କାହିଁକି ପଇଡ ପାଣି ଦେହପାଇଁ ଭଲ

ଏବେ ଖରା ଦିନ । ଏହି ଋତୁରେ ବିଭିନ୍ନ ପ୍ରକାରର ପାନୀୟ ପିଇବାକୁ ଆମେ  ଭଲ ପାଉ। ଏଥିଭିତରୁ ପଇଡ଼  ପାଣିର  ଚାହିଦା  ସାଧାରଣତଃ ବେଶୀ ।  ଏଥିରେ  ମ୍ୟାଗ୍ନେସିୟମ୍‌ , କାଲସିୟମ୍‌,  ପଟାସିଅମ୍‌   ଓ  ସୋଡିଅମ୍‌   ଭଳି  ଖଣିଜ ପଦାର୍ଥ   ରହିଥିବା   ହେତୁ   ପଇଡ଼  ପାଣି   ବେଶ୍‌  ସ୍ୱାସ୍ଥ୍ୟ ପ୍ରଦ । ଏହାର  ଆହୁରି ଅନେକ   ଉପକାରିତା   ରହିଛି ।  ଆସନ୍ତୁ   ସେ  ବିଷୟରେ ଜାଣିବା….

ପ୍ରଥମତଃ  ପଇଡ଼  ପାଣି  ଶରୀରରେ  ଜଳ  ଶୁଷ୍କତା  ଦୂର  କରିଥାଏ ।  ଦ୍ୱିତୀୟତଃ  ଏହା  ଖାଦ୍ୟ  ହଜମରେ  ସହାୟକ ହୋଇଥାଏ ।  ପ୍ରତିଦିନ  ଗୋଟିଏ  ପଇଡର  ପାଣି   ପିଇଲେ,  ଶରୀରରେ  ବଦହଜମୀ  ସମସ୍ୟା  ରହିବ ନାହିଁ  ।   ଯେଉଁମାନେ  କିଡ଼ିନି ଷ୍ଟୋନ୍‌   ସମସ୍ୟାର  ସମାଧାନ  ଚାହୁଁଛନ୍ତି   ବା  ତାହା   ନହେଉ ବୋଲି ଚାହୁଁଛନ୍ତି , ସେଥିପାଇଁ   ପଇଡ  ପାଣି  ପିଇବା ଉଚିତ୍‌  ।

photo-speaking tree

ଗର୍ଭବତୀମାନେ ମଧ୍ୟ  ପଇଡ଼  ପାଣି  ପିଇବା   ଉଚିତ୍‌  ।    କାରଣ ଗର୍ଭାବସ୍ଥାରେ  ମହିଳାମାନଙ୍କୁ   ପଇଡ଼ ପାଣି  ସୁସ୍ଥ  ରଖିଥାଏ ।  ତା’ଛଡ଼ା   ସେମାନେ  କୌଣସି   ସଂକ୍ରମଣର  ଶିକାର  ହୋଇ ନ ଥାଆନ୍ତି   ସହଜରେ । ଗର୍ଭବତୀ ମହିଳାମାନେ   ପଇଡ ପାଣି  ପିଇଲେ  ନବଜାତ ଶିଶୁର    ରଙ୍ଗ ଗୋରା   ହୋଇଥାଏ ବୋଲି କୁହାଯାଏ। ଏହା   ଫଳରେ ଓଜନ ମଧ୍ୟ   ହ୍ରାସ   ପାଇଥାଏ ।  ପଇଡ  ପାଣିରେ   ଭିଟାମିନ୍‌  ସି,  ଫାଇବର  ଓ ପ୍ରୋଟିନ୍‌  ପ୍ରଚୁର ମାତ୍ରାରେ    ଥିବା  ହେତୁ   ରକ୍ତ ସଞ୍ଚାଳନକୁ ଉନ୍ନତ  କରିଥାଏ ।  ଏହା ହୃଦ୍‌ରୋଗୀମାନଙ୍କ ପାଇଁ   ମଧ୍ୟ  ଲାଭପ୍ରଦ ।

photo-speaking tree

ପଇଡ ପାଣି  ପିଇଲେ  ମାଂସପେଶୀରେ  ବିନ୍ଧା  ଛିଟିକା  ହେଉଥିଲେ   ତାହା   କମିଥାଏ ।  ତା’ଛଡା   ଏହା   ମାନସିକ  ଚାପକୁ  ହ୍ରାସ  କରିବାରେ ମଧ୍ୟ  ସହାୟକ  ହୋଇଥାଏ ।  ଏହା   ମାନସିକ ଉତ୍ତେଜନା  ଓ ଉତ୍କଣ୍ଠାକୁ ବି  କମ୍‌   କରିଥାଏ ।   ଗ୍ରୀଷ୍ମ ଋତୁରେ  ପଇଡ଼  ପାଣି ପିଇଲେ   ସହଜରେ କୌଣସି   ରୋଗ   ଆମକୁ ସଂକ୍ରମିତ  ହୋଇନଥାଏ ।  ଶରୀରରେ  ଅମ୍ଳ ସୃଷ୍ଟି  ହେଉଥିଲେ,  ତା’କୁ ମଧ୍ୟ   ହ୍ରାସ  କରିଥାଏ ପଇଡ଼  ପାଣି ।

 

ସମ୍ବନ୍ଧିତ ଖବର