ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶରେ ସଂପ୍ରତି ବିଭିନ୍ନ ପ୍ରକାରର ଔଷଧର ବ୍ୟବହାର ବୃଦ୍ଧି ପାଇଛି। ହେଲେ ଆପଣ କ’ଣ ଜାଣନ୍ତି କି ବିଶ୍ୱସ୍ତରରେ ଏବେ ସବୁଠାରୁ ଅଧିକ ବ୍ୟବହୃତ ଔଷଧ ହେଉଛି ଆଣ୍ଟିବାୟୋଟିକ୍ସ।
ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ,୨୦୦୦ରୁ ୨୦୧୦ ମଧ୍ୟରେ ଆଣ୍ଟିବାୟୋଟିକ୍ସ ବ୍ୟବହାର ୫୦ ରୁ ୭୦ ପ୍ରତିଶତ ବୃଦ୍ଧି ପାଇଛି। ଏହାର ବ୍ୟବହାର ଭାରତ,ଚୀନ,ବ୍ରାଜିଲ୍,ଋଷିଆ ଓ ଦକ୍ଷିଣ ଆଫ୍ରିକାରେ ଅଧିକ ମାତ୍ରାରେ କରାଯାଉଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2018/07/medicine-3.jpg)
କିନ୍ତୁ ଏବେ ବି ଅଧିକ ଆଣ୍ଟିବାୟୋଟିକ୍ର ବ୍ୟବହାରକୁ ବିରୋଧ କରାଯାଉଛି। ଅଷ୍ଟ୍ରେଲିଆର କୁଇନସଲାଣ୍ଡ୍ ବୈଷୟିକ ବିଶ୍ୱବିଦ୍ୟାଳୟର ଗବେଷକ ଇବାନୁଏଲ ଏଡେବ୍ୟୁଙ୍କ ଅନୁଯାୟୀ,ଆଣ୍ଟିବାୟୋଟିକ୍ସ ମେଡିସିନ୍ର ମାତ୍ରାଧିକ ସେବନ ଫଳରେ ସଂକ୍ରମଣର ଆଶଙ୍କା ଅଧିକ। ସେ ଆହୁରି ମଧ୍ୟ କହିଛନ୍ତି ଯେ,କେତେକ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ସ ସେବନ ରୋଗୀର ମୃତ୍ୟୁର କାରଣ ହେଉଛି। ଏହି ଗବେଷଣା ୨୪ଟି ଦେଶରେ କରାଯାଇଛି,ଯାହା‘ଦ ଜର୍ଣ୍ଣାଲ୍ ଅଫ୍ ଇନ୍ଫେକସନ୍’ରେ ପ୍ରକାଶିତ ହୋଇଛି। ଏହାସତ୍ତ୍ୱେ ଏବେ ଏହି ମେଡିସନକୁ ଲୋକେ ଛାଡୁ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Medicine_Thumbnail.jpg)