ତ୍ବଚା ପାଇଁ ଆଜିକାଲିକା ସମୟରେ ଲୋକେ ହଜାର ହଜାର ଟଙ୍କା ବ୍ୟୟ କରୁଛନ୍ତି। ତା ସତ୍ତ୍ବେ ବି ଅଧିକାଂଶ ଜିନିଷର କୌଣସି ଫଳାଫଳ ମିଳୁନାହିଁ। ତ୍ବଚାରେ କୌଣସି ବି ପରିବର୍ତ୍ତନ ଦେଖିବାକୁ ମିଳିନଥାଏ। ହେଲେ ଏମିତି ଏକ ସାଧାରଣ ଜିନିଷ ଅଛି, ଯାହା ତ୍ବଚା ପାଇଁ ଖୁବ୍ ଭଲ।
ସେଇଟି ହେଉଛି ନଡ଼ିଆ ତେଲ। ନଡ଼ିଆ ଏକ ଏପରି ଫଳ ଯାହାର ଅନେକ ସୁଫଳ ଅଛି। ନଡ଼ିଆ ଖାଇବା ଯେପରି ଭଲ ତାହା ପାଣି ମଧ୍ୟ ପେଟ ପାଇଁ ଖୁବ୍ ଭଲ। ତା’ଠାରୁ ଆହୁରି ଭଲ ନଡ଼ିଆ ତେଲ। ତ୍ବଚା ଓ କେଶ ପାଇଁ ଏହା ଔଷଧ ପରି।
ନଡ଼ିଆରେ ଭିଟାମିନ୍-ସି, ଭିଟାମିନ୍-ଇ ଏବଂ ବି-ଭିଟାମିନ୍ ରହିଛି। ପଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲ୍ସିୟମ୍, ଆଇରନ୍, ଜିଙ୍କ୍, କପର୍, ମ୍ୟାଗାନିଜ୍ ଏବଂ ସେଲେନିୟନ୍ ପରି ପୋଷକ ତତ୍ବ ରହିଛି।
ସେଥିପାଇଁ ନଡ଼ିଆ ଓ ନଡ଼ିଆ ପାଣି ପରି ତାହା ତେଲକୁ ଶରୀର ପାଇଁ ଖୁବ୍ ଉପକାରୀ। ନଡ଼ିଆ ତେଲ ଆପଣଙ୍କ ଚେହେରା ପାଇଁ କୌଣସି ବରଦାନଠୁ କମ୍ ନୁହେଁ। ଏହା ଚେହେରାର ଚମକ ଆଣିବା ସହ ମୁହଁରେ ଥିବା ବ୍ରଣ ଦାଗକୁ ସଫା କରିବାରେ ସହାୟକ ହୋଇଥାଏ।
ନଡ଼ିଆ ତେଲରେ ଭିଟାମିନ୍ ଓ ଏବଂ ଆଣ୍ଟି ଅକ୍ସିଡାଣ୍ଟ୍ ରହିଛି। ଯାହାକୁ ଦାଗ ଚଡ଼ାଇବାରେ ସାହାଯ୍ୟ କରେ। ଏହା ତ୍ବଚାକୁ ଟାଇଟ୍ ମଧ୍ୟ କରେ। ଯୁବା ଦିଶିବାକୁ ଚାହୁଁଥିଲେ ବି ଆପଣ ଏହାକୁ ବ୍ୟବହାର କରିପାରନ୍ତି।