ନିର୍ବନ୍ଧରୁ ବାହାଘର ପର୍ଯ୍ୟନ୍ତ ସମୟ ମଧ୍ୟରେ ପୁଅ-ଝିଅ କରିଥାନ୍ତି ଏହି ଭୁଲ
ନିର୍ବନ୍ଧ ଏବଂ ବାହାଘର ମଧ୍ୟରେ ଥିବା ସମୟ ଦମ୍ପତିମାନଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହି ସମୟରେ ଦମ୍ପତିମାନେ ନିଜର ଭବିଷ୍ୟକୁ ନେଇ କେତେ ସ୍ୱପ୍ନ ଦେଖିଥାନ୍ତି । ଏହା ସତ କି ବିବାହ ପୂର୍ବରୁ ଦମ୍ପତିମାନେ ପରସ୍ପରକୁ ଜାଣିବା ନିହାତି ଦରକାର। କିନ୍ତୁ ସେମାନେ ବେଳେବେଳେ କଥା ହେବା ସମୟରେ କିଛି ଏମିତି କଥା କହି ଦିଅନ୍ତି ଯାହାର ପ୍ରଭାବ ପରେ ସେମାନଙ୍କର ସଂପର୍କରେ ପଡ଼ିଥାଏ । ସେଥିପାଇଁ ଯଦି ଆପଣମାନେ ବିବାହ ପୂର୍ବରୁ ଆପଣଙ୍କ ସାଥୀ ସହ କଥା ହେଉଛନ୍ତି ତେବେ ଏହି ସବୁ ଦିଗ ପ୍ରତି ଧ୍ୟାନ ରଖି କଥା ହୁଅନ୍ତୁ ।
Sambad is now on WhatsApp
Join and get latest news updates delivered to you via WhatsApp
୧. ବିବାହ ପୂର୍ବରୁ ଦମ୍ପତିମାନେ ଯେତେବେଳେ ପରସ୍ପରକୁ ଦେଖା କରନ୍ତି ସେତେବେଳେ ସେମାନେ ନିଜର ସାଥୀକୁ ଖୁସି କରାଇବା ପାଇଁ କିଛି କଥାକୁ ବଢ଼େଇ ଚଢ଼େଇ କହିଥାନ୍ତି ବା କିଛି କଥା ମିଛ ମଧ୍ୟ କୁହନ୍ତି । କିନ୍ତୁ ସେମାନେ ଭୁଲି ଯାଆନ୍ତି କି ତାଙ୍କ ସାଥୀ ଆଗକୁ ତାଙ୍କ ଜୀବନକୁ ଆସିବା ସହ ପରିବାରର ଜଣେ ସଦସ୍ୟ ହେବାକୁ ଯାଉଛନ୍ତି ଏବଂ ମିଛ କହିଥିବା କଥାର ସତ ତାଙ୍କୁ କେବେ ନା କେବେ ଜଣା ପଡ଼ିଯିବ ।
୨. ପୂର୍ବ ଜୀବନ ବିଷୟରେ ଆପଣଙ୍କ ସାଥୀକୁ ମିଛ କହନ୍ତୁ ନାହିଁ । ପୂର୍ବରୁ ଆପଣଙ୍କ ସଂପର୍କ କାହା ସହ ଥିଲା ସେ ସବୁ ବିଷୟରେ ଜଣାନ୍ତୁ । ଯଦି ଆପଣ ଏପରି କରୁ ନାହାନ୍ତି ତେବେ ଆପଣଙ୍କ ସାଥୀ ଅନ୍ୟ କାହାଠାରୁ ଜାଣିବା ପରେ ତାଙ୍କୁ ଖରାପ ଲାଗିବା ସହ ଆପଣଙ୍କ ସଂପର୍କରେ ତିକ୍ତତା ଆସିପାରେ ।
୩. କେବେ କେବେ ନିର୍ବନ୍ଧ ପରେ ଯୁବକ-ଯୁବତୀ ଦେଖା କରିବା ପାଇଁ ଅଧିକ ଉତ୍ସୁକ ହୋଇପଡ଼ନ୍ତି । କଥା ହେବା ପର୍ଯ୍ୟନ୍ତ ଠିକ୍ ଅଛି, କିନ୍ତୁ ଶାରୀରିକ ସଂପର୍କ ରଖିବା କଥା ଜମାରୁ ବି ଭାବନ୍ତୁ ନାହିଁ ।
୪. ବିବାହ ପୂର୍ବରୁ ଦମ୍ପତିମାନେ ଏତେ କଥା ଆରମ୍ଭ କରି ଦିଅନ୍ତି ଯେ ବିବାହ ପରେ ସେମାନଙ୍କ ମଧ୍ୟରେ କଥା ହେବାକୁ କିଛି ନ ଥାଏ । ସେପରି କରିବା ଏକ୍ଦମ୍ ଭୁଲ ।