ଶିଶୁ ଖେଳନା ମାଗିଲେ କ’ଣ କରିବେ ?

ପରିବାରରେ ଶିଶୁଟିଏ ଜନ୍ମ ନେଲେ ସମସ୍ତେ ଖୁସି ହୁଅନ୍ତି। ଏଥିପାଇଁ ପିତାମାତାଙ୍କୁ କେତେ କଥା କରିବାକୁ ପଡ଼ିଥାଏ। ତା’ର ସବୁ ଆବଶ୍ୟକତାକୁ ପୂରଣ କରାଯାଇଥାଏ। ଏହିକ୍ରମରେ ଯେତେବେଳେ ସେ ଛଅ କି ସାତ ମାସର ହୋଇଯାଏ ସେତେବେଳେ ଖେଳନା ଖୋଜେ। ସମସ୍ତେ ତାହା ବି ଦିଅନ୍ତି। ହେଲେ ବର୍ଷେକି ଦେଢ଼ ବର୍ଷର ହୋଇଗଲେ ଯଦି ଶିଶୁ ଖେଳନା ଦାବି କରେ ତା’ର ଦାବି ପୂରଣ କରିବା ଉଚିତ ନୁହେଁ । ତେବେ ଏହି ସମୟରେ ଆପଣଙ୍କୁ କ’ଣ କରିବାକୁ ପଡ଼ିବ ଜାଣନ୍ତୁ।
ଏଭଳି ପରିସ୍ଥିତି ଉପୁଜିଲେ, ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ ।

ଆପଣ ନିଜ ପିଲାକୁ କେବଳ ଖେଳନାରେ ନ ଖେଳିବାକୁ କହି ବରଂ ତାକୁ ଅନ୍ୟ ଖେଳରେ ମନ ଦେବାକୁ କହିପାରନ୍ତି । ସେଥିପାଇଁ ପିଲାଙ୍କ ପାଖରେ ବସି ତାକୁ ମାଟି, କାଗଜ, କନା ଆଦିରେ କଣ୍ଢେଇ, ଟଙ୍ଗା, ବଲ୍‌ ଓ ପ୍ରଜାପତି ଆଦି ତିଆରି କରିବା ଶିଖାନ୍ତୁ । ଏପରି କରିବା ଦ୍ୱାରା ପିଲାର ରଚନାତ୍ମକ ବୁଦ୍ଧି ପ୍ରଖର ହେବ । ଆସ୍ତେ ଆସ୍ତେ ତାଙ୍କୁ ଖେଳିବା ବାହାନାରେ ବିଭିନ୍ନ ଫଳ, ଫୁଲ, ପଶୁପକ୍ଷୀଙ୍କ ନାମ ବତାନ୍ତୁ । ଏହା ଦ୍ୱାରା ପିଲାର ପାଠପଢ଼ାର ମୂଳ କାମର ଶୁଭାରମ୍ଭ ହୋଇଯିବ ।

 

photo–e schoolnews

ଯେତେବେଳେ ପିଲା ନିହାତି ଜିଦ୍‌ ଧରେ, ସେତେବେଳେ ତାକୁ ମୂଲ୍ୟବାନ୍‌ ଖେଳନା ନ ଦେଇ ଶସ୍ତା ଖେଳନା ଆଣି ଦେବା ଉଚିତ୍‌ । ଏହା ଦ୍ୱାରା ପିଲା ତା’କୁ ଭାଙ୍ଗିଲେ ଆପଣଙ୍କୁ ବେଶି କଷ୍ଟ ହେବନି । ଯଦି ଆପଣଙ୍କ ପିଲା ଖେଳନା ଛାଡି ଖାଲି ଡ଼ବା, ଦିଆସିଲି ପ୍ୟାକେଟ୍‌ ଓ ଗୋଡ଼ିରେ ଖେଳେ, ତେବେ ତା’କୁ ବାରଣ କରନ୍ତୁ ନାହିଁ । ତା’ଦ୍ୱାରା ପିଲା ନିଜ ମନରୁ କିଛି ନୂଆ କରିବାକୁ ଚାହେଁ ବୋଲି ଜାଣି ହେବ । ଏହାଦ୍ୱାରା ପିଲା ନିଜ ମନରୁ କିଛି ନୂଆ କରିବାକୁ ଚାହେଁ ବୋଲି ଜାଣି ହେବ । ଏସବୁରେ ଖେଳିଲେ ସେ କିଛି ନୂତନ ସାମଗ୍ରୀ ପ୍ରସ୍ତୁତ କରି ପାରିବାର ବିଶ୍ୱାସ ବି ଆପଣଙ୍କ ଭିତରେ ଜାଗ୍ରତ ହୋଇ ପାରିବ । ପିଲା ଯେତେବେଳେ କୌଣସି ଅନାବଶ୍ୟକୀୟ ଓ ଦାମିକା ଖେଳନାର ଜିଦ୍‌ ଧରେ, ତା’କୁ ମାଡ଼ ମାରିବା କିମ୍ବା ପାଟି କରିବା ଅପେକ୍ଷା ସ୍ନେହରେ ବୁଝାଇବା ଦରକାର ଯେ ଏହି ଖେଳନା ତା’ପାଇଁ ଉପଯୁକ୍ତ ନୁହେଁ । ଏହା ଫଳରେ ସେ ଅଧିକ ସୃଜନଶୀଳ ହେବାଲାଗି ପ୍ରେରଣା ପାଇବ।

ସମ୍ବନ୍ଧିତ ଖବର