ନିର୍ବନ୍ଧରୁ ବାହାଘର ପର୍ଯ୍ୟନ୍ତ ସମୟ ମଧ୍ୟରେ ପୁଅ-ଝିଅ କରିଥାନ୍ତି ଏହି ଭୁଲ

ନିର୍ବନ୍ଧ ଏବଂ ବାହାଘର ମଧ୍ୟରେ ଥିବା ସମୟ ଦମ୍ପତିମାନଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହି ସମୟରେ ଦମ୍ପତିମାନେ ନିଜର ଭବିଷ୍ୟକୁ ନେଇ କେତେ ସ୍ୱପ୍ନ ଦେଖିଥାନ୍ତି । ଏହା ସତ କି ବିବାହ ପୂର୍ବରୁ ଦମ୍ପତିମାନେ ପରସ୍ପରକୁ ଜାଣିବା ନିହାତି ଦରକାର। କିନ୍ତୁ ସେମାନେ ବେଳେବେଳେ କଥା ହେବା ସମୟରେ କିଛି ଏମିତି କଥା କହି ଦିଅନ୍ତି ଯାହାର ପ୍ରଭାବ ପରେ ସେମାନଙ୍କର ସଂପର୍କରେ ପଡ଼ିଥାଏ । ସେଥିପାଇଁ ଯଦି ଆପଣମାନେ ବିବାହ ପୂର୍ବରୁ ଆପଣଙ୍କ ସାଥୀ ସହ କଥା ହେଉଛନ୍ତି ତେବେ ଏହି ସବୁ ଦିଗ ପ୍ରତି ଧ୍ୟାନ ରଖି କଥା ହୁଅନ୍ତୁ ।

୧. ବିବାହ ପୂର୍ବରୁ ଦମ୍ପତିମାନେ ଯେତେବେଳେ ପରସ୍ପରକୁ ଦେଖା କରନ୍ତି ସେତେବେଳେ ସେମାନେ ନିଜର ସାଥୀକୁ ଖୁସି କରାଇବା ପାଇଁ କିଛି କଥାକୁ ବଢ଼େଇ ଚଢ଼େଇ କହିଥାନ୍ତି ବା କିଛି କଥା ମିଛ ମଧ୍ୟ କୁହନ୍ତି । କିନ୍ତୁ ସେମାନେ ଭୁଲି ଯାଆନ୍ତି କି ତାଙ୍କ ସାଥୀ ଆଗକୁ ତାଙ୍କ ଜୀବନକୁ ଆସିବା ସହ ପରିବାରର ଜଣେ ସଦସ୍ୟ ହେବାକୁ ଯାଉଛନ୍ତି ଏବଂ ମିଛ କହିଥିବା କଥାର ସତ ତାଙ୍କୁ କେବେ ନା କେବେ ଜଣା ପଡ଼ିଯିବ ।

Reader’s Digest

୨. ପୂର୍ବ ଜୀବନ ବିଷୟରେ ଆପଣଙ୍କ ସାଥୀକୁ ମିଛ କହନ୍ତୁ ନାହିଁ । ପୂର୍ବରୁ ଆପଣଙ୍କ ସଂପର୍କ କାହା ସହ ଥିଲା ସେ ସବୁ ବିଷୟରେ ଜଣାନ୍ତୁ । ଯଦି ଆପଣ ଏପରି କରୁ ନାହାନ୍ତି ତେବେ ଆପଣଙ୍କ ସାଥୀ ଅନ୍ୟ କାହାଠାରୁ ଜାଣିବା ପରେ ତାଙ୍କୁ ଖରାପ ଲାଗିବା ସହ ଆପଣଙ୍କ ସଂପର୍କରେ ତିକ୍ତତା ଆସିପାରେ ।


୩. କେବେ କେବେ ନିର୍ବନ୍ଧ ପରେ ଯୁବକ-ଯୁବତୀ ଦେଖା କରିବା ପାଇଁ ଅଧିକ ଉତ୍ସୁକ ହୋଇପଡ଼ନ୍ତି । କଥା ହେବା ପର୍ଯ୍ୟନ୍ତ ଠିକ୍‌ ଅଛି, କିନ୍ତୁ ଶାରୀରିକ ସଂପର୍କ ରଖିବା କଥା ଜମାରୁ ବି ଭାବନ୍ତୁ ନାହିଁ ।

୪. ବିବାହ ପୂର୍ବରୁ ଦମ୍ପତିମାନେ ଏତେ କଥା ଆରମ୍ଭ କରି ଦିଅନ୍ତି ଯେ ବିବାହ ପରେ ସେମାନଙ୍କ ମଧ୍ୟରେ କଥା ହେବାକୁ କିଛି ନ ଥାଏ । ସେପରି କରିବା ଏକ୍‌ଦମ୍‌ ଭୁଲ ।

ସମ୍ବନ୍ଧିତ ଖବର