କ୍ଷୀରରେ ଡାଳଚିନି ମିଶାଇ ପିଅନ୍ତୁ, ମିଳିବ ଏସବୁ ଫାଇଦା

ଆମର ରୋଷେଇ ଘରେ ବିଭିନ୍ନ ପ୍ରକାରର ମସଲା ରହିଥାଏ । ଏଥି ମଧ୍ୟରୁ ଗୋଟିଏ ହେଲା ଡାଳଚିନି । ଏହା ଏକ ମସଲା ହୋଇଥିଲେ ହେଁ ଏହାର ଅନେକ ଉପକାରୀ ଗୁଣ ମଧ୍ୟ ଅଛି । ଏବେ ଆସନ୍ତୁ ଜାଣିବା ଏହା କିପରି ଆମର ଉପକାର କରିଥାଏ

-ଯଦି ଆପଣ କ୍ଲାନ୍ତ ଅନୁଭବ କରୁଛନ୍ତି, ତେବେ ଦୁଧରେ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ଆରାମ ମିଳିବ । ଏହା ସୁନିଦ୍ରା ପ୍ରଦାନ ମଧ୍ୟ କରିଥାଏ ।

-ଡାଳଚିନି ମିଶା ଦୁଧ ପିଇଲେ ତ୍ୱଚାଜନିତ ସମସ୍ୟା ମଧ୍ୟ ଦୂରୀଭୂତ ହୋଇଥାଏ ।
– ଏହା ଶରୀରରେ ମୋଟାପା କମ୍‌ କରିବାରେ ସହାୟକ ହୋଇଥାଏ ।
-ଡାଳଚିନି ମିଶା ଗରମ କ୍ଷୀର ପିଇଲେ ଗଳାର ଯନ୍ତ୍ରଣା ମଧ୍ୟ କମି ଥାଏ ।
– ଡାଳଚିନି ମିଶା କ୍ଷୀରରେ ଅଳ୍ପ ମହୁ ମିଶାଇ ପିଇଲେ ହାଡ଼ ଶକ୍ତ ହୋଇଥାଏ । ଏହାକୁ ନିୟମିତ ପାନ କଲେ, ହାଡ଼ ଜନିତ ସମସ୍ୟା ଦୂରୀଭୂତ ହୋଇଥାଏ ।

photo– tipsoye.com

– ନିୟମିତ ଭାବେ ଡାଳଚିନି ମିଶା କ୍ଷୀର ପିଇଲେ ଶରୀରର ପ୍ରତିରକ୍ଷା ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।
-ଦୁଧରେ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ପାଚନ କ୍ରିୟା ମଧ୍ୟ ଭଲ ହୋଇଥାଏ । ଏହା ଗ୍ୟାସଷ୍ଟି୍ରକ୍‌ ସମସ୍ୟାରୁ ମଧ୍ୟ ମୁକ୍ତ ଦେଇଥାଏ ।

ସମ୍ବନ୍ଧିତ ଖବର