ଦୁଇବୁନ୍ଦା ନଡ଼ିଆ ତେଲ ଶରୀର ଓ ତ୍ୱଚା ପାଇଁ କେତେ ଚମତ୍କାର ଜାଣନ୍ତୁ

ଘରେଘରେ ନଡ଼ିଆ ତେଲର ବହୁଳ ବ୍ୟବହାର ହୋଇଥାଏ। ପୂର୍ବରୁ ଜେଜେମା’ମାନେ ନଡ଼ିଆ ତେଲ ସବୁବେଳେ ଶରୀର ଓ କେଶରେ ଲଗାଇବା ପାଇଁ କହି ଥାଆନ୍ତି। ତେବେ ଆସନ୍ତୁ ଜାଣିବା ନଡ଼ିଆ ତେଲର ଚମତ୍କାରିତା ବିଷୟରେ…

ଆଗକୁ ଶୀତଋତୁ ଆସୁଛି। ଶୀତ ଋତୁ ଆସିଲେ ଚର୍ମ ଶୁଖିଲା ପଡ଼ିଯାଏ। ଦେଖିବାକୁ ଅସୁନ୍ଦର ଲାଗିଥିାଏ। ତେଣୁ ଆଜିଠାରୁ ହିଁ ଗାଧୋଇବାର ଦୁଇ ମିନିଟ୍‌ ପୂର୍ବରୁ ଶରୀରରେ ନଡିଆତେଲ ମାଲିସ୍‌ କରି ଥଣ୍ଡା ପାଣିରେ ଗାଧାନ୍ତୁ । ଦେଖିବେ କିଛିଦିନ ଏପରି କରିବା ପରେ ଶରୀରର ଔଜ୍ଜ୍ୱଲ୍ୟ ଆପଣାଛାଏଁ ବୃଦ୍ଧି ପାଇବ।

ସେହିପରି ଅତ୍ୟଧିକ ଖରାରେ ବୁଲିବା ଦ୍ୱାରା ସୂର୍ଯ୍ୟ କିରଣ ଚର୍ମ ଉପରେ ପଡ଼ିଥାଏ। ଏହା ଚର୍ମର ଔଜ୍ୱଲ୍ୟ ହ୍ରାସ କରି ଦେଇଥାଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ରାତିରେ ଶୋଇଲା ବେଳେ ଦହିରେ ହଳଦୀ ମିଶାଇ ଚେହେରାରେ ଲଗାନ୍ତୁ। ୩୦ ମିନିଟ୍‌ ପରେ ଏହାକୁ ଧୋଇ ଦିଅନ୍ତୁ। ମୁହଁକୁ ଭଲଭାବେ ପରିସ୍କାର କରିବା ପରେ ଦୁଇ ବୁନ୍ଦା ନଡ଼ିଆ ତେଲ ମାଲିସ୍‌ କରନ୍ତୁ। ଏପରି କିଛିଦିନ କରିବା ପରେ ଫରଖ ଆପଣ ନିଜେ ପରଖି ପାରିବେ।

କେବଳ ଏତିକି ନୁହେଁ ଚିନିରେ କିଛି ବୁନ୍ଦା ନଡିଆ ତେଲ ପକାଇ ସ୍କ୍ରବ୍‌ ଭଳି ବ୍ୟବହାର କରନ୍ତୁ,ଯାହାଦ୍ୱାରା ଡେଡ୍‌ ସ୍କିନ୍‌ ଏବଂ ଟାନିଙ୍ଗ୍‌ ସମସ୍ୟା ମଧ୍ୟ ଦୂର ହେବ । ଦୁଇବୁନ୍ଦା ନଡ଼ିଆ ତେଲ ବ୍ୟବହାର କରି ଆପଣ ଆପଣଙ୍କ ମେକଅପ୍‌କୁ ବି ସହଜରେ ଛଡାଇ ପାରିବେ।

ଆଗକୁ ଶୀତ ଋତୁ ଆସୁଛି। ଅନେକଙ୍କ ଏହି ଶୀତ ଋତୁରେ ଗୋଇଠି ଓ ଓଠ ଫାଟିଥାଏ। ତେଣୁ ଶୀତ ଋତୁ ଆସିବା ପୂର୍ବରୁ ହିଁ ପ୍ରତିଦିନ ରାତିରେ ଶୋଇଲା ବେଳେ ଦୁଇବୁନ୍ଦା ନଡ଼ିଆ ତେଲ ନେଇ ଓଠ ଓ ଗୋଇଠିରେ ଲଗାନ୍ତୁ। ଏଥିସହିତ ଦୁଇବୁନ୍ଦା ନଡ଼ିଆ ତେଲ ନାଭିରେ ପକାଇ ଶୋଇବା ଦ୍ୱାରା ଏହା ଚେହେରାରେ ଔଜ୍ୱଲ୍ୟ ବୃଦ୍ଧି କରିଥାଏ।

ସମ୍ବନ୍ଧିତ ଖବର