ଜାଣନ୍ତୁ , ପଇଡ଼ ପାଣି ପିଇଲେ ଶରୀରର କେଉଁ ସମସ୍ୟା ରହେ ନାହିଁ
ପଇଡ଼ ପାଣିର ଚାହିଦା ସାଧାରଣତଃ ଗ୍ରୀଷ୍ମ ଋତୁରେ ବେଶୀ । ଏଥିରେ ମ୍ୟାଗ୍ନେସିୟମ୍ , କାଲସିୟମ୍, ପଟାସିଅମ୍ ଓ ସୋଡିଅମ୍ ଭଳି ଖଣିଜ ପଦାର୍ଥ ରହିଥିବା ହେତୁ ପଇଡ଼ ପାଣି ବେଶ୍ ସ୍ୱାସ୍ଥ୍ୟ ପ୍ରଦ । ଏହାର ଆହୁରି ଅନେକ ଉପକାରିତା ରହିଛି । ଆସନ୍ତୁ ସେ ବିଷୟରେ ଜାଣିବା….
ପ୍ରଥମତଃ ପଇଡ଼ ପାଣି ଶରୀରରେ ଜଳ ଶୁଷ୍କତା ଦୂର କରିଥାଏ । ଦ୍ୱିତୀୟତଃ ଏହା ଖାଦ୍ୟ ହଜମରେ ସହାୟକ ହୋଇଥାଏ । ପ୍ରତିଦିନ ଗୋଟିଏ ପଇଡର ପାଣି ପିଇଲେ, ଶରୀରରେ ବଦହଜମୀ ସମସ୍ୟା ରହିବ ନାହିଁ । ଯେଉଁମାନେ କିଡ଼ିନି ଷ୍ଟୋନ୍ ସମସ୍ୟାର ସମାଧାନ ଚାହୁଁଛନ୍ତି ବା ତାହା ନହେଉ ବୋଲି ଚାହୁଁଛନ୍ତି , ସେଥିପାଇଁ ପଇଡ ପାଣି ପିଇବା ଉଚିତ୍ ।
ଗର୍ଭବତୀମାନେ ମଧ୍ୟ ପଇଡ଼ ପାଣି ପିଇବା ଉଚିତ୍ । କାରଣ ଗର୍ଭାବସ୍ଥାରେ ମହିଳାମାନଙ୍କୁ ପଇଡ଼ ପାଣି ସୁସ୍ଥ ରଖିଥାଏ । ତା’ଛଡ଼ା ସେମାନେ କୌଣସି ସଂକ୍ରମଣର ଶିକାର ହୋଇ ନ ଥାଆନ୍ତି ସହଜରେ । ଆହୁରି ମଧ୍ୟ କୁହାଯାଏ ଯେ ଗର୍ଭବତୀ ମହିଳାମାନେ ପଇଡ ଜଳ ପିଇଲେ ନବଜାତ ଶିଶୁର ରଙ୍ଗ ଗୋରା ହୋଇଥାଏ । ଏହା ଫଳରେ ଓଜନ ମଧ୍ୟ ହ୍ରାସ ପାଇଥାଏ । ପଇଡ ପାଣିରେ ଭିଟାମିନ୍ ସି, ଫାଇବର ଓ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥିବା ହେତୁ ରକ୍ତ ସଂଞ୍ଚାଳନକୁ ଉନ୍ନତ କରିଥାଏ । ଏହା ହୃଦ୍ରୋଗୀମାନଙ୍କ ପାଇଁ ମଧ୍ୟ ଲାଭପ୍ରଦ ।
Sambad is now on WhatsApp
Join and get latest news updates delivered to you via WhatsApp
ପଇଡ ପାଣି ପିଇଲେ ମାଂସପେଶୀରେ ବିନ୍ଧା ଛିଟିକା ହେଉଥିଲେ, ତାହା କମିଥାଏ । ତା’ଛଡା ଏହା ମାନସିକ ଚାପକୁ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ମାନସିକ ଉତ୍ତେଜନା ଓ ଉତ୍କଣ୍ଠାକୁ ବି କମ୍ କରିଥାଏ । ଗ୍ରୀଷ୍ମ ଋତୁରେ ପଇଡ଼ ପାଣି ପିଇଲେ ସହଜରେ କୌଣସି ରୋଗ ଆମକୁ ସଂକ୍ରମିତ ହୋଇନଥାଏ । ଶରୀରରେ ଅମ୍ଳ ସୃଷ୍ଟି ହେଉଥିଲେ, ତା’କୁ ମଧ୍ୟ ହ୍ରାସ କରିଥାଏ ପଇଡ଼ ପାଣି ।