ନୂଆଦିଲ୍ଲୀ: ଅନେକ ସମୟରେ ସିଗାରେଟ୍ ଅଧିକ ବିପଦଜନକ ନା ତମାଖୁ? ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏହିଭଳି ପ୍ରଶ୍ନର ଅଧିକାଂଶ ଲୋକ ପ୍ରାୟତଃ ସିଗାରେଟ୍ ବୋଲି ଉତ୍ତର ଦେଇଥାଆନ୍ତି।
ନିକଟରେ ସିଗାରେଟ ଓ ତମାଖୁକୁ ନେଇ ଏକ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ଜଣାପଡିଛି ଯେ ତମାଖୁ ଆମ ଶରୀରକୁ ସିଗାରେଟ୍ ଅପେକ୍ଷା ଅନେକ ଗୁଣରେ କ୍ଷତି ପହଞ୍ଚାଇଥାଏ। ବାସ୍ତବ କଥା ହେଉଛି ସିଗାରେଟ୍ ଧୂଆଁ ବାୟୁରେ ବାଷ୍ପୀଭୂତ ହୋଇଯାଏ, କିନ୍ତୁ ତମାଖୁ ସିଧାସଳଖ ଆମ ପାଟିର କୋଷଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ। ଯାହା ଆମ ଶରୀର ପ୍ରତି କ୍ଷତି କାରଣ ସାବ୍ୟସ୍ତ ହୋଇଥାଏ। ଏହା ଧୀରେ ଧୀରେ କର୍କଟ ରୋଗରେ ପରିଣତ ହୁଏ।
ତେଣୁ ଏହି ରିପୋର୍ଟ ତମାଖୁ ସେବନ କରୁଥିବା ଲୋକଙ୍କ ପାଇଁ ଏକ ଚେତାବନୀ ଯେ ସେମାନଙ୍କର ଏ ଛୋଟ ଅଭ୍ୟାସ ଆଗକୁ ଯାଇ ଜୀବନ ମଧ୍ୟ ନେଇପାରେ। ତେଣୁ ସମୟ ଥାଉଥାଉ ସଚେତନ ହୋଇଯିବା ନିହାତି ଆବଶ୍ୟକ।
ଏକ ବିଶ୍ୱସ୍ତରୀୟ ଗବେଷଣାରୁ ଜଣାପଡିଛି ଯେ ପ୍ରତିଦିନ ତମାଖୁ ସେବନ କରୁଥିବା ଲୋକଙ୍କ ଶରୀରରେ କର୍କଟ କୋଷଗୁଡ଼ିକୁ ଦ୍ରୁତ ଗତିରେ ବିକଶିତ କରେ ଏବଂ ସମଗ୍ର ପାଟିରେ ବ୍ୟାପିଯାଏ। ଅନେକ କ୍ଷେତ୍ରରେ, ଏହି କର୍କଟ ରୋଗ ଗଳାକୁ ମଧ୍ୟ ବ୍ୟାପିଥାଏ।
ବୈଜ୍ଞାନିକମାନଙ୍କ ମତରେ, ତମାଖୁରେ ମିଳୁଥିବା ନାଇଟ୍ରୋସାମାଇନ୍ ଏବଂ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ ପରି ପଦାର୍ଥ ସିଧାସଳଖ ଆମ କୋଷରେ ଡିଏନଏକୁ କ୍ଷତି ପହଞ୍ଚାଏ ଏବଂ ସୁସ୍ଥ କୋଷଗୁଡ଼ିକୁ ମାରି କର୍କଟ କୋଷଗୁଡ଼ିକୁ ବୃଦ୍ଧି କରେ।
ଏହି କ୍ରମରେ ଦେଖିବାକୁ ଗଲେ ସିଗାରେଟରେ ନିକୋଟିନ୍ ଏବଂ ଟାର୍ ଅଧିକ ପରିମାଣରେ ଥାଏ। ଏଗୁଡ଼ିକ ଆମ ଫୁସଫୁସକୁ କ୍ଷତି ପହଞ୍ଚାଏ, କିନ୍ତୁ ଏଥିରୁ ନିର୍ଗତ ଧୂଆଁ ଶରୀର କିମ୍ବା କୋଷ ସହିତ ସିଧାସଳଖ ସଂସ୍ପର୍ଶରେ ଆସି ନଥାଏ, ଯାହା ଫଳରେ ଏହା ତମାଖୁ ଅପେକ୍ଷା କମ୍ କ୍ଷତିକାରକ ହୋଇଥାଏ।