେଁ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱ ମଧ୍ୟ ଥାଏ | ଗହମ ପ୍ରୋଟିନ୍, ଫ୍ୟାଟ, ଫସଫରସ୍, ମ୍ୟାଗ୍ନେସିୟମ୍, ଫୋଲେଟ୍ ଏବଂ ଆଇରନର ସର୍ବୋତ୍ତମ ଉତ୍ସ | ରୁଟି ଖାଇବା ଦ୍ୱାରା ଶରୀରକୁ ସମସ୍ତ ପ୍ରକାର ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିଥାଏ।

କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଏବଂ ଫ୍ୟାଟକୁ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ କୁହାଯାଇଥାଏ | ଆପଣଙ୍କ ଶରୀରକୁ ପ୍ରତିଦିନ କେତେ ପରିମାଣର କାର୍ବୋହାଇଡ୍ରେଟ୍ ଆବଶ୍ୟକ ତାହାକୁ ପ୍ରଥମେ ଜାଣିବା ଦରକାର। ଏହାକୁ ଆଧାର କରି ଆପଣ ସ୍ଥିର କରି ପାରିବେ କି ଗୋଟିଏ ଦିନରେ କେତେ ରୁଟି ଖାଇବା ଉଚିତ୍ |

ଏକ ଛୋଟ ୬ ଇଞ୍ଚ ରୁଟିରେ ପ୍ରାୟ ୭୧ କ୍ୟାଲୋରୀ ମିଳିଥାଏ | ଯଦି ଆପଣ ମଧ୍ୟାହ୍ନ ଭୋଜନରେ ୩୦୦ କ୍ୟାଲୋରୀ ନିଅନ୍ତି, ତେବେ ଆପଣ ୨ଟି ରୁଟି ଖାଇ ପାରିବେ। | ଏହା ଆପଣଙ୍କ ଶରୀରକୁ ୧୪୦ କ୍ୟାଲୋରୀ ଦେବ ଏବଂ ଆପଣ ପନିପରିବା ଏବଂ ସାଲାଡରୁ ଅବଶିଷ୍ଟ କ୍ୟାଲୋରୀ ପାଇ ପାରିବେ |

ମନେରଖନ୍ତୁ ଯେ ରୁଟି ବ୍ୟତୀତ ଆପଣ ଖାଉଥିବା ପନିପରିବା ଏବଂ ଫଳଗୁଡ଼ିକରେ ମଧ୍ୟ କାର୍ବୋହାଇଡ୍ରେଟ୍ ଥାଏ | ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ଦିନକୁ ୪ଟି ରୁଟି ଖାଇ ପାରିବେ ବୋଲି ଗବେଷଣାରୁ ଜଣାପଡ଼ିଛି।

Rice Vs Chapati: Which is healthier for weight loss? | The Times of India

ଯଦି ଆପଣ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଆପଣ ଗହମ ରୁଟି ବ୍ୟତୀତ ବାଜରା ରୁଟି ବି ଖାଇପାରିବେ | ଏହା ଗହମ ରୁଟି ଅପେକ୍ଷା ଅଧିକ ସ୍ୱାସ୍ଥ୍ୟକର ହେବା ସହିତ କମ୍ କାର୍ବୋହାଇଡ୍ରେଟ୍ ବି ଥାଏ କିନ୍ତୁ ଅଧିକ ପରିମାଣର ପୋଷକ ତତ୍ତ୍ୱ ରହିଥାଏ |

ତେବେ ଖାଦ୍ୟରେ କେବଳ କାର୍ବୋହାଇଡ୍ରେଟ୍ ପରିମାଣ ହ୍ରାସ କରି ଦେଲେ ଓଜନ ହ୍ରାସ ହୁଏ ନାହିଁ | ଏଥିପାଇଁ ଆପଣଙ୍କ ଜୀବନଶୈଳୀ, ଶୋଇବା ଏବଂ ବ୍ୟାୟାମ ଭଳି ଅନ୍ୟାନ୍ୟ ଜିନିଷ ଉପରେ ଗୁରୁତ୍ୱପୂର୍ଣ୍ଣ ଦେବାକୁ ପଡ଼ିବ। ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ସହିତ ଏହି ଜିନିଷଗୁଡ଼ିକ ଉପରେ ଆପଣ ବିଶେଷ ଧ୍ୟାନ ଦେଲେ  ଯେତିକି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତାହାକୁ ସୁବିଧାରେ ହ୍ରାସ କରି ପାରିବେ।