ବାସ୍‌ ଟିକିଏ ଝୁଣା! ଦୂରେଇ ଦେଇ ହେବ ଏହି ସବୁ ସମସ୍ୟା

ବିଶାଦରେ ରହିବା କେବଳ ଆଜିକାଲିର ଯୁବପିଢ଼ିଙ୍କର ସମସ୍ୟା ନୁହେଁ। ଏହି ସମସ୍ୟା ବହୁ ପୁରାତନ କାଳରୁ ରହିଆସିଛି। ସେ ସମୟରେ ଲୋକେ ମନ ଫୂର୍ତ୍ତି କରିବା ପାଇଁ ଘରୋଇ ଉପାୟ ସବୁ ଅବଲମ୍ବନ କରୁଥିଲେ। ଆପଣ ଜାଣିରଖନ୍ତୁ ଯେ ନିଜର ବିଶାଦ ଦୂର କରିବା ପାଇଁ କୌଣସି ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଇବା ଅପେକ୍ଷା ଯଦି ଘରୋଇ ଉପାୟରେ ଭଲ କରିପାରୁଛନ୍ତି ତାହା ଖୁବ ଭଲ।

ଆପଣ ଜାଣିଲେ ଖୁସି ହୋଇଯିବେ ଯେ ଆପଣଙ୍କର କେହି ପ୍ରିୟଜନଙ୍କ ମନ ଫୂର୍ତ୍ତି କରିବା ପାଇଁ ବିଶେଷ କିଛି ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଘରେ ପ୍ରତିଦିନ ଟିକିଏ ଝୁଣା ଧୁଆଁ ଦେଲେ ଆପଣଙ୍କର ଏହି ସମସ୍ୟା ଚୁଟ୍‌କିରେ ସାମଧାନ ହୋଇଯିବ। ଖାଲି ଏହି ଗୋଟାଏ ସମସ୍ୟା କାହିଁକି, ଏହି ଝୁଣାରେ ଆହୁରି ଅନେକ ଉପକାରୀ ଗୁଣ ରହିଛି।

ଝୁଣା ଧୁଆଁ ଯେତିକି ବାଟ ପର୍ଯ୍ୟନ୍ତ ବ୍ୟାପେ ସେତିକି ବାଟ ପର୍ଯ୍ୟନ୍ତ ସମସ୍ତ ବ୍ୟାକ୍ଟେରିଆକୁ ମାରି ପକାଏ। ଘର ଭିତର ଓ ବାହର ଜୀବାଣୁ ସବୁ ନଷ୍ଟ ହୋଇ ଆମ ପାଇଁ ଏକ ଭଲ ପରିବେଶ ସୃଷ୍ଟି ହୋଇଥାଏ।

ଖାଲି ସେତିକି ନୁହେଁ, ଝୁଣାରେ ନକାରାତ୍କକ ଶକ୍ତି ଦୂର କରିବାର ସାମର୍ଥ୍ୟ ରହିଛି। ପ୍ରତିଦିନ ସଂଧ୍ୟାେରେ ଘରେ ଝୁଣା ଧୁଆଁ ବୁଲାଇଲେ ନକରାତ୍ମକ ଶକ୍ତି ଘରକୁ ପଶିପାରେ ନାହିଁ।

ଝୁଣା ମଶା ଭଗାଇବା ପାଇଁ ମଧ୍ୟ ସାହାୟ ହୋଇଥାନ୍ତି। ଯଦି ଆପଣଙ୍କ ଘରେ ମଶା ହେଉଛନ୍ତି ତେବେ ଝୁଣା ଧୁଆଁ ବୁଲାଇ ସେହି ମଶାଙ୍କୁ ଘରୁ ବିଦା କରିହେବ।

ଆହୁରି ବି ବିଶ୍ୱାସ କରାଯାଏ ଯେ ଝୁଣା ଦେଇ ଭଗବାନଙ୍କୁ ଆରାଧନା କରିବା ଦ୍ୱାରା ଧ୍ୟାନଚ୍ୟୁତ ହୋଇନଥାଏ। ଏକାଗ୍ରତା ଆସିଥାଏ। ଭଗବାନଙ୍କ ପୂଜା ପୂରା ହୋଇଥାଏ।

ସମ୍ବନ୍ଧିତ ଖବର