ଶିଶୁ ଦନ୍ତକ୍ଷୟ କେବେଠାରୁ ଦେଖାଯାଏ?
ଶିଶୁ ଦନ୍ତକ୍ଷୟ ବା ‘ଅର୍ଲି ଚାଇଲ୍ଡହୁଡ୍ କ୍ୟାରିଜ୍’ ଶିଶୁମାନଙ୍କଠାରେ କ୍ଷୀର ଦାନ୍ତ ଉଠିବା ପରେ ଦେଖାଦେଇପାରେ। ଏହା ସାଧାରଣତଃ ୧ରୁ ୬ ବର୍ଷ ବୟସର ଶିଶୁମାନଙ୍କ ଠାରେ ଦେଖାଯାଏ। ଏହା ମୁଖ୍ୟତଃ କ୍ଷୀର ପିଉଥିବା ଶିଶୁଙ୍କଠାରେ ଅଧିକ ଦେଖାଯାଇଥାଏ।
ଏହାର କାରଣ କ’ଣ ହୋଇପାରେ?
ଜୁସ୍, କ୍ଷୀର ଆଦି ଶର୍କରାଜାତୀୟ ତରଳ ପଦାର୍ଥ ପିଇବା ପରେ ଶିଶୁର ପାଟିକୁ ସଫା ନ କଲେ ତାହା ଦାନ୍ତରେ ବହୁତ ସମୟ ଧରି ଲାଗି ରହିଯାଏ। ଶିଶୁମାନଙ୍କ ଦାନ୍ତକୁ ନିୟମିତ ଭାବରେ ବ୍ରସ୍ ନ କଲେ ପାଟିରେ ଥିବା ବିଭିନ୍ନ ପ୍ରକାର ଜୀବାଣୁ ସକ୍ରିୟ ହୁଅନ୍ତି ଓ ଦନ୍ତ କ୍ଷୟ କରାନ୍ତି। ଏହା ଦନ୍ତକ୍ଷୟର ଅନ୍ୟତମ କାରଣ ହୋଇପାରେ।
କେଉଁ ଶିଶୁମାନଙ୍କଠାରେ ଅଧିକ ଦନ୍ତକ୍ଷୟ ଦେଖାଯାଏ?
ଅଧିକ ପରିମାଣର ଚକୋଲେଟ୍, ଫାଷ୍ଟଫୁଡ୍, ରିଫାଇନ୍ଡ ଓ ପ୍ରୋସେସଡ୍ ଫୁଡ୍ ଖାଉଥିବା ଶିଶୁମାନଙ୍କଠାରେ ଦନ୍ତକ୍ଷୟ ହେବାର ଅଧିକ ଆଶଙ୍କା ରହିଥାଏ।
ଏହାର ଲକ୍ଷଣ କ’ଣ?
ଦାନ୍ତରେ ଧଳା ଚିହ୍ନ ହେବା। ଦାନ୍ତ ଧୀରେ ଧୀରେ ହଳଦିଆ ଓ ମାଟିଆ ରଙ୍ଗ ହୋଇଯିବା। ମାଟିଆ ଦାଗଗୁଡ଼ିକ ଗାତ ପରି ଦିଶିବା ଓ ବେଳେବେଳେ ଭାଙ୍ଗିଯିବା। ଖାଇବା ସମୟରେ ଦାନ୍ତ ଦରଜ ହେବା। ମାଢ଼ି ଓ ଗାଲ ଫୁଲିବା ଆଦି ଦନ୍ତକ୍ଷୟର ଲକ୍ଷଣ ହୋଇପାରେ।
ଦନ୍ତକ୍ଷୟର ନିରାକରଣ ଲାଗି କି କି ଉପାୟ ରହିଛି?
ବୋତଲରୁ କ୍ଷୀର ପିଉଥିବା ଶିଶୁଙ୍କ ମାଆମାନେ ଯତ୍ନବାନ ରହନ୍ତୁ। ଶିଶୁକୁ ବୋତଲ ଯୋଗେ ମୁଖ୍ୟତଃ ରାତି ସମୟରେ ଜୁସ୍ ଆଦି ନ ଦିଅନ୍ତୁ। ସବୁ ଥର ଖାଇବା ପରେ ଶିଶୁର ମାଢ଼ି ଓ ଦାନ୍ତକୁ ଭଲ ଭାବେ ସଫା କରିବାକୁ ଚେଷ୍ଟା କରନ୍ତୁ। ଶିଶୁର ଦାନ୍ତକୁ ନିୟମିତ ବ୍ରସ୍େର ସଫା କରନ୍ତୁ। ଦନ୍ତକ୍ଷୟର କୌଣସି ଲକ୍ଷଣ ଦେଖା ହେଲେ ତୁରନ୍ତ ଦନ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
ଖାଇବା ପରେ ପ୍ରତି ଥର ଶିଶୁର ପାଟି ଭଲରେ ସଫା କରନ୍ତୁ
ଶିଶୁ ଦନ୍ତକ୍ଷୟ ବା ‘ଅର୍ଲି ଚାଇଲ୍ଡହୁଡ୍ କ୍ୟାରିଜ୍’ ଶିଶୁମାନଙ୍କଠାରେ କ୍ଷୀର ଦାନ୍ତ ଉଠିବା ପରେ ଦେଖାଦେଇପାରେ। ଏହା ସାଧାରଣତଃ ୧ରୁ ୬ ବର୍ଷ ବୟସର ଶିଶୁମାନଙ୍କ ଠାରେ ଦେଖାଯାଏ।
/sambad/media/media_files/2025/01/14/1YWeGWiALMPAlHpT7kTd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)