ହୃଦ୍‌ରୋଗରୁ ଦୂରେଇବାକୁ ଚାହାନ୍ତି କି ? ଖାଆନ୍ତୁ ଚକୋଲେଟ୍‌ !

ପିଲା ହୁଅନ୍ତୁ କି ବୁଢ଼ା,ଚକୋଲେଟ୍‌ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ପ୍ରଶ୍ନ ଉଠେ କେଉଁ ଚକୋଲେଟ୍‌ ଦେହ ପାଇଁ କେତେ ଭଲ ? ଡାକ୍ତରଙ୍କ କହବା ଅନୁଯାୟୀ ହୃଦରୋଗରେ ପୀଡ଼ିତ ଥିବା ଲୋକମାନେ ଚକୋଲେଟ୍‌ ଖାଇବା ଭଲ । ଆସନ୍ତୁ ଜାଣିବା କେଉଁ ଚକୋଲେଟ୍‌ ଖାଇଲେ କେଉଁ ଉପକାର ମିଳେ ।

ଡ଼ାର୍କ ଚକୋଲେଟ : ଆଣ୍ଟି ଅକ୍ସିଡ଼ାଣ୍ଟରେ ଭରପୂର ଥିବା ଡ଼ାର୍କ ଚକୋଲେଟ୍‌ରେ ଚିନି, କୋକୋ ବଟର, କୋକୋ ସଲିଡ୍‍ ଏବଂ ବହୁତ କମ୍‌ ମାତ୍ରରେ ଖିର ରହିଥାଏ । ଏହାକୁ ଖାଇଲେ ଟିକେ ମିଠା ଏବଂ ଟିକେ ପିତା ମଧ୍ୟ ଲାଗେ । ୧୦୦ ଗ୍ରାମ ଡ଼ାର୍କ ଚକୋଲେଟ୍‌ରେ ୭୦ରୁ ୮୫ ପ୍ରତିଶତ କୋକୋ ପାଉଡ଼ର ଥିବାବେଳେ ୧୧ ଗ୍ରାମ ଫାଇବର, ଆଇରନ, ମ୍ୟାଗ୍ନେସିଅମ, କପର ଏବଂ ମାଙ୍ଗାନିଜ ରହିଥାଏ । ଏହା ଆଣ୍ଟି ଅକ୍ସିଡ଼ାଣ୍ଟର କାମ କରିଥାଏ । ଏହା ରକ୍ତଚାପକୁ ଠିକ୍‌ ରଖିବା ସହିତ ହୃଦୟ ଜନିତ ରୋଗରୁ ରକ୍ଷା କରିଥାଏ । ପରୀକ୍ଷାରୁ ଜଣାପଡ଼ିଛି ଯେ ଏହା ରକ୍ତକୁ ଧମନୀରେ ପହଞ୍ଚାଇବା ପାଇଁ ସହାଯ୍ୟ କରିଥାଏ ।

ସୂର୍ଯ୍ୟ କିରଣରୁ ନିଜ ତ୍ୱଚାକୁ ସୁରକ୍ଷା ଦେବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ । ଥରେ ଚକୋଲେଟ ଫେସିଆଲ କରି ଦେଖନ୍ତୁ, ଦେଖିବେ ଆପଣଙ୍କର ସ୍କିନ ଗ୍ଳୋ କରିବା ଆରମ୍ଭ କରିବ। ଆପଣ ଦେଖୁଥିବେ ଏବେ ଚକୋଲେଟ ଓା୍ଵକ୍ସିଙ୍ଗ୍‌ମଧ୍ୟ ଲୋକ କରିବାକୁ ପସନ୍ଦ କରୁଛନ୍ତି । ଏହା ଦ୍ୱାରା ସ୍କିନ୍‌ ଗ୍ଲୋ କରିିବା ସହିତ କେଶ ତୁରନ୍ତ ଉଠି ନଥାଏ ।

ହ୍ଵାଇଟ ଚକୋଲେଟ୍‌ : ଏବେ ଜାଣିବା ହ୍ଵାଇଟ ଚକୋଲେଟ୍‌ ବିଷୟରେ । ଯଦି ଆପଣ ମୋଟା ହେବାକୁ ଚାହାନ୍ତି ତା ହେଲେ ହ୍ଵାଇଟ ଚକୋଲେଟ୍‌ ଖାଇବା ଆରମ୍ଭ କରନ୍ତୁ । ଏଥିରେ ଫ୍ୟାଟ୍‌ ପରିମାଣ ଭରପୂର ଥିବା ବେଳେ ଚକୋଲେଟ୍‌ ନଥାଏ । ଏହାକୁ କୋକୋ ବଟର, ମିଲ୍‌କ ଫ୍ୟାଟ, ମିଲ୍‌କ ପାଉଡ଼ର ଏବଂ ଚିନିରେ ତିଆରି କରାଯାଇଥାଏ । ଏଥିରେ ଲେସିଥିନ ନାମକ ପଦାର୍ଥ ଥାଏ ଯାହାକି ଓଜନ ବଢ଼ାଇବାରେ ସହାଯ୍ୟ କରେ।

ମିଲ୍‌କ ଚକୋଲେଟ୍‌ : ଡ଼ାର୍କ ଚକୋଲେଟ୍‌ ଭଳି ମିଲ୍‌କ ଚକୋଲେଟ ମଧ୍ୟ ଦେହ ପାଇଁ ଭଲ । ଏଥିରେ ଚର୍ବି ଏବଂ ଖିରନ୍ତୁଳିତ ପରିମାଣ ଅଧିକ ଥାଏ ଯାହାକି ମସ୍ତିଷ୍କ ପାଇଁ ଅତ୍ୟନ୍ତ ଭଲ ।

ସମ୍ବନ୍ଧିତ ଖବର