ଧୁମପାନ କରୁଥିବା ଲୋକେ ହୋଇଯାଆନ୍ତୁ ସାବଧାନ୍‌, ଆପଣଙ୍କ ପିଲାଙ୍କ ପ୍ରତି ରହିଛି ରୋଗର ଆଶଙ୍କା

ନ୍ୟୁୟର୍କ: ଆପଣ କ’ଣ ଧୁମପାନ୍‌ କରୁଛନ୍ତି ? ଯଦି ହଁ ତେବେ ହୋଇ ଯାଆନ୍ତୁ ସାବଧାନ, ନିଜ ଜୀବନକୁ ଅସୁବିଧାରେ ପକାଇବା ସହିତ ପିଲାଙ୍କ ଜୀବନ ପ୍ରତି ବି ବିପଦ ରହିଛି। ଗବେଷକମାନେ ଚେତାବନୀ ଦେଇ କହିଛନ୍ତି, ଯେଉଁ ଲୋକମାନେ ପିଲାଟି ବେଳୁ ଜଣେ ନିୟମିତ ଧୁମପାନ କରୁଥିବା ବ୍ୟକ୍ତିଙ୍କ ସହ ରହୁଛନ୍ତି ସେମାନଙ୍କ କ୍ଷେତ୍ରରେ ୩୧ ପ୍ରତିଶତ ଲୋକ କ୍ରାନିକ ଓବସଟ୍ରକିଟବ ପଲମୋନରି (ସିଓପିଡି) ରୋଗରେ ପୀଡିତ ହୋଇ ମୃତ୍ୟୁମୁଖକୁ ଚାଲି ଯିବାର ରିପୋର୍ଟ ମିଳିଛି।  ସେହିପରି ଧୁମପାନ୍‌ କରୁଥିବା ବ୍ୟକ୍ତିଙ୍କ ଧୁଆଁ ସଂସ୍ପର୍ଶରେ ଆସିଲେ ନଅ ପ୍ରତିଶଷ ବୟସ୍କଙ୍କ ଜୀବନ ପ୍ରତି ବିପଦ ରହିଛି।

ଧୁମପାନ୍‌ କରୁଥିବା ବ୍ୟକ୍ତିଙ୍କ ଧୁଆଁ ସଂସ୍ପର୍ଶରେ ଆସିବା ହେତୁ ୨୭ ପ୍ରତିଶତ ଲୋକଙ୍କୁ ଗମ୍ଭୀର ହୃଦୟ ରୋଗ, ୨୩ ପ୍ରତିଶତ ଲୋକଙ୍କୁ ହୃତଘାତ ଓ ୪୨ ପ୍ରତିଶତ ଲୋକଙ୍କୁ ସିଓପିଡି ରୋଗରେ ପୀଡିତ ହୋଇ ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି। ଅଧ୍ୟୟନରେ ୫୦ରୁ ୭୦ବର୍ଷର ବୟସର ଧୁମପାନ କରୁ ନଥିବା ୭୦,୯୦୦ ଜଣ ପୁରୁଷ ଓ ମହିଳା ସାମିଲ କରାଯାଇଥିଲା। ଏହି ଅଧ୍ୟୟନ ପାଇଁ ୭୦,୯୦୦ ଜଣ ପୁରୁଷ ଓ ମହିଳାଙ୍କ ଉପରେ ୨୨ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥିଲା।

ସମ୍ବନ୍ଧିତ ଖବର