ଚିକେନ ଖାଇବା ଦ୍ୱାରା ଦୂର ହେବ ଏହି ସମସ୍ୟା

ଅନେକ ଲୋକ ନିଜ ମିଲରେ ଚିକେନ ସାମିଲ କରିବାକୁ ଖୁବ ଭଲ ପାଆନ୍ତି । ଚିକେନ ଅନ୍ୟ ମାଂସ ଭଳି କେବଳ ଶସ୍ତା ନୁହେଁ ବରଂ ଏହା ଶରୀର ଏବଂ ତ୍ୱଚା ପାଇଁ ଖୁବ ଲାଭକାରୀ । ଚିକେନରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥିବାରୁ ଏହାକୁ ସ୍ୱାସ୍ଥ୍ୟକର ଖାଦ୍ୟ ଭାବେ ଗ୍ରହଣ କରାଯାଏ । ଉଭୟ ଓଜନ ବଢାଇବା ପାଇଁ ଖାଦ୍ୟରେ ଚିକେନକୁ ସାମିଲ କରା ଯାଇପାରିବ ଏବଂ ଓଜନ କମାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରା ଯାଇପାରିବ । କିନ୍ତୁ ତାହାର ପ୍ରକିୟାକୁ ଅନୁସରଣ କରିବାକୁ ପଡ଼ିବ ।

ଭରପୂର ପୋଷକ ତତ୍ତ୍ୱ-
ସମସ୍ତେ ଜାଣନ୍ତି ଚିକେନ ଖାଇବା ଦ୍ୱାରା ମାଂସପେଶୀ ମଜବୁତ ହୋଇଥାଏ । ଏହା ସହିତ ଚିକେନ ଶରୀରରେ କୋଷ ଏବଂ ଟିସୁ ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ ଓ ମଜବୁତ ମଧ୍ୟ କରିଥାଏ । ଏଥିରେ କମ ଫ୍ୟାଟ ଥିବାରୁ ଏହାକୁ ଡାଏଟରେ ମଧ୍ୟ ସାମିଲ କରିହେବ । ତେଣୁ ଏକ ସୁସ୍ଥ ଜୀବନ ଏବଂ ଲମ୍ବା ସମୟ ପାଇଁ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ ଚିକେନକୁ ସାମିଲ କରନ୍ତୁ ।

ଆଂଟି ଡିପ୍ରେସାଂଟ-
ଚିକେନରେ ଟ୍ରାଇପ୍ତୋଫାନ ନାମକ ଅମିନୋ ଏସିଡ ରହିଛି । ଯାହାକୁ ଗ୍ରହଣ କରିବା ଦ୍ୱାରା ମସ୍ତିଷ୍କରୁ ଚିନ୍ତାକୁ ଦୂର କରିଥାଏ ଏବଂ ମାନସିକତାକୁ ମଧ୍ୟ ପରିବର୍ତ୍ତନ କରିଥାଏ ।

ହୃତପିଣ୍ଡ ପାଇଁ ଲାଭଦାୟକ-
ଏହା ହୋମୋସିଷ୍ଟିନ ସ୍ତରକୁ ନିୟନ୍ତ୍ରଣ କରିବା ସହିତ ହୃତପିଣ୍ଡକୁ ବିଭିନ୍ନ ପ୍ରକାର କାର୍ଡିଓଭସ୍କୁଲାର ରୋଗରୁ ରକ୍ଷା କରିଥାଏ । ହୋମୋସିଷ୍ଟିନ ଏକ ଅମିନୋ ଏସିଡ, ଯାହା ଆବଶ୍ୟକତା ଠାରୁ ଅଧିକ ହେଲେ ହୃତପିଣ୍ଡ ଉପରେ ବିଶେଷ କୁପ୍ରଭାବ ପକାଇଥାଏ ।

ପ୍ରଚୁର ଫସଫରସ-
ଚିକେନରେ ପ୍ରଚୁର ପରିମାଣରେ ଫସଫରସ ରହିଛି, ଯାହା ଦାନ୍ତ ଏବଂ ହାଡ଼କୁ ନିୟନ୍ତ୍ରଣ କରିଥାଏ । ଏହା ସହିତ ଦାନ୍ତ ମାଢୀର ମଧ୍ୟ ଯତ୍ନ ନେଇଥାଏ । ଫସଫରସ କିଡନୀ, ଲିଭର ଏବଂ କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ରକୁ ନିୟନ୍ତ୍ରଣ କରିଥାଏ ।

ନିଆସିନ-
ଏହା ଏକ ପ୍ରକାର ଭିଟାମିନ ଯାହା କର୍କଟ ରୋଗ ଠାରୁ ଦୂରେଇ ରଖିଥାଏ । ଏହା ଦୋଷପୂର୍ଣ୍ଣ ଡିଏନଏ ଏବଂ ବିଭିନ୍ନ କର୍କଟ ରୋଗକୁ ସୁରକ୍ଷାକର୍ମୀ ଭାବରେ ଜଗିଥାଏ ।

ସୁସ୍ଥ ଆଖି-
ଏହା ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନରୁ ରେଟିନୋଲ,ଆଲଫା, ବେଟା-କ୍ୟାରୋଟିନ ଓ ଲାଇକୋପେନ ମିଳିଥାଏ । ଯାହା ସୁସ୍ଥ ଆଖି ପାଇଁ ନିହାତି ଦରକାର ।

ସୁସ୍ଥ ଟିସୁ ବୃଦ୍ଧି-
ବିଭିନ୍ନ କାରଣରୁ ତ୍ୱଚା ନଷ୍ଟ ହୋଇ ଯାଇଥାଏ । ପେଯରିକି ଓଠ ଫାଟିବା ଏବଂ ମୁହଁ ଫାଟିବା ଭଳି ସମସ୍ୟା ଦେଖା ଯାଇଥାଏ । ତେଣୁ ଚିକେନ ଖାଇବା ଦରକାର । ଏହା ସୁସ୍ଥ ଟିସୁ ତିଆରି କରିବାରେ ସାହାଯ୍ୟ କରିଥାଏ ।

ସମ୍ବନ୍ଧିତ ଖବର