ସ୍ୱାସ୍ଥ୍ୟ ମନ୍ତ୍ର : ପିଲାଙ୍କ ନିମନ୍ତେ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପଦେଶ

ସୁସ୍ଥ ରହିବା ସମସ୍ତଙ୍କ ପାଇଁ ଜରୁରୀ। ନଅରୁ ପନ୍ଦର ବର୍ଷ ବୟସ୍କ ପିଲାଙ୍କ ନିମନ୍ତେ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପଦେଶ ଦିଆଗଲା।

ରାତିରେ ୮-୧୦ ଘଣ୍ଟା ଖାଲି ପେଟ ରହିବା ପରେ ସକାଳେ ଜଳଖିଆ ନିହାତି ଜରୁରୀ। ଦୁଗ୍‌ଧ, ରୁଟି-ଡାଲି, ଫଳ-ମୂଳ, ପାଉଁରୁଟି-ଡିମ୍ବ, ଚୁଡ଼ା-ଦହି-କଦଳୀ ପିଲାଙ୍କ ପାଇଁ ସବୁଠାରୁ ଭଲ।

ପିଲାମାନେ ପାଦରେ ଚାଲି କିଂବା ସାଇ‌େକଲ୍‌ରେ ସ୍କୁଲ୍‌ ଯିବା ଉଚିତ। ବସିରହି ଟେଲିଭିଜନ୍‌ ଦେଖିବା ସ˚ପୂର୍ଣ୍ଣ ଅନୁଚିତ। ଏପରିକି ପଢ଼ିବା ବେଳେ ମଧୢ ପ୍ରତି ଘଣ୍ଟାରେ ଥରେ ଦଶ ମିନିଟ୍‌ ପାଇଁ ବସିବା ସ୍ଥାନରୁ ଉଠି ଟହଲିବା ଭଲ। ପିଲାମାନେ ଆଦୌ ଲିଫ୍‌ଟ ବା ଏସ୍‌କାଲେଟର‌୍‌ ବ୍ୟବହାର କରିବା ଉଚିତ ନୁହେଁ।

ମୁଖ୍ୟ ଖାଦ୍ୟ ଛଡ଼ା ପିଲାମାନେ ଦିନରେ ୨-୪ ଥର କମ୍‌ କ୍ୟାଲୋରି ବିଶିଷ୍ଟ ଓ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବା ଦରକାର; ଯେପରିକି ଲହୁଣି ନ ଥିବା ବିସ୍କୁଟ୍‌ ଓ ଦୁଗ୍‌ଧ, ଫଳ, ଶୁଷ୍କ ଅଙ୍ଗୁର ବା କିସମିସ।

ପିଲାମାନେ ଦୈନିକ ବ୍ୟାୟାମ କରିବା ଉଚିତ। ଜଗି˚, ସନ୍ତରଣ, ଏରୋବିକ୍‌ସ, ନୃତ୍ୟ ଆଦିରୁ ଆରମ୍ଭ କରାଯାଇପାରେ। ତେବେ ଯେକୌଣସି ବ୍ୟାୟାମ କରିବା ପୂର୍ବରୁ ଷ୍ଟ୍ରେଚି˚ ଜରୁରୀ। ଦୈନିକ ଅନ୍ୟୂନ ଅଧ ଘଣ୍ଟା ବ୍ୟାୟାମ କରାଯାଇପାରେ।

ପିଲାମାନେ ସବୁ ପ୍ରକାରର ସାଧାରଣ ଖାଦ୍ୟ ଖାଇପାରନ୍ତି। ଶସ୍ୟ, ଫଳ ଓ ପରିବା ସବୁଠାରୁ ଭଲ। ତେବେ ଥରକେ ଅଧିକ ଖାଇବା ବା ଗୋଟିଏ ନିର୍ଦିଷ୍ଟ ଧରଣର ଖାଦ୍ୟ ସବୁବେଳେ ଖାଇବା ଅନୁଚିତ। ପିଜା, ବର୍ଗର‌୍‌, ଆଇସ୍‌-କ୍ରିମ୍‌ ଏବ˚ ଚକ୍‌ଲେଟ୍‌ କେତେବେଳେ କେମିତି ଖାଇଲେ କ୍ଷତି ନାହିଁ।

କୌଣସି ଖାଦ୍ୟକୁ ଭଲ କି ଖରାପ ଦୃଷ୍ଟିରେ ନ ଦେଖି ସନ୍ତୁଳିତ ଆହାର ଖାଇବା ଉଚିତ।

-ଡ. ହରି ପ୍ରସାଦ ପଟ୍ଟନାୟକ(କାଟୋ),
ମୋବାଇଲ୍‌ ନଂ- ୯୪୩୭୦୭୭୭୪୫

ସମ୍ବନ୍ଧିତ ଖବର