ଅଦା ଚୋବାଇ ଖାଇଲେ ମିଳିଥାଏ ଏସବୁ ଫାଇଦା!

ଅଦା ଦୈନନ୍ଦିନ ଜୀବନରେ ଏକ ବହୁଳ ବ୍ୟବହୃତ ମସଲା । ଆସନ୍ତୁ ଜାଣିବା ଅଦାର ଉପଯୋଗିତା ବିଷୟରେ। ବିମାନ ଯାତ୍ରା ବା ଲମ୍ବା ବସ ଯାତ୍ରା ଯୋଗୁଁ ଯଦି ଆପଣ ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ଅଦା ଖଣ୍ଡେ ଚୋବାଇ ଖାଇଲେ, ତାହା ତୁରନ୍ତ ଦୂରୀଭୂତ ହୋଇଥାଏ । ଠିକ୍‌ ସେହି ଗର୍ଭବତୀ ମହିଳାମାନେ ଯଦି ସେଭଳି ଅନୁଭବ କରନ୍ତି, ତେବେ ସେମାନଙ୍କ ପାଇଁ ବି ଏହା ମହୌଷଧି ସଦୃଶ, ମାତ୍ର ୧ ରୁ ୨ ଗ୍ରାମ୍‌ ଅଦା ସେବନ ଦ୍ୱାରା ଏହା ସମ୍ଭବ ହେବ ବୋଲି ଜଣାଯାଇଛି ।

ଯଦି ଆପଣଙ୍କର ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେଉଥାଏ ତେବେ ସେହି ଜାଗାରେ ଅଦାରସ ଲଗାଇଲେ ଉପଶମ ହୋଇଥାଏ । ଅନ୍ୟଥା ଆପଣ ସ୍ନାନ ମଧ୍ୟରେ ତେଲମିଶା ଅଦାକୁ ପାଣିରେ ପକାଇ ସେଥିରେ ଗାଧୋଇଲେ ଏଥିରୁ ମୁକ୍ତି ମିଳିଥାଏ । ନିୟମିତଭାବେ ଖାଦ୍ୟ ପରେ ଅଦା ଚୋବାଇ ଖାଇଲେ ବଦହଜମୀର ଶିକାର ହେବେ ନାହିଁ ।

ଠିକ୍‌ ସେହିପରି ଅଦା ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟକ ହୋଇଥାଏ । ଯଦି ନାକ ବନ୍ଦ ହୋଇଯାଇଛି ବା ରାତିରେ କଫ ଭର୍ତ୍ତି ଅଛି ବା ଯନ୍ତ୍ରଣା ଅନୁଭୂତ ହେଉଛି, ତେବେ ଅଦା ମିଶା ଚା’ ପିଇଲେ ସେଥିରୁ ମୁକ୍ତି ମିଳିଥାଏ ବୋଲି ଗବେଷଣାରୁ ଜଣାଯାଇଛି । ଠିକ୍‌ ସେହିପରି ଥଣ୍ଡା ହୋଇଥିଲେ ବି ଏହା ଆପଣଙ୍କୁ ଆରାମ ଦେଇଥାଏ ।

Image result for chewing ginger
image source medical news today

ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ ଅଦା । ଠିକ୍‌ ସେହିପରି ଏହା ଶ୍ୱାସ ପ୍ରକ୍ରିୟାରେ କିଛି ଅସୁବିଧା ଥିଲେ, ତାକୁ ଦୂର କରିଥାଏ ଅଦା । ଖାଲି ସେତିକି ନୁହେଁ ଅଦା ରକ୍ତ ସୁଧାର ସ୍ତର ହ୍ରାସ କରିଥାଏ ଓ ଆପଣଙ୍କୁ ହୃଦ୍‌ରୋଗରୁ ରକ୍ଷା କରିପାରେ ବୋଲି ମଧ୍ୟ କୁହାଯାଏ । ଅଦା ଗ୍ୟାଷ୍ଟ୍ରାଇଟ୍‌ ସମସ୍ୟା ମଧ୍ୟ ଦୂରୀଭୂତ କରିଥାଏ ।

ସମ୍ବନ୍ଧିତ ଖବର